ହେଡଲାଇନସ୍:

ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ମାହାଙ୍ଗା ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କ ପକ୍ଷରୁ ବିଶାଳ ଜନ ସମ୍ପର୍କ ପଦଯାତ୍ରା l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

(ମାହାଙ୍ଗା -ଶାସକ ପ୍ରଶାସକ) : ଅକ୍ଟୋବର ୨ ଜାତିର ପିତା ତଥା ସ୍ବାଧୀନତା ସଂଗ୍ରାମୀ ମହାତ୍ମାଗାନ୍ଧୀଙ୍କ ଜୟନ୍ତୀରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ପାଇଁ ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକୁ ପାଥେୟ କରି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଏହି ଜନସମ୍ପର୍କ ପଦଯାତ୍ରା ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ମାହାଙ୍ଗା ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଭେଡ଼ା ଠାରୁ ଆରମ୍ଭ ହୋଇ କଇଥା ଗାନ୍ଧୀଶିକ୍ଷାଶ୍ରମ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମାହାଙ୍ଗା ପୂର୍ବତନ ବିଧାୟକ, ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ରାଜ୍ୟ ଗଣମାଧ୍ୟମ ସଂଯୋଜକ ପ୍ରତାପ ଜେନା ଏକ ବିରାଟ ଜନସମାଗମ ମଧ୍ୟରେ ଯୋଗ ଦେଇ କଇଥା ସ୍ଥିତ ମହାତ୍ମାଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଜୟନ୍ତୀ ପାଳନ କରିବା ସହିତ ଜାତିର ଜନକ ମହାତ୍ମାଗାନ୍ଧୀ ୧୯୩୪ ମସିହାରେ ହରିଜନ ମାନଙ୍କ ମଧ୍ୟରେ ରହିଥିବା ଛୁଆଁ ଅଛୁଆଁ ଭେଦଭାବକୁ ଦୂର କରିବା ପାଇଁ ମାହାଙ୍ଗାକୁ ଆସି କଇଥା-ଚମ୍ପାପୁର ଏବଂ ଭେଡ଼ା ଠାରେ ରାତ୍ରୀ ଯାପନ କରିଥିଲେ, ଏପରିକି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ପଣସପଡ଼ିଆକୁ ମଧ୍ୟ ଗାନ୍ଧୀଜୀ ଗସ୍ତ କରି ରାତ୍ରୀ ଯାପନ କରିଥିଲେ ଯାହାକି ଆମ ଅଞ୍ଚଳ ପାଇଁ ଗର୍ବ ଏବଂ ଗୌରବର ବିଷୟ ସେହି ମହାନ ସ୍ବାଧୀନତା ସଂଗ୍ରାମୀ ଗାନ୍ଧୀଜୀଙ୍କ ସତ୍ୟ, ଅହିଂସା, ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ତାଙ୍କ ମାର୍ଗକୁ ଅନୁସରଣ କରିବା ପାଇଁ ସମସ୍ତ ଜନସାଧାରଣ ମାନଙ୍କୁ ଶ୍ରୀ ଜେନା ଆହ୍ବାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ପଞ୍ଚାୟତ ସମିତି ଅଧ୍ୟକ୍ଷ, ଅଧକ୍ଷା, ଉପାଧ୍ୟକ୍ଷ, ଉପାଧ୍ୟକ୍ଷା, ବିଜେଡ଼ି ସମର୍ଥିତ ସରପଞ୍ଚ , ସମିତିସଭ୍ୟ ସଭ୍ୟା, ବିଜେଡ଼ିର ବହୁ ସାଂଗଠନିକ ପଦପଦବୀଧାରୀଙ୍କ ସମେତ ହଜାର ହଜାର ବିଜେଡ଼ି କର୍ମକର୍ତ୍ତା , ଜନସାଧାରଣ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଗତକାଲି ମାହାଙ୍ଗା ଡ଼ବଲ ମର୍ଡ଼ର ଘଟଣାରେ ହାଇକୋର୍ଟ ତରଫରୁ ଶ୍ରୀ ଜେନାଙ୍କୁ କ୍ଲିନଚିଟ୍ ମିଳିଥିବାରୁ ବହୁ ପ୍ରତାପ ପ୍ରେମୀ ଓ ବିଜୁ ଜନତା ଦଳ ସମର୍ଥକ ମାନେ ଖୁସିବ୍ୟକ୍ତ କରିବା ସହିତ ଗାନ୍ଧୀଜୀ ଙ୍କ ଜୟନ୍ତୀରେ ସତ୍ୟର ଜୟ ହୋଇଛି ବୋଲି ପ୍ରକାଶ କରିଥିଲେ ।

0
0
0
s2sdefault