ହେଡଲାଇନସ୍:

ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସମୀକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର, ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲୋ
ଭାରତୀୟ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଗତକାଲିର ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହେବା ସହ ଏହା ଛତିଶଗଡ଼ ଓ ଝାରଖଣ୍ଡ ମୁହାଁ ହୋଇଛିା ଏହାର ପ୍ରଭାବରେ ଗତ ୪ ଦିନ ଧରି ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବାବେଳେ ଏବେ ଯାଜପୁର ଓ ଭଦ୍ରକ ଜିଲ୍ଲାରେ ମଧ୍ୟ ଭଲ ବର୍ଷା ହୋଇଅଛିା ଏହା ଫଳରେ ବୈତରଣୀ ନଦୀର ଆଖୁଆପଦାଠାରେ ବିପଦ ସଂକେତ ୧୮.୩୩ ମିଟର ଥିବାବେଳେ ଏବେ ୧୮ ମିଟରରେ ଜଳ ପ୍ରବାହ ହେଉଛିା ତେବେ ଏହି ଜଳସ୍ତର ହ୍ରାସ ପାଉଅଛିା ସେହିପରି ବୁଢ଼ାବଳଙ୍ଗ ନଦୀର ଜାତୀୟ ରାଜପଥ ନଂ-୫, ଗୋବିନ୍ଦପୁରଠାରେ ବିପଦ ସଂକେତ ୮.୧୩ ମିଟର ଥିବାବେଳେ ଏବେ ଜଳସ୍ତର ୭.୫୨ ମିଟରରେ ପ୍ରବାହିତ ହେଉଛିା ସୁବର୍ଣ୍ଣରେଖା ନଦୀର ରାଜଘାଟଠାରେ ବିପଦସଂକେତ ୧୦.୩୬ ମିଟର ଥିବାବେଳେ ଏବେ ଜଳସ୍ତର ୧୦.୭୦ ମିଟର ରହିଛିା ଜଳକା ନଦୀର ମଥାନୀଠାରେ ବିପଦ ସଂକେତ ୬.୫୦ ମିଟର ଥିବାବେଳେ ଏବେ ଜଳସ୍ତର ୬.୭୬ ମିଟର ରହିଛି ଓ ଏହା ହ୍ରାସ ପାଇବାରେ ଲାଗିଛିା ସେଣ୍ଟ୍ରାଲ୍ ଓ୍ୱାଟର କମିଶନର ପୂର୍ବାନୁମାନ ଅନୁଯାୟୀ ସୁବର୍ଣ୍ଣରେଖା ନଦୀରେ ୧୦.୯୫ ମିଟର ସ୍ତରରେ ଜଳ ପ୍ରବାହିତ ହୋଇପାରେ, ଯାହାକି ସର୍ବୋଚ୍ଚ ଜଳପ୍ରବାହ ସ୍ତର ଅଟେ ଓ ଏହାର ପ୍ରଭାବରେ ବାଲେଶ୍ୱର ଜିଲ୍ଲାର ବସ୍ତା, ଭୋଗରାଇ ଓ ବାଲିଆପାଳ ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇପାରୋ
ଅନ୍ୟ ପକ୍ଷରେ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ଏହିସବୁ ଜିଲ୍ଲାରେ ସେଭଳି କିଛି ବନ୍ୟାର ଆଶଙ୍କା ନାହିାଁ ତଥାପି ଜିଲ୍ଲା ପ୍ରଶାସନଙ୍କୁ ପରିବର୍ତ୍ତୀ ୨୪ ଘଣ୍ଟା ସତର୍କ ରହିବା ପାଇଁ ସୂଚାଇ ଦିଆଯାଇଛିା ଭଦ୍ରକ ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ଆଖୁଆପଦାଠାରେ ଜଳସ୍ତର ହ୍ରାସ ପାଇଥିବାବେଳେ ଜିଲ୍ଲରେ ବିଶେଷ ବର୍ଷା ହୋଇନାହିାଁ ତେବେ ଜିଲ୍ଲାରେ ବନ୍ୟା ପରିସ୍ଥିତିର ସମ୍ଭାବନା ନାହିାଁ ପରବର୍ତ୍ତୀ ୨୪ ଘଣ୍ଟା ସତର୍କ ରହିବା ପାଇଁ କୁହାଯାଇଛିା
ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ଜିଲ୍ଲାରେ ଗତ ତିନିଦିନ ମଧ୍ୟରେ ହାରାହାରି ବୃଷ୍ଟିପାତ ଭଲ ରହିଛି (୨୦୩.୩ ମିଲିମିଟର)ା ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ଉଭୟ ନଦୀ ଜିଲ୍ଲା ପାଇଁ ବିପଦା ଆଜି ଜିଲ୍ଲାରେ ସେଭଳି କୌଣସି ବର୍ଷା ନାହିାଁ ବାଲେଶ୍ୱର ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀ ଜିଲ୍ଲା ମଧ୍ୟ ଦେଇ ପ୍ରବାହିତ ହେଉଥିବାବେଳେ ଏବେ ଏସବୁ ଜିଲ୍ଲା ପାଇଁ ଚିନ୍ତାର ବିଷୟା ବର୍ତ୍ତମାନ ସୁଦ୍ଧା ଭୋଗରାଇ ବ୍ଲକ୍ର ୪୦୦ ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛିା ସେହିପରି ଯାଜପୁର ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ଜିଲ୍ଲାରେ ବନ୍ୟାର କୌଣସି ଆଶଙ୍କା ନାହିାଁ ଯଦିଓ ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ହ୍ରାସ ପାଉଛିା ତେବେ ବିrାରପୁର ଓ ଦଶରଥପୁର ବ୍ଲକ୍ରେ କ୍ଷେତ୍ରୀୟ କର୍ମଚାରୀମାନଙ୍କୁ ସଜାଗ ରଖାଯାଇଛିା
ସ୍ୱତନ୍ତ୍ର ରିଲିଫ୍ କମିଶନର ଜିଲ୍ଲାପାଳମାନଙ୍କୁ ପରିସ୍ଥିତିରେ ଉନ୍ନତି ଘଟିବା ପରେ କ୍ଷୟକ୍ଷତିର ଆକଳନ କରି ଏକ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ କହିଛନ୍ତିା ଜିଲ୍ଲାପାଳମାନଙ୍କର ଆବଶ୍ୟକତା ଅନୁସାରେ ମୁଖ୍ୟ ଆଗ୍ନିକ, ଅଗ୍ନିଶମ ବାହିନୀର ଅତିରିକ୍ତ ଟିମ୍କୁ ତୁରନ୍ତ ମୁତୟନ କରିବା ପାଇଁ କୁହାଯାଇଛିା
ମନ୍ତ୍ରୀ ଶ୍ରୀ ପୂଜାରୀ ଜିଲ୍ଲାପାଳମାନଙ୍କୁ ବିପଦ ଆଶଙ୍କା ଥିବା ଲୋକମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରିବା ସହ ରନ୍ଧାଖାଦ୍ୟ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତିା ଜିଲ୍ଲାପାଳମାନେ ଘରଦ୍ୱାର ଓ ଚାଷର ସଠିକ୍ କ୍ଷୟକ୍ଷତି ଆକଳନ ସମୟରେ ଦାୟିତ୍ୱର ସହ କାର୍ଯ୍ୟକରିବା ପାଇଁ କୁହାଯାଇଛିା ତହସିଲଦାର ଓ ରାଜସ୍ୱ ନିରୀକ୍ଷକମାନେ ଏହାକୁ ସଠିକ୍ ଭାବରେ ନିର୍ବାହ କରିବା ପାଇଁ ଗୁରୁତ୍ୱାରୋପ କରାଯାଇଛିା ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପର୍କରେ ଜିଲ୍ଲାପାଳମାନେ ସତର୍କ ରହିବା ସହ ଏସବୁ ସମ୍ପର୍କରେ ସରକାରଙ୍କୁ ତୁରନ୍ତ ଅବଗତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛିା
ଏହି ଅବସରରେ ସ୍ୱତନ୍ତ୍ର ରିଲିଫ୍ କମିଶନର, ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟ ଆଗ୍ନିକ, ଏସ୍ଆର୍ସିଙ୍କ କାର୍ଯ୍ୟାଳୟ ଓ ଓସ୍ଡମାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲୋ

0
0
0
s2sdefault