ହେଡଲାଇନସ୍:

ଜିଲ୍ଲା ଦାବି ନେଇ  କ୍ରିୟାନୁଷ୍ଠାନ କମିଟିର ଗଣଧାରଣା : ଏକାଦଶ ଦିନରେ ଉପଖଣ୍ଡ ସାମ୍ବାଦିକ ସମୂହ ସାମିଲ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଟିଟିଲାଗଡ଼,(ସୁନୀଲ ବେହେରା) : ଟିଟିଲାଗଡ଼କୁ ଜିଳ୍ଲା ମାନ୍ୟତା ଦାବୀ ନେଇ ଜିଲ୍ଲା  କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନିର୍ଦ୍ଦିଷ୍ଟ  କାଳ ପାଇଁ  ଆରମ୍ଭ ହୋଇଥିବା ଗଣଧାରଣା ଆଜି ଏକାଦଶ ଦିବସରେ ପହଞ୍ଚିଛି । ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ଟିଟିଲାଗଡ଼ ଉପଖଣ୍ଡର ବିଭିନ୍ନ ବ୍ଲକ, ସହରାଞ୍ଚଳ ତଥା ଗ୍ରାମାଞ୍ଚଳ ସାମ୍ବାଦିକ ସମୂହ ଆନେ୍ଦାଳନରେ ସାମିଲ ହୋଇଛି । ସ୍ଥାନୀୟ ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ ଟିଟିଲାଗଡ଼ ଉପଖଣ୍ଡର ଟିଟିଲାଗଡ଼, ସଇଁନ୍ତଲା, ମୁରିବାହାଲ, ବଙ୍ଗୋମୁଣ୍ଡା  ତୁରେକେଲା ଓ ତୁଷୁରା  ଅଞ୍ଚଳର ସାମ୍ବାଦିକ ଏକତ୍ରିତ ହୋଇଥିଲେ । ସେଠାରୁ ଜିଲ୍ଲା ଦାବି ସମ୍ପର୍କୀତ ବିଭିନ୍ନ ସ୍ଲୋଗାନ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ଧାରଣାସ୍ଥଳରେ ପହଞ୍ଚି ଗଣଧାରଣାରେ ବସିଥିଲେ । ଏଥିରେ ଟିଟିଲାଗଡ଼ ସହରର ବିଭିନ୍ନ ସାମ୍ବାଦିକ ଅନୁଷ୍ଠାନର କର୍ମକର୍ତ୍ତା ସର୍ବଶ୍ରୀ ଜଗଦୀଶ ଚନ୍ଦ ଜୈନ, ସତ୍ୟବ୍ରତ ପଣ୍ଡା, ସଞ୍ଜୟ ବେହେରା, ଦିଲୀପ ପୁରୋହିତ, ସନତ ପାଢୀ, ପ୍ରକାଶ ମହାରଣା, ଶରତ ମିଶ୍ର, ଗୋପାଲ ପ୍ରସାଦ ଅଗ୍ରୱାଲ, ସୁନୀଲ ବେହେରା, ଦୀପକ ସମାଦ୍ଧାର, ଇଶ୍ୱର ଜୈନ, ସଞ୍ଜୟ ନାୟକ, ଉତ୍ତମା ନାଏକ, ବଜରଙ୍ଗ ଜୈନ, ଶଶିକପୁର ଜୈନ, ସନ୍ତୋଷ ନାୟକ, ପ୍ରକାଶ ପୁରୋହିତ, ପ୍ରକାଶ ଗୋୟଲ, ହରିଶ ରାଏଥାଥା, ଜିତୁ ସାହୁ, ବେଲଗାଁର ଅଶୋକ ତ୍ରିପାଠୀ, ଦେଶିଲର ସୁଧିର କୁମାର ସାହୁ, ସର୍ଗିଗୁଡ଼ାର ଯୁଗଲ କିଶୋର ସାହୁ, ମୁରିବାହାଲର ଦୂର୍ଗାନନ୍ଦ ମହାକୁର, ଶ୍ରୀବସô ବେହେରା, ବନବିହାରୀ ଯୋଷୀ, ଭଗବାନ ମହାନ୍ତି, ତରଣୀସେନ ମେହେର, ନିମାଇଁ ବଘାର, କେଦାର ବଡ଼ଜେନା ଓ ମନୋଜ କର, ବଙ୍ଗୋମୁଣ୍ଡାର ହୁଲେଶ୍ୱର ହଂଶ, ଅଶୋକ ନାରାୟଣ ଭୋଇ, ଅର୍ଧେନ୍ଦୁ କୁମାର ଦାସ ଯାଦବ ଓ ଜଗଦୀଶ ସୁନା, ସଇଁନ୍ତଲାର ଦୟାନିଧି ସାହୁ, ତରୁଣ କୁମାର ବେହେରା, ରାଖାଲ ପ୍ରସାଦ ଶତପଥି, ପ୍ରମୋଦ କୁମାର ସେଲମା, ଆଲୋକ ସାହୁ, ନାରାୟଣ ସାହୁ, ସିନେ୍ଧକେଲାର ଅଭିମନୁ୍ୟ ବହିଦାର, ଅନିଲ କୁମାର ତ୍ରପାଠୀ, ତୁଷୁରାର ମନୋଜ ଜୈନ ପ୍ରମୁଖ ଗଣଣଧାରଣାରେ ବସିଥିଲେ । ଏଥିସହ ଜିଲ୍ଲା ଦାବି ସମ୍ପର୍କୀତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ସାମ୍ବାଦିକ ମାନେ ଅଭିଯୋଗ କରିଥିଲେ ଯେ ୧୯୯୨ ମସିହାରୁ ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ପାଇଁ ଦାବି ହୋଇ ଆସୁଛି । ମୁଖ୍ୟମନ୍ତ୍ରୀ ମଧ୍ୟ ଦାବି ପୁରଣ ଦିଗରେ ପ୍ରତିଶୃତି ଉପରେ ପ୍ରତିଶୃତି ଦେଇ ଚାଲିଛନ୍ତି ହେଲେ ସେ ଦେଇଥିବା ତାଙ୍କ ପ୍ରତିଶୃତିକୁ ସ୍ମରଣ କରି ପାରୁ ନାହାନ୍ତି ଓ ଦାବି ପ୍ରତି ଗୁରୁତ୍ୱ ଦେଉନାହାନ୍ତି । ଫଳସ୍ୱରପ  ଉପଖଣ୍ଡ ବାସୀ ଆନେ୍ଦାଳିତ ହୋଇ ପଡ଼ିଛନ୍ତି । ଏହି ପରିପେକ୍ଷୀରେ ଆଜି ଉପଖଣ୍ଡର ବିଭିନ୍ନ ବ୍ଲକ, ସହରାଞ୍ଚଳ ଓ ଗ୍ରାମାଞ୍ଚଳର ସାମ୍ବାଦିକ ଏକଜୁଟ ହୋଇ ଜିଲ୍ଲା ଦାବି ଆନେ୍ଦାଳନରେ ସାମିଲ ହେବାକୁ  ବାଧ୍ୟ ହୋଇଛନ୍ତି ଏବଂ ଦାବି ପୁରଣ ନହେବା ଯ୍ାଏଁ କ୍ରିୟାନୁଷାଠାନ କମିଟିର ଆନେ୍ଦାଳନକୁ ସମ୍ପୁର୍ଣ ଭାବେ ସାମ୍ବାଦିକ ସମୂହ ସହଯୋଗ କରିବେ ବୋଲି ଉପଖଣ୍ଡ କର୍ମଜୀବୀ ସାମ୍ବାଦିକ ସଂଘର ସଭାପତି ଜଗଦୀଶ ଜୈନ ଓ ସମ୍ପାଦକ ସତ୍ୟବ୍ରତ ପଣ୍ଡା ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେହିପରି ଆଜି  କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆହୁତ ଦୀର୍ଘ ୧ କଲୋମିଟର ପର୍ଯ୍ୟନ୍ତ ଅନୁଷ୍ଠିତ  ମାନବ ଶୃଙ୍ଖଳରେ ସହରର ବିଭିନ୍ନ ବର୍ଗର ଲୋକ ଯୋଗ ଦେଇ ଏକତାର ପରିଚୟ ଦେଇଥିଲେ । ଏଥିସହ ଜିଲ୍ଲା ଦାବି ନେଇ ଆଜି ଠାରୁ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ଲକ୍ଷାଧିକ ଦସ୍ତଖତ ସଂଗ୍ରହ ହେବାପରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯିବ ବୋଲି କ୍ରିୟାନୁଷ୍ଠାନ  କମିଟିର ଆବାହକ କୃଷ୍ଣଚନ୍ଦ୍ର ସାହୁ ଜଣାଇଛନ୍ତି । ଅପରପକ୍ଷେ ଓକିଲ ସଂଘ ଦାବିକୁ ସମର୍ଥନ ଜଣାଇ ଆରମ୍ଭ କରିଥିବା କାର୍ଯ୍ୟବନ୍ଦ ଆନେ୍ଦାଳନ ଆଜି ୧୧ ଦିନରେ ପହଞ୍ଚିଥିବା ବେଳେ ଓକିଲ ମାନେ କୋର୍ଟ ସମ୍ମୁଖରେ ଡେରା ପକାଇ ଧାରଣାରତ ଆନେ୍ଦାଳନକାରୀଙ୍କୁ ଉତ୍ସାହିତ କରୁଛନ୍ତି ।  ଓକିଲଙ୍କ କାର୍ଯ୍ୟବନ୍ଦ ପ୍ରଭାବରେ ଉପଜିଲ୍ଲାପାଳଙ୍କ ଅଧିନସ୍ଥ ସମସ୍ତ କାର୍ଯ୍ୟାଳୟ ଯଥା କୋର୍ଟ କଚେରୀ ବନ୍ଦ ରହିଛି ।

0
0
0
s2sdefault