ହେଡଲାଇନସ୍:

ଗାଁ ସାଥୀ (ମେଟ)ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଗଜପତି ଜିଲ୍ଲା ଶାଖାର ସର୍ବନିମ୍ନ ୬ହଜାରଟଙ୍କା ପ୍ରତ୍ସୋହନ ରାଶି ସହିତ ୩ଦଫା ଦାବୀ ନେଇ ଡିଆରଡିଏ କାର୍ଯ୍ୟାଳୟ ଠାରେ ଗଣ ଧାରଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗଜପତି ଜିଲ୍ଲା ଗାଁ ସାଥୀ (ମେଟ) ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ଥାୟୀ ନିଯୁକ୍ତି ପ୍ରଯ୍ୟାପ୍ତ କାମ ଯୋଗାଇ ଦେବା ଏବଂ ସର୍ବନିମ୍ନ ୬୦୦୦ଟଙ୍କା ପ୍ରତ୍ସୋହନ ରାଶି ପ୍ରଦାନ ସହ ୩ଦଫା ଦାବୀ ନେଇ ସୋମବାର ଦିନ ଡିଆରଡିଏ କାର୍ଯ୍ୟାଳୟ ସାମନାରେ ଭିକ୍ଷୋଭ ପ୍ରଦର୍ଶନ ଓ ଗଣଧାରଣା କାର୍ଯ୍ୟକ୍ରମ ଅନୁଷ୍ଠାନ ହୋଇଯାଇଛି । ଏହି ଅବସରରେ ସଂଘର ସଭାପତି ପଞ୍ଚୁ ନାୟକ ଏବଂ ସମ୍ପାଦକ ସନ୍ୟାସି କାର୍ଯ୍ୟୀଙ୍କ ନେତୃତ୍ୱରେ ସଂଘର ୫୦୦ରୁ ଉର୍ଧ୍ଵ  ଗାଁ ସାଥୀ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରାରେ ଆସି ଡିଆରଡିଏ କାର୍ଯ୍ୟାଳୟଠାରେ ପହଞ୍ଚି ବିଭିନ୍ନ ଦାବୀ ଗୁଡିକ ନେଇ ତୁରନ୍ତ ପୁରଣ କରାଯିବା ନେଇ ସ୍ଲୋଗାନ ଦେବା ସହ ଗଣଧାରଣାରେ ବସିଥିଲେ । ମନରେଗା କାର୍ଯ୍ୟରେ ବର୍ଷକୁ ଅନ୍ୟୁନ୍ୟ ୧୦୦ଦିନର କାମ ଯୋଗାଇଦେବା  । ଗାଁ ସାଥୀମାନଙ୍କ ସ୍ଥାୟୀ ନିଯୁକ୍ତି , ଗାଁ ସାଥୀମାନଙ୍କ ସର୍ବନିମ୍ନ ୬୦୦୦ଟଙ୍କା ପ୍ରତ୍ସୋହନ ରାଶି ଯୋଗାଇଦେବା ଏବଂ ଗାଁ ସାଥୀମାନଙ୍କ ଡାଟାବେସ ରିପୋର୍ଟ ପ୍ରତି ବ୍ଲକରେ କିଭଳି ସରକାରଙ୍କ ପାଖକୁ ଯିବ ଏବଂ ମନରଗା ଯୋଜନା କାର୍ଯ୍ୟ ଉପରେ ୧୦୦ଟଙ୍କା ଦେଇ ଗାଁ ସାଥୀ ମାନଙ୍କୁ ପ୍ରଶିକ୍ଷଣ ଯୋଗାଇଦେବା ଏହିସବୁ ଆମର ଜିଲ୍ଲାସ୍ତରୀୟର ମୁଖ୍ୟଦାବୀ ଗୁଡିକ ରହିଛି । ପୂର୍ବରୁ ଏସବୁ ଦାବୀ ଗୁଡିକ ଉପରେ ଆମେ ବାରମ୍ୱାର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଭେଟିଲିଖିତ ଦାବୀ ମଧ୍ୟ ଜଣାଇଛୁ । ହେଲେ ମଧ୍ୟଏହାର କୌଣସି ସମାଧାନ ହୋଇନାହିଁ । ଏ ଦିଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମଧ୍ୟ ନିର୍ଦ୍ଦେଶନାମା କରାଯାଇଛି ଯେ ଆସନ୍ତା ଡିସେମ୍ୱର ମାସ ୧୦ ତାରିଖ ମଧ୍ୟରେ ଏହି ଦାବୀ ଗୁଡିକ କଣ କରାଯିବ ବୋଲି, ସେହି ପ୍ରକାରେ ଦାବୀ ଗୁଡିକ ଯଦି ପୁରଣ ନହୁଏ ତାହା ହେଲେ ଆସନ୍ତା ଡିସେମ୍ୱର ମାସର ୨୨ ରୁ ୨୫ ତାରିଖ ମଧ୍ୟରେ ଏହାର ପ୍ରତିବାଦରେ ଗାଁ ସାଥୀ ସଂଘ ଅଣନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।  ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ମୋହନା ବ୍ଲକ ସଭାପତି କୁନାଲ ନାୟକ ଓ ସମ୍ପାଦକ ପଞ୍ଚୁ ନାୟକ, ନୂଆଗଡ ବ୍ଲକ ସଭାପତି ଅଗ୍ନିକାର୍ଯ୍ୟୀ ଓ ସମ୍ପାଦକ ଭୀମ ରଇତ, ରାୟଗଡ ବ୍ଲକ ସଭାପତି ଯୁକେଶ ରଇତ ଓ ସମ୍ପାଦକ ହରିଶ୍ଚନ୍ଦ୍ର ଭୁମଲ, ଗୁମ୍ମାବ୍ଲକ ସଭାପତି ଅମିଲ ମଣ୍ଡଳ ଓ ସମ୍ପାଦକ ରମେଶ ଚନ୍ଦ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ । ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଡିଆରଡିଏ ର ପ୍ରକଳ୍ପ ନିର୍ଦ୍ଦେସକ ଚଞ୍ଚଳ ରାଣାଙ୍କ ଜରିଆରେ ଏକ ଦାବୀ ପତ୍ର ସଂଘ ପକ୍ଷରୁ ପ୍ରଦାନ କରାଯାଇଥିଲା ।

0
0
0
s2sdefault