ଗୁଣପୁର ଚିକିତ୍ସାଳୟ ସମ୍ମୁଖରେ ନର୍ସଙ୍କ ଦଶ ଦଫା ଦାବି ନେଇ ଧାରଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ରାଜ୍ୟ ନର୍ସିଂ କର୍ମଚାରୀ ସଂଘ ର ଆହ୍ଵାନ କ୍ରମେ ଗୁଣପୁର ମେଡିକାଲରେ କାର୍ଯ୍ୟ କରୁଥିବା ସମସ୍ତ ନର୍ସ ମାନେ ଆଜିଠାରୁ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନରେ ସାମିଲ ହୋଇଥିବା ଜଣାପଡିଛି | କାର୍ଯ୍ୟ ବନ୍ଦ କରି ମେଡିକାଲ ସମ୍ମୁଖରେର ଦାବି ସରକାର ଙ୍କ ପ୍ରଦାନ କରାଯାଇଥିଲା ।ପୂର୍ବ ରୁ କଳା ବ୍ୟାଜ୍ ପରିଧାନ କରି ପ୍ରତିବାଦ କରଯାଇ ଥିଲା, ପରେ ସରକାରଙ୍କ ସହ ଆଲୋଚନା କରାଯାଇଥିଲା । ପ୍ରୋମୋସନ ପାଇଁ ସ୍ଥିରୀକୃତ ସମୟ ସୀମା କୁ କୋହଳ କରିବା, 6 ବର୍ଷ ର ଚୁକ୍ତି ଭିତ୍ତିକ ଅବଧି କୁ ମୂଳ ଚାକିରି ରେ ମିଶାଇବା, କେବିକେ ଭତ୍ତା ପ୍ରଦାନ କରିବା, ଆର ବି ଏସ୍ କେ ଅଧୀନରେ କାମ କରୁଥିବା ନର୍ସ ମାନଙ୍କୁ ନିୟମିତ କରିବା ସହ ଅନ୍ୟାନ୍ୟ ଦାବି ଦିଆଯାଇଛି | ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଚାଲିବ ବୋଲି ନର୍ସଙ୍କ ଚେତାବନୀ ଦିଆଯାଇଛି |

 

0
0
0
s2sdefault