ହେଡଲାଇନସ୍:

ଝାଡ଼ଖଣ୍ଡ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ରାଜଭବନ ପକ୍ଷରୁ ଅନୁରୋଧ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ତା୧୭.୦୯.୨୦୨୪- ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜ କ୍ୟାମ୍ପସରେ ଝାଡ଼ଖଣ୍ଡ ରାଜ୍ୟର ଜଣେ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ବିହିତ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ରାଜଭବନ ପକ୍ଷରୁ ଅନୁରୋଧ କରାଯାଇଛି । ସୂଚନାଯୋଗ୍ୟ ଯେ ମୃତ ଛାତ୍ର ଜଣକ ହେଲେ ଝାଡ଼ଖଣ୍ଡ ରାଜ୍ୟ ଅର୍ନ୍ତଗତ ରାଂଚିର ଅଭିଷେକ ରବି । ସେ ଖଣ୍ଡଗିରି ଥାନା ଅର୍ନ୍ତଗତ ଜାଗମରା ନିକଟସ୍ଥ ଏକ ଘରୋଇ ଇଂଜିନିୟରିଂ କଲେଜରେ ଗତ ୧୦ ତାରିଖରେ ଆଡମିସନ ନେଇଥିଲେ । ସୂଚନା ଅନୁଯାୟୀ ଆଡମିସନ ନେବାର ତିନିଦିନ ପରେ ଅଭିଷେକଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା ।
ଏ ସଂପର୍କରେ ନିରପେକ୍ଷ ତଦନ୍ତ କରିବା ନିମନ୍ତେ ବିହିତ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି ।

0
0
0
s2sdefault