ହେଡଲାଇନସ୍:

ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କଲେ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ରଂଗଲାଲ ଜାମୁଡ଼ା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଲ/Gouranga Dash :- ଆଜି ସନ୍ଧ୍ୟା ସମୟରେ ଖାଦ୍ୟ ସୁରକ୍ଷା ଆୟୋଗ ର ଅଧ୍ୟକ୍ଷ ଶ୍ରୀ ରଂଗଲାଲ ଜାମୁଡ଼ା  ଝାରବନ୍ଧ ବ୍ଲକ ଗସ୍ତ ସାରି ପାଇକମାଲ ବ୍ଲକର ଫ୍ରେଜରପୁର ସ୍ଥିତ ଆଦର୍ଶ ବିଦ୍ୟାଳୟକୁ ନିରୀକ୍ଷଣରେ ଯାଇଥିଲେ । ଅଧ୍ୟକ୍ଷ  ଶ୍ରୀ ଜାମୁଡ଼ା ବିଦ୍ୟାଳୟରେ ପହଞ୍ଚିବା ପରେ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ କ୍ଷିତିଭୂଷଣ ବିଶ୍ୱାଳ ତାଙ୍କୁ ସ୍ବାଗତ କରି ବିଦ୍ୟାଳୟ ଭିତରକୁ ପାଛୋଟି ନେଇଥିଲେ । ଏହାପରେ  ଅଧ୍ୟକ୍ଷ ଙ୍କୁ ଉପସ୍ଥିତ ଶିକ୍ଷକ ଓ ଅଭିଭାବକ ମାନେ ବିଦ୍ୟାଳୟ ର ବର୍ତମାନ ପରିସ୍ଥିତି ବାବଦରେ ଅବଗତ କରାଇଥିଲେ । ବିଦ୍ୟାଳୟ ବାବଦରେ ସବୁ କିଛି ଜାଣିବା ପରେ ଅଧ୍ୟକ୍ଷ ବହୁତ ଖୁସି ହେଇଥିଲେ ।  

     ପାଇକମାଲ ଆଦର୍ଶ ବିଦ୍ୟାଳୟକୁ ଚଳିତ ବର୍ଷ ବରଗଡ ଜିଲ୍ଲାର ନୋଡାଲ ସ୍କୁଲ ଭାବରେ ସ୍ବୀକୃତି ମିଳିଥିବା କଥା ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ବିଶ୍ୱାଳ ଙ୍କ ଠାରୁ ଜାଣିବା ପରେ ପ୍ରସନ୍ନତା ବ୍ୟକ୍ତ କରିଥିଲେ ଶ୍ରୀ  ଜମୁଡ଼ା । ଅଧ୍ୟକ୍ଷ ଙ୍କର ଗସ୍ତ ସମୟରେ ବହୁ ଅଭିଭାବକ ଓ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ତରୁଣ କୁମାର ଦାସ , ଲମ୍ବୋଦର ଭୋଇ ,ଦୀପକ ପ୍ରଧାନ ,ସତ୍ୟଜିତ ତ୍ରିପାଠୀ , ପି  ଉମେଶ ,ଗଜପତି ନାୟକ ,ଓ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ପ୍ରଧାନ ,ଭାଗ୍ୟବନ୍ତି ଭୋଇ , ଋତୁଶ୍ରୀ ନାୟକ , ପ୍ରିୟବତୀ ପ୍ରଧାନ , ଓ ରିନା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଅଧ୍ୟକ୍ଷ ଙ୍କର ବିଦ୍ୟାଳୟ ପରିଦର୍ଶନ ଦ୍ୱାରା  ଶିକ୍ଷକ ଶିକ୍ଷୟତ୍ରୀ ମାନକର ମଧ୍ୟରେ ଅନେକ ଉତ୍ସାହ ଦେଖାଦେଇଛି ।

0
0
0
s2sdefault