ହେଡଲାଇନସ୍:

ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷଙ୍କର ପାଇକମାଲ ଗସ୍ତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ/Gouranga charana Dash :- ରାଜ୍ୟ ଫୁଡ଼ କମିଶନ ର ଅଧ୍ୟକ୍ଷ ଶ୍ରୀ ରଙ୍ଗଲାଲ ଜାମୁଡ଼ା   ଆଜି ଦିନିକିଆ  ପଇକମାଲ ଗସ୍ତ ରେ ଆସି ପଇକମାଲ ଭେଙ୍ଗରାଜ ପୁର ପଞ୍ଚାୟତ ,ମିଠାପଲି ପଞ୍ଚାୟତ ,ତଥା ଚିଂଦେଇକେଲା ପଞ୍ଚାୟତ ର 3 ଗୋଟି ଗ୍ରାମ ପରିଦର୍ଶନ ରେ ଆସିଥିଲେ ।  ଅଧ୍ୟକ୍ଷ ଶ୍ରୀ ଜାମୁଡ଼ାଙ୍କର ସହିତ କମିଶନର ପ୍ରଶାସକ ଶ୍ରୀ ସମରେନ୍ଦ୍ର ଷଡଙ୍ଗୀ ଓ ପରାମର୍ଶଦାତା ନିରଞ୍ଜନ ବାରିୟାର ରହିଥିଲେ ।   କମିଶନ ଅଧ୍ୟକ୍ଷ ସକାଳ ପ୍ରାୟ 10ଟା ସମୟରେ ଭେଙ୍ଗରାଜ ପୁର ପଞ୍ଚାୟତ ର ସଦାନନ୍ଦ ପୁର ଗ୍ରାମକୁ ପହଂଚିବା ପରେ ପଞ୍ଚାୟତ ର କର୍ମକର୍ତା ଓ ଗ୍ରାମବାସୀ ମାନେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ ।

ଏହାପରେ ଏକ ସଭାରେ  ଅଧ୍ୟକ୍ଷ ଲୋକ ମାନଙ୍କର ସହିତ କଥାବାର୍ତ୍ତା କରି ତାଙ୍କର ସୁବିଧା ଅସୁବିଧା ବାବଦରେ ଓ ମୁଖ୍ୟତ ଜଙ୍ଗଲ ଜମି ଆଇନ ରେ ଉପକୃତ ହେଇଥିବା ହିତାଧିକାରୀଙ୍କ ସୁବିଧା ଅସୁବିଧା , ରାଜ୍ୟ ତଥା କେନ୍ଦ୍ର ସରକାର ଙ୍କର ଦ୍ୱାରା ପରିଚାଳିତ ଖାଦ୍ୟ ନିରାପତ୍ତା ଆଇନ  ଅନ୍ତର୍ଗତ ରାସନ ଯୋଗାଣ ବାବଦରେ , ସାମାଜିକ ସୁରକ୍ଷା ରେ ଉପକୃତ ହେଇଥିବା ହୀଦଧିକାରୀ ମାନଂକର ସହିତ କଥାବାର୍ତ୍ତା କରି ତାଙ୍କର ସୁବିଧା ଅସୁବିଧା ପଚାରି ବୁଝି ଥିଲେ । ଏହା ସହିତ  ଅଧ୍ୟକ୍ଷ ରାଜ୍ୟ ସରକାର ଙ୍କର ଦ୍ୱାରା ପରିଚାଳିତ ମମତା ଯୋଜନା ,ସ୍ୱାସ୍ଥ୍ୟ ସେବା ଓ ICDS ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ । ଏହିଭଳି ମିଠାପଲି ପଞ୍ଚାୟତ ର ମିଠାପଲି ଗ୍ରାମରେ ଓ ଚିଂଦେଇକେଲା ଗ୍ରାମରେ ମାନ୍ୟବର ଅଧ୍ୟକ୍ଷ ପହଞ୍ଚି ସାଧାରଣ ଲୋକଙ୍କର ସୁବିଧା ଅସୁବିଧା ଶୁଣି ଏହାର ଉଚିତ ସମାଧାନ ଓ ତୁରନ୍ତ କାର୍ଯନୁଷ୍ଠାନ ନିମନ୍ତେ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ ।ସଦନନ୍ଦପୁର ର 3 ଜଣ ,ମିଠାପଲି ଗ୍ରାମର 26 ଜଣ ଓ ଚିଂଦେଇକେଲା ଗ୍ରାମର 40 ଜଣ ଜଙ୍ଗଲ ଜମି ହିତାଧିକାରୀ ମାନଂକର ସହିତ ମାନ୍ୟବର କମିଶନ ଅଧ୍ୟକ୍ଷ ବିଶେଷ ଆଲୋଚନା କରିଥିଲେ ।  

କମିଶନ ଅଧ୍ୟକ୍ଷଙ୍କର ଏହି ଗସ୍ତ କାର୍ଯ୍ୟକ୍ରମରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ଦଉଲତ ଚନ୍ଦ୍ରକାର , ପାଇକମାଲ BDO ତଥା ତହସିଲଦାର ଶ୍ରୀ ସଦାଶିବ ନାୟକ , ପଦ୍ମପୁର ଉପଖଣ୍ଡ ସ୍ୱାସ୍ଥ୍ୟ  ଅଧିକାରୀ ଯଦୁମଣି ସାହୁ , ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମାନବୋଧ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନଳିନୀ ବଲବନ୍ତରାଏ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ , ADWO ଚୈତନ୍ୟ ମାଝୀ , ପଦ୍ମପୁର ADIPRO ଶ୍ରୀ ପାଣିଗ୍ରାହୀ ,ACSO ଶମ୍ଭୁ ପ୍ରସାଦ ହରପାଳ ,ପାଇକମାଲ ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଅଳତାଫ ମହମ୍ମଦ , ଶିକ୍ଷା ଅଧିକାରୀ ଚୁଡାମଣି ବାରିକ , ସମାଜ ମଙ୍ଗଳ ଅଧିକାରୀ ଗୁରୁଚରଣ ଦାସ , ମତ୍ସ୍ୟ ସମ୍ପଦ ଅଧିକାରୀ ରମେଶ ଚନ୍ଦ୍ର ସେଠି , ଅତିରିକ୍ତ ତହସିଲଦାର ଶ୍ରୀ ପୂର୍ଣାନନ୍ଦ ପଟେଲ , ଡା, ବିଭୁତି ଭୂଷଣ ମହନ୍ତ , ସି ଡ଼ି ପି ଓ ପାଇକମାଲ RWSS ର SDO ବିପ୍ଳବ କିଷାନ ,ଯନ୍ତ୍ରୀ ସତ୍ୟବ୍ରତ ମାଝୀ ତଥା ଜିଲ୍ଲା ଓ ବ୍ଲକ ର ସମସ୍ତ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । 

0
0
0
s2sdefault