ହେଡଲାଇନସ୍:

‘ସିଗ୍‍ମା ସି’ରେ ଓଡ଼ିଆ ଯୁବ ବୈଜ୍ଞାନିକ ସ୍ୱୟଂ ପ୍ରକାଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଓଡ଼ିଆ ଯୁବ ବୈଜ୍ଞାନିକ ଡ. ସ୍ୱୟଂ ପ୍ରକାଶ ଆର୍ନ୍ତଜାତିକ ଖ୍ୟାତି ସଂପନ୍ନ ବୈଜ୍ଞାନିକ ଅନୁସନ୍ଧାନ ସମ୍ମାନ ସମାଜ ‘ସିଗ୍‍ମା ସି’ର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ସ୍ୱୟଂ ପ୍ରକାଶ ଏବେ କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଇର୍ଭାଇନ୍‍ ସ୍ଥିତ ସ୍କୁଲ ଅଫ୍‍ ମେଡିସିନ୍‍ରେ ସହକାରୀ ପ୍ରଫେସର ଭାବେ ଗବେଷଣାରତ ଅଛନ୍ତି । ୧୮୮୬ ମସିହାରେ ଗଢ଼ାଯାଇଥିବା ସିଗ୍‍ମା ସି ହେଉଛି ବିଶ୍ୱର ସର୍ବପୂରାତନ ତଥା ବୃହତ୍ତମ ବୈଜ୍ଞାନିକ ସଙ୍ଗଠନ । ୨୦୦ରୁ ଅଧିକ ନୋବେଲ୍‍ ବିଜେତା ସଦସ୍ୟ ଥିବା ଏହି ସଂସ୍ଥାର ବିଜ୍ଞାନ ମାଧ୍ୟମରେ ସମାଜ ପାଇଁ ସେବା ଯୋଗାଇବା କ୍ଷେତ୍ରରେ ଦୀର୍ଘ ଇତିହାସ ରହିଛି ।
ସିଗ୍‍ମା ସି ସହିତ ଜଡ଼ିତ ନୋବେଲ୍‍ ବିଜେତାମାନଙ୍କ ମଧ୍ୟରେ ଆଲବର୍ଟ ଆଇନ୍‍ଷ୍ଟାଇନ୍‍, ଲିନସ୍‍ ପୁଲିଂ, ଜେମ୍ସ ୱାଟସନ୍‍, ଫ୍ରାନ୍‍ସିସ୍‍ କ୍ରିକ୍‍, ଜେନିଫର୍‍ ଡଡ୍‍ନା ଆଦିଙ୍କ ନାମ ବିଶେଷ ଉଲ୍ଲେଖଯୋଗ୍ୟ । ସିଗ୍‍ମା ସିର ସଦସ୍ୟତା ପାଇଁ ମିଳିଥିବା ମନୋନୟନ ଆଧାରରେ ଗବେଷଣା ତଥ୍ୟର ବିଶ୍ଳେଷଣ କରାଯାଇ ନିର୍ବାଚନ ହୋଇଥାଏ । ଲଗାତାର ୩ବର୍ଷ ଧରି ସ୍ୱୟଂ ପ୍ରକାଶ ବିଶ୍ୱର ଦୁଇ ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ସ୍ଥାନ ପାଇ ଆସୁଛନ୍ତି । ଷ୍ଟାନ୍‍ଫୋର୍ଡ ବିଶ୍ୱବିଦ୍ୟାଳୟର ତାଲିକାରେ ତାଙ୍କର ନାମ ରହିଆସୁଛି । ଏବେ ଏହି ଓଡ଼ିଆ ଯୁବ ବୈଜ୍ଞାନିକ ସିଗ୍‍ମା ସି ଭଳି ୧୩୮ ବର୍ଷର ପୁରୁଣା ଆନ୍ତର୍ଜାତିକ ଗବେଷଣା ମଞ୍ଚକୁ ନିର୍ବାଚିତ ହୋଇଛନ୍ତି । କରୋନା ସମୟରେ ଟୀକା ବିକାଶ କରିବା କ୍ଷେତ୍ରରେ ତାଙ୍କର ପ୍ରମୁଖ ଅବଦାନ ରହିଥିଲା । ଏହାଛଡ଼ା ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ସେ ଯେଉଁ ବୈଜ୍ଞାନିକ ଗୋଷ୍ଠୀରେ ଗବେଷଣା କାର୍ଯ୍ୟ କରୁଛନ୍ତି ସେଥିରୁ ଯୁକ୍ତରାଷ୍ଟ୍ର ଆମେରିକା ସମେତ ବିଶ୍ୱର ବହୁ ରାଷ୍ଟ୍ର ଉପକୃତ ହେଉଛନ୍ତି ।
ଭୁବନେଶ୍ୱରର ଖଣ୍ଡଗିରିସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରୁ ଓଡ଼ିଆ ମାଧ୍ୟମରେ ଶିକ୍ଷା ଆରମ୍ଭ କରିଥିବା ସ୍ୱୟଂ ପ୍ରକାଶ ଲକ୍ଷେ୍ନøର ଏସ୍‍ଜିପିଜିଆଇଏମ୍‍ଏସ୍‍ରେ ଇମୁନୋ ଜେନିଟିକ୍ସ କ୍ଷେତ୍ରରେ ଉଚ୍ଚତର ଗବେଷଣା କରୁଥିବା ସମୟରେ ପିଏଚ୍‍ଡି ହାସଲ କରିଥିଲେ । ବିଶ୍ୱର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ଲଗାତାର ୩ବର୍ଷ ଧରି ସ୍ଥାନ ପାଇବା ସହିତ ସିଗ୍‍ମା ସି ଭଳି ବୈଜ୍ଞାନିକ ଅନୁସନ୍ଧାନ ସମାଜରେ ସାମିଲ ହୋଇଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ସୁଯୋଗ ମିଳିଲେ ନିଜ ମାତୃଭୂମି ଭାରତ ବିଶେଷ କରି ଓଡ଼ିଶା ପାଇଁ ସ୍ୱାସ୍ଥ୍ୟ ବିଜ୍ଞାନ ଗବେଷଣା କ୍ଷେତ୍ରରେ ସେ ସାମିଲ ହୋଇପାରିବେ ବୋଲି କହିଛନ୍ତି । ଅନ୍ୟପକ୍ଷରେ ତାଙ୍କ ସଫଳତା ପାଇଁ କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

0
0
0
s2sdefault