ହେଡଲାଇନସ୍:

ସୁଭଦ୍ରା ଯୋଜନାର ଆବେଦନ ପ୍ରକ୍ରିୟାକୁ ତଦାରଖ ନିମନ୍ତେ ବରିଷ୍ଠ ଅଧିକାରୀଙ୍କୁ ଗୁରୁଦାୟିତ୍ୱ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )-ତା. 13/୦9 ସରକାରଙ୍କ ଯୁଗାନ୍ତକାରୀ ସୁଭଦ୍ରା ଯୋଜନାର ର ସଫଳ ରୂପାୟନ ନିମନ୍ତେ ଜିଲ୍ଲାସାରl ଆବେଦନ ପ୍ରକ୍ରିୟା ଚାଲୁରହିଛି l ଜିଲ୍ଲାର ୨୧ବର୍ଷରୁ ଉର୍ଦ୍ଧ ୬୦ବର୍ଷରୁ କମ ବୟସ୍କ ମହିଳା ଯାହାଙ୍କ ବାର୍ଷିକ ପାରିବାରିକ ଆୟ ୨ଲକ୍ଷ ୫୦ହଜାରରୁ କମ ହୋଇଥିବ, ସେମାନେ ଆବେଦନ କରିବା ପାଇଁ ଉତ୍ସାହିତ କରାଯାଉଛି l ଜିଲ୍ଲାପାଳ ଶ୍ରୀ ପାୱାର ସଚିନ ପ୍ରକାଶ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱବଧାନରେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରତ୍ୟେକ ଦିନ ବିଭିନ୍ନ କାର୍ଯ୍ୟପନ୍ଥା ହାତକୁ ନିଆଯାଉଛି l ଏନେଇ ଅନଲାଇନରେ ଆବେଦନ ପ୍ରକ୍ରିୟାକୁ ତଦାରଖ କରିବା ନିମନ୍ତେ ଜିଲ୍ଲାପାଳ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନଙ୍କୁ ବିଭିନ୍ନ ବ୍ଲକ ଗୁଡିକ ର ନୋଡାଲ ଅଫିସର ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି l ଅତିରକ୍ତ ଜିଲ୍ଲାପାଳ ( ସାଧାରଣ )ଶ୍ରୀ ତନ୍ମୟ ଦରୱାନ ଜିଲ୍ଲାର କେସିଙ୍ଗା ବ୍ଲକକୁ ତଦାରଖ କରିବା ପାଇଁ ଦାୟିତ୍ୱ ଦିଆଯାଇଛି l ସେହିପରି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ତ୍ରିଲୋଚନ ପାତ୍ର ଭବାନୀପାଟଣା ବ୍ଲକ, ଉପ ଜିଲ୍ଲାପାଳ ଧର୍ମଗତ ଶ୍ରୀ ଧୀମାନ ଚକ୍ମା ଧର୍ମଗଡ଼, ଗୋଲାମୁଣ୍ଡା ବ୍ଲକ,ଉପ ଜିଲ୍ଲାପାଳ ଭବାନୀପାଟଣା ଶ୍ରୀ
ଜୟଦେବ ଦାସ ଦାସ କାର୍ଲାମୁଣ୍ଡା ବ୍ଳକ ସେହିପରି,ପିଡି ଡ଼ୁଡା ଜୁନାଗଡ଼, କଲମପୁର ବ୍ଲକ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଥୁଆମୂଳ ରାମପୁର ବ୍ଳକ, ଡି ପି ସି,ମିଶନ ଶକ୍ତି ଲାଞ୍ଜିଗଡ଼ ବ୍ଳକ,ଡି ପି ଏମ୍, ଓ ଏଲ୍ ଏମ, ଜୟପାଟଣା ବ୍ଲକ,ଡି ଏସ୍ ଡବ୍ଲ୍ୟୁ ଓ ଏବଂ ଡି ପି ସି ମମତା କୋକସରା ବ୍ଲକ ନୋଡାଲ ଅଫିସର ଭାବେ ତଦାରଖ ପାଇଁ ଦାୟିତ୍ୱ ଦିଆଯାଇଛି । ଜିଲ୍ଲାର ସମସ୍ତ 2363 ଅଙ୍ଗନବାଡ଼ି କେନ୍ଦ୍ର ରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଫର୍ମ ମିଳୁଥିବା ବେଳେ, ମୋଟ1562 ଜନସେବା କେନ୍ଦ୍ର,139 ଟି ମୋ ସେବା କେନ୍ଦ୍ରରେ ଜିଲ୍ଲାର ମହିଳା ମାନେ ଆବେଦନ କରୁଛନ୍ତି l ସୂଚନା ଥାଉକି ଯୋଗ୍ୟ ମହିଳା ମାନଙ୍କୁ ପାଞ୍ଚ ବର୍ଷରେ ୫୦ହଜାର ଟଙ୍କା ଦିଆଯିବ l ପ୍ରତ୍ୟେକ ବର୍ଷ ଦୁଇଟି କିସ୍ତିରେ ୧୦ହଜାର ଟଙ୍କା ଲେଖାଏଁ ଦିଆଯିବ l ଜିଲ୍ଲାରେ ସୁଭଦ୍ରା ଯୋଜନା ସମ୍ପର୍କରେ ବ୍ୟାପକ ଜନ ସଚେତନତା ପାଇଁ ସାତ ଗୋଟି ସଚେତନତାରଥ ଜିଲ୍ଲାର ବିଭିନ୍ନ ବ୍ଲକରେ ଗତ ୭ତାରିଖରୁ ଆରମ୍ଭ କରି ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ବ୍ୟାପକ ପ୍ରସାର ପ୍ରଚାର ସହ ସମସ୍ତଙ୍କୁ ସଚେତନତା ବାର୍ତ୍ତା ଦେଉଛନ୍ତି, ଲିଫଲେ
ଟ, ବେନର, ୱାଲ୍ ପେଣ୍ଟିଙ୍ଗ,ହୋର୍ଡିଂ ମାଧ୍ୟମରେ ମଧ୍ୟ ସୁଭଦ୍ରା ଯୋଜନା ସମ୍ପର୍କରେ ସଚେତନତା ବାର୍ତ୍ତା,ସୂଚନା ଦିଆଯାଉଛି। ସୁଭଦ୍ରା ଯୋଜନା ଆବେଦନ କାରୀଙ୍କ ଫର୍ମ ଗ୍ରହଣ କରୁଥିବା କେନ୍ଦ୍ର ଗୁଡିକ ଜିଲ୍ଲାପାଳ ଶ୍ରୀ ପାୱାର ସଚିନ ପ୍ରକାଶ ପରିଦର୍ଶନ କରି ଏହାର ସୁଚାରୁରୂପେ ପରିଚାଳନା କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖବର ସଂଗ୍ରହ ବେଳକୁ ଜିଲ୍ଲାର 191522 ରୁ ଅଧିକ ଆବେଦନକାରୀ ଏଥି ନିମନ୍ତେ ଆବେଦନ କରିସାରିଥିବା ବିଭାଗୀୟ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି ।

0
0
0
s2sdefault