ପବିତ୍ର ନୂଆଁଖାଇ ପାଇଁ ସବୁ ସ୍ଥାନ ରେ ଉତ୍ସାହ ଓ ଉତ୍ସବର ମାହୋଲ
ବରଗଡ଼ :-- ନୂଆଁଖାଇ ପଶ୍ଚିମ ଓଡିଶାର ସବୁଠାରୁ ବଡ଼ ପର୍ବ । ନୂଆଁଖାଇ ର ଧାର୍ଯ୍ୟ ଲଗ୍ନ ରେ ପରିବାର ଓ ଗାଁ ଲୋକଙ୍କ ସହିତ ଏକତ୍ରିତ ହୋଇ ନୁଆଁ ଖାଇବା ପାଇଁ ଦୂରଦୂରାନ୍ତରୁ କାର୍ଯରତ ପଶ୍ଚିମ ଓଡିଶା ବାସୀ ଛୁଟି ଆସିଥାନ୍ତି ନିଜ ଗାଁ କୁ । ଚଳଚଂଚଳ ଓ ଉତ୍ସବ ମୁଖରିତ ହୋଇ ପଡେ ଗାଁ ଦାଣ୍ଡ । ସକାଳୁ ଆରମ୍ଭ ହୋଇଯାଏ ପୂଜାପାଠ । ପିତୃ ପୁରୁଷ ଓ ଦେବଦେବୀ ଙ୍କୁ ପୂଜା ଓ ନବାନ୍ନ ଅର୍ପଣ କରିବା ପରେ ପରିବାର ର ସମସ୍ତେ ଏକତ୍ରିତ ହୋଇ ନବାନ୍ନ ଗ୍ରହଣ କରିବାର ଦୃଶ୍ୟ ଅତି ଚମତ୍କାର । ଅଂଚଳ ରେ ଏମିତି କିଛି ଗ୍ରାମ ଅଛି ଯେଉଁଠାରେ କି ଗରନେ ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ଗୋଟିଏ ସ୍ଥାନରେ ନବାନ୍ନ ଗ୍ରହଣ କରିଥାନ୍ତି ।
ଆଜି ପବିତ୍ର ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ପିଠା ରେ ପୂର୍ବ ରୁ ନିର୍ଦ୍ଧାରିତ ଲଗ୍ନ ରେ ମହାପ୍ରଭୁ ମାର୍ଜର କେଶରୀ ଓ ପାର୍ଶ୍ୱ ଦେବଦେବୀ ଙ୍କର ନିଜତରେ , ସମସ୍ତ ରୀତିନୀତି ଅନୁସାରେ ନବାନ୍ନ ଅର୍ପଣ କରାଯାଇଥିଲା । ଏହାପରେ ସ୍ଥାନୀୟ ଓ ବାହାର ରାଜ୍ୟରୁ ଆସିଥିବା ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଙ୍କୁ ହରିହର ପଙ୍ଗତ ମାଧ୍ୟମ ରେ ନବାନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା । ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ମହାପ୍ରଭୁଙ୍କ ନବାନ୍ନ ଭୋଗ ଶ୍ରଦ୍ଧାଳୁ ମାନଙ୍କୁ ଅତି ମାତ୍ରାରେ ଆତ୍ମସନ୍ତୋଷ ପ୍ରଦାନ କରିଥିଲା । ନୂଆଁଖାଇ ଅବସରରେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ପରିଚାଳନା କମିଟି ତରଫରୁ ସମସ୍ତ ଙ୍କର ମଙ୍ଗଳ କାମନା କରାଯାଇଛି ।
ଶାସକ ପ୍ରଶାସକ ର ସମସ୍ତ ପାଠକ , ଶୁଭେଛୁ ମାନଙ୍କୁ ଶକ ପ୍ରଶାସକ ପରିବାର ତରଫରୁ ନୂଆଁଖାଇ ଜୁହାର ।।