ହେଡଲାଇନସ୍:

ଜଗତସିଂହପୁର ନିୟନ୍ତ୍ରିତ ବଜ଼ାର କମିଟି ପକ୍ଷରୁ ମାର୍କଣ୍ଡପୁର ଠାରେ ବହୁମୁଖୀ ଗୋଦାମ୍ ଗୃହ ର ଶୁଭ ଉଦଘାଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୧୦.୦୭.୨୦୨୪/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ଜିଲ୍ଲା ରେ , ନିୟନ୍ତ୍ରିତ ବଜାର କମିଟି, ଜଗତସିଂହପୁର ଏବଂ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ମାର୍କଣ୍ଡପୁର ସେବାସମବାୟ ସମିତି ଅନ୍ତର୍ଗତ ସୁଜଙ୍ଗ ଠାରେ ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ଙ୍କ ଦ୍ୱାରା ଏକ ବହୁମୁଖୀ ଗୋଦାମ ଗୃହ ର ଶୁଭ ଉଦଘାଟନ ହୋଇଯାଇଛି। ଏହି ଅବସରରେ ଉପ ଜିଲ୍ଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ଯ ଅତିଥି ଭାବେ ଯୋଗଦେଇ ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ କହିଲେ ଯେ, ବର୍ତ୍ତମାନ ର ସରକାର ଗରିବ ଙ୍କ ସରକାର ଓ ପ୍ରାଥମିକତା ର ସରକାର ।ତେଣୁ ଏହି ଗୋଦାମ ଗୃହ ର ପ୍ରତିଷ୍ଠା ଫଳରେ ବହୁ ଚାଷୀ ଉପକୃତ ହେବା ସହ ଧାନ ସୁଲଭ ମୂଲ୍ୟରେ ବିକ୍ରୀ କରି ପାରିବେ। ଏଠାରେ ଶୃଙ୍ଖଳିତ ଧାନ ବଣ୍ଟନ ସହ ଖୋଲା ରେ ପଡି ନଷ୍ଟହୋଇଯାଉଥିବା ଧାନ କୁ ସଂରକ୍ଷିତ କରାଯାଇପାରିବ। ଏଥି ସହିତ ସେ ଏହା ମଧ୍ୟ କହିଥିଲେ ଯେ, ଯେପରି ଗରିବ ଚାଷୀ ଟିଏ କଠିନ ପରିଶ୍ରମ କରି ଅମଳ କରୁଥିବା ଧାନକୁ ମିଲର ମାନେ କାଟି ନ ନିଅନ୍ତୁ ବରଂ ସରକାର ଙ୍କ ପ୍ରୋତ୍ସାହନ ରେ ଚାଷୀ ଟି ତାର ପରିଶ୍ରମ ର ଉଚିତ୍ ମୂଲ୍ୟ ପାଇପାରୁ। ବିଧାୟକ ଶ୍ରୀ ଦାସ, ଜିଲ୍ଲା ରେ ସର୍ବାଙ୍ଗୀନ ଉନ୍ନତି ଦିଗରେ ଦଳ ମତ ନିର୍ବିଶେଷରେ ମିଳିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ରେ ଏକ ମେଡିକାଲ୍ କଲେଜ୍ ର ସ୍ଥାପନ ପାଇଁ ଉଦ୍ୟମ କରାଯିବ ବୋଲି ସେ କହିଥିଲେ। ଏହି ସଭାରେ ଅଧ୍ୟକ୍ଷତା କରି ଉପ ଜିଲ୍ଲାପାଳ ତଥା ତଥା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ସାହୁ କହିଲେ ଯେ, ଜଗତସିଂହପୁର ଜିଲ୍ଲା ଏକ ଉପକୂଳବର୍ତ୍ତୀ ଜିଲ୍ଲା ଏବଂ କୃଷି ଭିତ୍ତିକ ଅର୍ଥନୀତି ରେ ପର୍ଯ୍ୟବେସିତ। ତେଣୁ କୃଷି ଓ କୃଷକଙ୍କ ଉନ୍ନତି ରେ ହିଁ ଜିଲ୍ଲା ତଥା ରାଜ୍ଯ ର ଉନ୍ନତି ହୋଇପାରିବ ବୋଲି ସେ କହିଥିଲେ। କୃଷି ସମବାୟ ସଂସ୍ଥା ମାଧ୍ୟମରେ କୃଷି ର ବିକାଶ, ଯୁବ ଚାଷୀ ଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ନିୟନ୍ତ୍ରିତ ବଜାର କମିଟି ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ଶ୍ରୀ ସାହୁ କହିଥିଲେ। ସାର ,ବିହନ ଯୋଗାଣ,ଫସଲ ଅମଳ , ଧାନ କିଣା ବିକା, ସଂରକ୍ଷଣ ଆଦି ରେ ନିୟନ୍ତ୍ରିତ ବଜାର କମିଟି ର ସହଯୋଗ କାମନା କରିଥିଲେ। ଏହାଦ୍ଵାରା ଅଞ୍ଚଳର ବିକାଶ ହେବା ସହିତ ଚାଷୀ ମାନେ ଉପକୃତ ହେବେ ବୋଲି ଉପ ଜିଲ୍ଲାପାଳ ଶ୍ରୀ ସାହୁ କହିଥିଲେ। ନିୟନ୍ତ୍ରିତ ବଜାର କମିଟି ର ସମ୍ପାଦକ ଶ୍ରୀ ସୂର୍ଯ୍ୟ କାନ୍ତ ଦାସ ମଧ୍ୟ କୃଷି ଓ କୃଷକଙ୍କ ଉନ୍ନତି ଦିଗରେ ଏହି ବହୁମୁଖୀ ଗୋଦାମ ଗୃହ ର ଆବଶ୍ୟକତା ରହିଛି ବୋଲି କହିଥିଲେ। ସମବାୟ ସମିତି ର ସହକାରୀ ରେଜିଷ୍ଟ୍ରାର ଶ୍ରୀ ପ୍ରଭାତ ଚନ୍ଦ୍ର ତ୍ରିପାଠୀ ନୂତନ ଭାବେ ଉଦଘାଟିତ ହୋଇଥିବା ଗୋଦାମ ଗୃହ କୁ ଚାଷୀ ମାନଙ୍କ ନିମନ୍ତେ ୱାନ ଷ୍ଟପ ସପ ବୋଲି କହିଥିଲେ, ଯେଉଁ ଠାରେ ଉତ୍ତମ ଫସଲ ନିମନ୍ତେ ସାର, ବିହନ ଠାରୁ ଆରମ୍ଭ କରି ଫସଲ ଅମଳ, ଏହାର ସଂରକ୍ଷଣ, ଚାଷୀ ଋଣ ଆଦି ସୁଲଭ ମୂଲ୍ୟରେ ଉପଲବ୍ଧ କରାଯିବ। ଜିଲ୍ଲା ରେ ବର୍ତ୍ତମାନ 44 ଟି ସମବାୟ ସମିତି ର ନିଜସ୍ଵ ଗୃହ ନିର୍ମାଣ ପାଇଁ ପ୍ରଚେଷ୍ଟା ଚାଲିଥିବା ବେଳେ ନିଜସ୍ୱ ଜାଗା ନଥିବା ସୋସାଇଟି ଗୁଡିକୁ ତୁରନ୍ତ ଜାଗା ଯୋଗାଇଦେବା ପାଇଁ ମଧ୍ୟ ଜିଲ୍ଲାପାଳ ଙ୍କୁ ଅନୁରୋଧ କରାଯାଇଛି ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଥିଲେ। ଜିଲ୍ଲା ରେ ମୋଟ 114 ଟି ସମବାୟ ସମିତି କର୍ଯ୍ୟକାରୀ ରହିଛି ଏବଂ ସବୁ ଗୁଡିକ ର ନିଜସ୍ୱ ଗୃହ ଓ ଗୋଦାମ ଗୃହ ହୋଇପାରିଲେ ଜିଲ୍ଲା ରେ କୃଷି ର ସ୍ଥିତି ରେ ପରିବର୍ତ୍ତନ ଆସିପାରିବ ବୋଲି ସେ କହିଥିଲେ। ଏହି ସଭାରେ ଯୋଗଦେଇ ନିୟନ୍ତ୍ରିତ ବଜାର କମିଟି ର ଉପାଧ୍ୟକ୍ଷ ଶ୍ରୀ ଦୀପ୍ତି ଦାସ ମଧ୍ୟ ସମସ୍ତଙ୍କ ମିଳିତ ସହଯୋଗରେ ଜିଲ୍ଲା ରେ କୃଷି ର ବିକାଶ ହୋଇପାରିବ ବୋଲି କହିଥିଲେ। ବାଲିକୁଦା ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର ପ୍ରଧାନ, ନିୟନ୍ତ୍ରିତ ବଜାର କମିଟି ର ସଦସ୍ୟ ଶ୍ରୀ ଲାଲା ଅନିଲ କୁମାର ରାୟ ଓ ସୁରେଶ କୁମାର ନନ୍ଦ ମଧ୍ୟ ମାର୍କଣ୍ଡପୁର ବହୁମୁଖୀ ଗୋଦାମ ଜିଲ୍ଲା ରେ କୃଷି ଓ କୃଷକଙ୍କ ପାଇଁ ସହାୟକ ହେବ ବୋଲି କହିଥିଲେ।ଶେଷରେ ପୂର୍ବତନ ଅଧ୍ୟକ୍ଷ , ପୌରପରିଷଦ ତଥା ନିୟନ୍ତ୍ରିତ ବଜ଼ାର କମିଟି ସଦସ୍ୟ ଶ୍ରୀ ମଧୁସୂଦନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ବହୁ ବିଭାଗୀୟ ଅଧିକାରୀ, ବୁଦ୍ଧିଜୀବୀ, କୃଷକ ଓ ଗଣ ମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

0
0
0
s2sdefault