ହେଡଲାଇନସ୍:

ଭଞ୍ଜନଗର ପଞ୍ଜିକୃତ ନାଟ୍ୟ ସଂସଦ ର ପରିଚୟ ପତ୍ର ବଣ୍ଟନ ଉତ୍ସବ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ କଣ୍ଟାଡୋର ଠାରେ ଥିବା ଅଗ୍ରଣୀ ପଞ୍ଜିକୃତ "ନୀଳ କଣ୍ଠେଶ୍ୱର ନାଟ୍ୟ ସଂସଦ" ର ସ୍ୱତନ୍ତ୍ର ଉତ୍ସଵ ଆଜି ୧୧ ତାରିଖ ପବିତ୍ର ହେରାପଞ୍ଚମୀ ଗୁରୁବାର ଦିନ ଭଞ୍ଜନଗରସ୍ଥ ବାଉଁଶଲୁଣ୍ଡି ଠାରେ ଅନୁଷ୍ଠାନ ର ଉପଦେଷ୍ଟା ଙ୍କ ବାସ ଭବନରେ ଅନୁଷ୍ଠିତ ହୋଇଯାଇଛି।

ଏହି ସ୍ୱତନ୍ତ୍ର ସଭାରେ ଭଞ୍ଜନଗର ଅଞ୍ଚଳ ର ଖ୍ୟାତନାମା ସଙ୍ଗୀତକାର ଗୁରୁ ଶ୍ରୀ ରାଜରାଓ, ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି ଓ କବି ସମ୍ରାଟ ମିଡ଼ିଆ କ୍ଲବ ଉପ ସଭାପତି ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଥମେ ଅତିଥି ମାନଙ୍କୁ ପୁଷ୍ପ ଗୁଛ ସହ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ନାଟ୍ୟ ଅନୁଷ୍ଠାନ ର ସଭାପତି କେଶବ ଆଚାର୍ଯ୍ୟ, ସମ୍ପାଦକ କୈଳାଶ ଚନ୍ଦ୍ର ଜେନା,ତ୍ରିନାଥ ସ୍ୱାଇଁ ,ଅଭିମନ୍ୟୁ ବେହେରା, ପଞ୍ଚାନନ ନାଇକ, ଅଞ୍ଜଳି ଆଚାର୍ଯ୍ୟ, ମାନସ ସ୍ୱାଇଁ, ରୁଦ୍ର ନାରାୟଣ ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ଜେନା, ସଂଜୟ କୁମାର ସ୍ୱାଇଁ, ଧୋବା ସ୍ୱାଇଁ ଯୋଗଦାନ କରିଥିଲେ। ଏତତ୍ ବ୍ୟତିତ କବିସମ୍ରାଟ ମିଡ଼ିଆକ୍ଳବ୍ ର ସହ ସମ୍ପାଦକ (ସମ୍ବାଦିକ) ଉଦୟନାଥ ପଣ୍ଡା, ସଂଯୋଜକ ରଞ୍ଜିତ ଜେନା ପ୍ରମୁଖ ମଧ୍ୟ ଯୋଗ ଦେଇଥିଲେ। ବିଲୁପ୍ତ ପ୍ରାୟ ଲୋକ କଳା, ଲୋକ ନୃତ୍ୟ ଦିନକୁ ଦିନ ଲୋପ ପାଇବାରେ ଲାଗିଛି। ଆଧୁନିକ ମୋବାଇଲ ଯୁଗରେ ଯୁବ ପିଢ଼ି ଭାରତ ଲୀଳା, ସଖି ନାଟ, ରାଜା ନାଟ ପରି ଲୋକ ନୃତ୍ୟ କୁ କିପରି ଆପଣେଇ ଏହି କଳାକୁ ବଞ୍ଚାଇବେ ସେଥିପାଇଁ ଏହି ଅନୁଷ୍ଠାନ ପ୍ରୟାସ ଜାରି ରଖିଛି। ଭଞ୍ଜମାଟି ଭଞ୍ଜନଗର ରେ ଥିବା ଲୋକ କଳାରେ ଦେଖିବାକୁ ମିଳେ ଭଞ୍ଜ ସଙ୍ଗୀତ ର ଝଲକ। ଆଜିର ଏହି କାର୍ଯ୍ୟକ୍ରମ ରେ ଉକ୍ତ ନାଟ୍ୟ ଅନୁଷ୍ଠାନ ର କଳାକାର ମାନଙ୍କୁ ପରିଚୟ ପତ୍ର ସହିତ ପ୍ରମାଣ ପତ୍ର ପ୍ରଦାନ କରାଯାଇ ଥିଲା। ସଙ୍ଗୀତ ଗୁରୁ ଶ୍ରୀ ରାଜାରାଓ ଏହି କଳାକାର ମାନଙ୍କ ପ୍ରଚେଷ୍ଟା କୁ ଭୁରି ଭୁରି ପ୍ରଶଂସା ପ୍ରଶଂସା କରିବା ସହ ଲୋକ କଳାକୁ ବଞ୍ଚାଇବା ପାଇଁ ସରକାରୀ ସହଯୋଗ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ। ଉପଖଣ୍ଡ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି ଭାରତ ଲୀଳା ଭଳି କଳାକୁ ଗଞ୍ଜାମ ଜିଲ୍ଲା ସଂସ୍କୃତି ଅଧିକାରୀ ଙ୍କ ନଜର କୁ ଆଣି ପ୍ରଚାର ପ୍ରସାର କରିବା ପାଇଁ କହିଥିଲେ। ଏହି ଅନୁଷ୍ଠାନ ଆଗକୁ ଅନେକ ଜନ ହିତେସି କାର୍ଯ୍ୟକ୍ରମ ହାତକୁ ନେଇ ଜନ ସମାଜର ମୁକୁର ରୁପେ କାର୍ଯ୍ୟ କରିବ ବୋଲି ଅନୁଷ୍ଠାନ ର ସଦସ୍ୟ ମାନେ ମତ ରଖିଛନ୍ତି।

0
0
0
s2sdefault