ହେଡଲାଇନସ୍:

ଓଡ଼ିଶାରେ ଚାଲିଛି ଝାଡ଼ଖଣ୍ଡ ରାଜନୀତିର ବଳ କଷାକଷି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଛାତ୍ର ମୃତ୍ୟୁକୁ ନେଇ ଚାଲିଛି ଅନ୍ଧାରରେ ବାଡ଼ିବୁଲା : ଶିକ୍ଷାନୁଷ୍ଠାନର ସୁନାମ ଯାଇଛି ଫସି

ଭୁବନେଶ୍ୱର: ଏକ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରେ ଝାଡ଼ଖଣ୍ଡର ଜଣେ ଛାତ୍ରଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଏବେ ରାଜନୀତି ଜୋରଦାର | ଜଣେ ଛାତ୍ରଙ୍କ ଅକାଳରେ ଜୀବନ ଚାଲିଯିବା ଅତ୍ୟନ୍ତ ଦୁଃଖଦାୟକ ଘଟଣା ହୋଇଥିବା ବେଳେ ଓ ଓଡିଶା ପୋଲିସ ଏହି ସମ୍ବେଦନଶୀଲ ଘଟଣାର ତଦନ୍ତ କରୁଥିବା ବେଳେ ସେପଟେ ଏହାକୁ ନେଇ ଝାଡ଼ଖଣ୍ଡରେ ରାଜନୀତି ଜୋର ଧରିଛି | ଯାହାର ପ୍ରଭାବ ସ୍ୱରୂପ ଏ ଅସ୍ୱାଭାବିକ ମୃତ୍ୟୁ ଘଟଣାକୁ ନେଇ ସମ୍ପୃକ୍ତ ଶିକ୍ଷାନୁଷ୍ଠାନକୁ ବଦନାମ କରିବା ପାଇଁ ରାଜ୍ୟ ବାହାରୁ ଓ ଭିତରୁ ରାଜନୀତି ତୀବ୍ର ହୋଇଛି | ଝାଡ଼ଖଣ୍ଡ ନିର୍ବାଚନ ମୁଣ୍ଡ ଉପରେ ଥିବା କାରଣକୁ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ଯ ଏ ରାଜନୀତିରେ ନିଜ ନାକ ଭର୍ତି କରିଥିବା ଚର୍ଚା ହେଉଛି | ଏହା ପଛରେ ପ୍ରମୁଖ କାରଣ ବି ଭିନ୍ନ ରହିଛି | ଝାଡ଼ଖଣ୍ଡର ଜେଏମଏମ -ବିଜେପି ରାଜନୀତିର ପ୍ରତିଫଳନ ଓଡ଼ିଶାରେ ଅନୁଭୂତ ହୋଇଛି | କାରଣ ଓଡ଼ିଶାରେ ରାଜ୍ୟପାଳ ଅଛନ୍ତି ଝାଡ଼ଖଣ୍ଡ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ | ପରିବାର ପକ୍ଷରୁ ଓଡିଶା ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଯିବା କାରଣରୁ ସେଠାକର ହେମନ୍ତ ସୋରେନ ସରକାର ମଧ୍ୟ ଏହି ପ୍ରସଙ୍ଗକୁ ମଧ୍ୟ ଅଧିକ ଗୁରୁତ୍ୱ ଦେଉଛନ୍ତି | ଝାଡ଼ଖଣ୍ଡ ରାଜନୀତି ଏହାକୁ ନେଇ ଏତେ ତୀବ୍ର ହୋଇଛି ଯେ, ଯାହାର ପରିଣାମ ସ୍ୱରୂପ ଖୋଦ ଓଡିଶା ରାଜଭବନ ପକ୍ଷରୁ ଘଟଣାର ସଠିକ ତଦନ୍ତ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି | ଅପରପକ୍ଷରେ ପୋଲିସର ସରଜମିନ ତଦନ୍ତରୁ ଏ ଅସ୍ୱାଭାବିକ ମୃତ୍ୟୁ ଯେ ହତ୍ୟା, ସେଭଳି କୌଣସି ସୂଚନା ବା ପ୍ରମାଣ ପୋଲିସ ପାଇପାରିନାହିଁ | ଆଉ ଏଇ ଗୋଳିଆ ପାଣିରୁ ଫାଇଦା ଉଠାଇବା ପାଇଁ ଏବେ ଏହାକୁ ନେଇ ନାନାଦି କାଳ୍ପନିକ ଗପ ସାମାଜିକ ଗଣମାଧ୍ୟମ ଓ ଗଣମାଧ୍ୟମରେ ସାମ୍ନାକୁ ଆସୁଛି | ଏପରିକି ତଦନ୍ତ ନକରି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରାଯାଉଛି ବୋଲି ଖବର ପ୍ରକାଶ ପାଉଛି |
ମିଳିଥିବା ସୂଚନା ଅନୁସାରେ, ୧୦ ତାରିଖରେ ହଷ୍ଟେଲରେ ଆଡମିସନ୍ ନେଇଥିଲେ ଅଭିଶେକ ରବି (୧୯)। ସେ ଯେଉଁ ହଷ୍ଟେଲରେ ରହୁଥିଲେ ସେହି ହଷ୍ଟେଲରେ ତାଙ୍କ ସହ ତଥା ନିକଟବର୍ତୀ କୋଠରୀ ଗୁଡ଼ିକରେ କେବଳ ଝାଡ଼ଖଣ୍ଡରୁ ଆସିଥିବା ୧ମ ବର୍ଷର ଛାତ୍ରମାନେ ରହୁଥିଲେ। ଆସିବା ଦିନ ଠାରୁ କୌଣସି କାରଣରୁ ଅନ୍ୟମାନଙ୍କ ଠାରୁ ଦୂରତ୍ୱ ରକ୍ଷା କରୁଥିଲେ। ସୂଚନା ଅନୁସାରେ ଛାତ୍ର ଜଣଙ୍କ ୧୩ ତାରିଖ ଦିନ ତାର ସାଙ୍ଗ ମାନଙ୍କ ସହ ସକାଳ ଜଳଖିଆ ଖାଇଥିଲେ ଏବଂ ସେ ସେମାନଙ୍କ ସହ ବାହାରକୁ ଯିବାକୁ ମନାକରିଦେଇଥିଲେ ।  ଅଭିଶେକ ରବିଙ୍କ ରକ୍ତାକ୍ତ ଶରୀର ଗତ ୧୩ ତାରିଖରେ କଲେଜ କାମ୍ପସରୁ ମିଳିଥିଲା। ଘଟଣା ଘଟିବା ସଂଗେ ସଂଗେ କ୍ୟାମ୍ପସ୍‌ରେ ଥିବା ମେଡିକାଲ୍ ଟିମ୍ ଦ୍ୱାରା ଛାତ୍ରଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ପହଂଚାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ସଂକ୍ରାନ୍ତରେ ପୋଲିସ ତଦନ୍ତ କରୁଛି | ଛାତ୍ରଙ୍କର ଶବକୁ ବ୍ୟବଚ୍ଛେଦ ପାଇଁ ପୋଲିସ୍ ଦ୍ୱାରା ଭୁବନେଶ୍ୱର ଏମ୍ସକୁ ନିଆଯାଇଥିଲା ଓ ବ୍ୟବଚ୍ଛେଦ ପୋଲିସ ଓ ଛାତ୍ରଙ୍କର ପିତାମାତାଙ୍କ ଉପସ୍ଥିତିରେ କରାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ବେଳେ ଉଦ୍ଦେଶ୍ୟମୂଳକ ଭାବେ ଅନେକ ଖବର ଘୁରିବୁଲୁଛି | ଯେହେତୁ ଆସିବା ଦିନ ଠାରୁ କୌଣସି କାରଣରୁ ଅନ୍ୟମାନଙ୍କ ଠାରୁ ଦୂରତ୍ୱ ରକ୍ଷା କରୁଥିଲେ, ଏହା ଆତ୍ମହତ୍ୟା ବୋଲି ସନ୍ଦେହ ହେଉଥିଲେ ବି ସେ ଦିଗ ବା ତା ପଛର କାରଣ ଉପରେ ମଧ୍ୟ ତଦନ୍ତ ଚାଲିଛି |
ଘଟଣାର ସୂଚନା ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଥିଲା | କେଉଁଭଳି ପରିଶିଟିରେ ଏଭଳି ଅସ୍ୱାଭାବିକ ଘଟଣା ଘଟିଲା ତାହା ତନ୍ନତନ୍ନ କରି ତଦନ୍ତ ଜାରି ରଖିଛି | ଘଟଣା ଘଟିବା ପରେ ହିଁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା ଏବଂ ଏବେ ବି ତଦନ୍ତ ଠିକ୍ ଦିଗରେ ଚାଲିଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଖୋଦ ଓଡ଼ିଶାର ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଉଦ୍ବେଗ ପ୍ରକାଶ କରାଯିବା ପରେ ପୋଲିସ ଅଧିକ ଯତ୍ନଶୀଳତାର ସହ ଛାନଭିନ ଚଳାଇଛି | ରାଗିଙ୍ଗ ପାଇଁ ଛାତ୍ର ଜଣଙ୍କ ଜୀବନ ହାରିଛନ୍ତି ବୋଲି ଯେଉଁ ଖବର ପ୍ରକାଶିତ ହେଉଛି, ଛାତ୍ରଜଣଙ୍କ ଆସିବା ଦିନଠାରୁ ଘଟଣା ଘଟିବା ଦିନ ପର୍ଯ୍ୟନ୍ତର ଘଟଣାକ୍ରମକୁ ଯାଞ୍ଚ କରି ପୋଲିସ ତାହାର କୌଣସି ସୁରାକ ଏଯାବତ ପାଇପାରିନାହିଁ | କାରଣ ସମ୍ପୃକ୍ତ ଅନୁଷ୍ଠାନ ବିରୋଧରେ ଆଗରୁ ରାଗିଙ୍ଗକୁ ନେଇ କୌଣସି ଅଭିଯୋଗ ଆଗରୁ ଆସିନାହିଁ | କଲେଜ ବା ହଷ୍ଟେଲରେ ସିନିଅର ମାନେ ଜୁନିଅରଙ୍କୁ ମୂଳତଃ ରାଗିଙ୍ଗ କରୁଥିବାର ଘଟଣା ବିଭିନ୍ନ ଅନୁଷ୍ଠାନରେ ଆସିଥାଏ | ରାଗିଙ୍ଗକୁ ନେଇ ଯେଉଁ ଖବର ପ୍ରକାଶ ପାଉଛି ତାହା ସମ୍ପୃକ୍ତ ଅନୁଷ୍ଠାନରେ ହଷ୍ଟେଲରେ ହେବାର ସମ୍ଭାବନା ବହୁତ କାମ | କାରଣ ଛାତ୍ରଙ୍କ ସୁରକ୍ଷା ଏବଂ ରାଗିଙ୍ଗ ମୁକ୍ତ କ୍ଯାମ୍ପସ ପାଇଁ ଆମେ ପ୍ରଥମବର୍ଷ ପିଲାଙ୍କ ପାଇଁ ସ୍ବତନ୍ତ୍ର ହଷ୍ଟେଲ ବ୍ୟବସ୍ଥା ରହିଛି ଏହି ଶିକ୍ଷାନୁଷ୍ଠାନର । ଛାତ୍ରଜଣକ ରହୁଥିବା BH 7 ହଷ୍ଟେଲରେ ରହୁଥିବା କୌଣସି ଛାତ୍ରଙ୍କ ଠାରୁ ରାଗିଙ୍ଗ ନେଇ କିଛି ବି ଅଭିଯୋଗ ଆସିନାହିଁ। ଅନ୍ୟ ସହପାଠୀଙ୍କ ସହିତ ଠିକରେ ମିଳାମିଶା କରିପାରୁନଥିବା ବା କୌଣସି କାରଣରୁ ଦୁରେଇ ଦୁରେଇ ରହୁଥିବା ଛାତ୍ରଜଣଜ କ୍ଷେତ୍ରରେ ଏଭଳି ଅଘଟଣ କେମିତି ଘଟିଲା ତାହା ତଦନ୍ତ ଚୂଡାନ୍ତ ହେବାପରେ ସ୍ପଷ୍ଟ ହେବ | ରାଜ୍ୟପାଳଙ୍କ ଅନୁରୋଧ ପରେ ଏବେ ତଦନ୍ତ ଅତ୍ୟନ୍ତ ଯତ୍ନର ସହ ଚାଲିଥିବା ବେଲେ ଝାରଖଣ୍ଡ ରାଜନୀତିର ଚାପରେ ଏକ ଅନୁଷ୍ଠାନର ସୁନାମ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଏକ ପ୍ରକାର ଖେଳ ଚାଲିଛି | ଓଡ଼ିଶାରେ ଝାଡ଼ଖଣ୍ଡ ରାଜନୀତିର ବଳ କଷାକଷି ଚାଲିଥିବା ବେଳେ ଛାତ୍ର ମୃତ୍ୟୁକୁ ନେଇ ଚାଲିଛି ଅନ୍ଧାରରେ ବାଡ଼ିବୁଲା କାରଣରୁ ଶିକ୍ଷାନୁଷ୍ଠାନର ସୁନାମ ଯାଇଛି ଫସି ଯାଇଛି |

 

0
0
0
s2sdefault