ହେଡଲାଇନସ୍:

  ସଡକ ସୁରକ୍ଷା ନିୟମାବଳୀ ଆଲୋଚନାଚକ୍ର ଅନୁଷ୍ଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନୀଳ ଦୀପ ; .ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ  ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସେବାଶ୍ରୀ ଭୋଇଙ୍କ ଆବାହକତ୍ୱରେ ତଥା ବିଦ୍ୟାଳୟ ସୁରକ୍ଷା ଉପଦେଷ୍ଟା କମିଟି ଅଧ୍ୟକ୍ଷ ସଞ୍ଜୟ କୁମାର ବହିଦାରଙ୍କ ସଭାପତିତ୍ୱରେ ସଡକ ସୁରକ୍ଷା ନିୟମାବଳୀ ଆଲୋଚନା ଚକ୍ର ଅନୁଷ୍ଠିତ  ହୋଇଯାଇଛି  । ବିଦ୍ୟାଳୟର ବରିଷ୍ଠ  ଶିକ୍ଷକ ବୃନ୍ଦାବନ ଦାଶ ସଡକ ସୁରକ୍ଷା ନିୟମାବଳୀ ବିସ୍ତୃତ ଭାବରେ ଆଲୋଚନା କରିଥିଲେ  । ସୁରେନ୍ଦ୍ର କୁମାର ଭୋଇ ଓ ଗୋପାଲଜୀ ପ୍ରସାଦ ପାଣିଗ୍ରାହୀ କୁଇଜ କାର୍ଯ୍ୟକ୍ରମ ପରିଚାଳନା ପୂର୍ବକ ସଡକ ସୁରକ୍ଷା ନିୟମାବଳୀ ଅଲୋଚନା କରିଥିଲେ । ଉକ୍ତ ଆଲୋଚନା ଚକ୍ରରେ ଗୋବିନ୍ଦ ପ୍ରସାଦ ଅଗ୍ରୱାଲ,ନବ ବରିହା,ମନୋରମା ମହାପାତ୍ର,ସବିତା ଦାଶ,ବବିତା ମହାପାତ୍ର,ରବୀନ୍ଦ୍ର ମୋହନ ଦାଶ,ସମୀର ଖାଁ,ଶରତ ଚନ୍ଦ୍ର ବାରିକ, ସୁବାସ ପାତ୍ର ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଷଷ୍ଠ ରୁ ୧୦ମ ଶ୍ରେଣୀର ଛାତ୍ରୀମାନଙ୍କ ପିତାମାତା ତଥା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଚିନ୍ତାମଣି ସାହୁ,ଜ୍ୟୋତ୍ସ୍ନାରାଣୀ ସାହୁ,ପ୍ରେମାନନ୍ଦ ବେହେରା,ରଞ୍ଜନ କୁମାର ହୋତା,ସୁଶୀଳ କୁମାର ବରିହା,ନୀଳିମାରାଣୀ ମହାନ୍ତି ଓ ରୋଜି ବଢାଇ ପ୍ରମୁଖ ଉପସ୍ଥିତ ଥିଲେ  । ବସନ୍ତ ବାଗ,ଦୁଷ୍ମନ୍ତ ଛତର ଓ ନନ୍ଦିନୀ ବାଗ ବିଶେଷ ସହାୟତା କରିଥିଲେ  । ବିଦ୍ୟାଳୟର ପୂର୍ବତନ ଏସ.ଏମ.ସି ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ବହିଦାରଙ୍କ ବିୟୋଗରେ ତାଙ୍କ ଆତ୍ମାର ସଦ୍ ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ଥିଲା  ।ଶେଷରେ ମିନତି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ  ।

0
0
0
s2sdefault