ଘୁ.ଉଦୟଗିରିର ସମସ୍ୟା ସମ୍ପର୍କରେ ପ୍ରେସ କ୍ଲବର ସଦସ୍ୟଙ୍କ ସହ ଆଲୋଚନା କଲେ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଘୁ.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଆଜି ଘୁ.ଉଦୟଗିରି ଗସ୍ତରେ ଆସି ଥିଲେ l ଏହି ଗସ୍ତ ବେଳେ ନବନିର୍ବାଚିତ ବିଧାୟକ ସ୍ଥାନୀୟ ପିଡବ୍ଲୁଦି ବଙ୍ଗଳା ଠାରେ ଅଂଚଳର ସମସ୍ୟା ସମ୍ପର୍କରେ ପ୍ରେସ କ୍ଲବର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି l ପ୍ରେସ କ୍ଲବର ସଦସ୍ୟ ଘୁ.ଉଦୟଗିରିକୁ ଉପଖଣ୍ଡର ମାନ୍ୟତା, ଘୁ.ଉଦୟଗିରି ଠାରେ ରକ୍ତ ଭଣ୍ଡାର ସ୍ଥାପନ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ପ୍ରଦାନ ସହ ଡାକ୍ତର ନିଯୁକ୍ତି, ଶୀତଳ ଭଣ୍ଡାର ପୁନଃରୁଧାର, ବାଇପାସ ରାସ୍ତାର ନିର୍ମାଣ କାମ ଆରମ୍ଭ, ବସ ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ନେଇ ସରକାରଙ୍କ ପାଖରେ ବିଧାନସଭା ଅଧିବେଶନରେ ଦାବୀ ଉପସ୍ଥାପନା କରିବା ପାଇଁ ବିଧାୟକଙ୍କୁ ଅନୁରୋଧ କରିଛନ୍ତି l ଏହା ସହ ପ୍ରେସ କ୍ଲବ ପାଇଁ କାର୍ଯ୍ୟାଳୟ ପ୍ରଦାନ ଓ ଘୁ.ଉଦୟଗିରି ଠାରୁ ଭୁବନେଶ୍ୱର, ମୁନିଗୁଡା, ଗୋପାଳ ପୁର, ବ୍ରହ୍ମପୁର, ପୁରୀ ଇତ୍ୟାଡି ମୁଖ୍ୟ ସହରକୁ ସରକାରୀ ବସ ଚଳାଚଳ ପାଇଁ ପ୍ରେସ କ୍ଲବର ସଦସ୍ୟ ସ୍ଥାନୀୟ ବିଧାୟକଙ୍କ ପାଖରେ ଦାବୀ ଉପସ୍ଥାପନା କରି ଥିଲେ l ଘୁ.ଉଦୟଗିରି ହେଉଛି ନିର୍ବାଚନ ମଣ୍ଡଳୀର ହେଡକ୍ଵାଟର ତେଣୁ ଏଠାକାର ସମସ୍ୟା ଓ ଜନସାଧାରଣଙ୍କ ସମସ୍ୟାକୁ ସରକାରଙ୍କ ପାଖରେ ଉପସ୍ଥାପନ କରିବା ସମସ୍ୟାର ସମାଧାନ କରିବା ମୋର ପ୍ରଥମ କର୍ତ୍ତବ୍ୟ l ସମଗ୍ର ନିର୍ବାଚନ ମଣ୍ଡଳୀର ଜନସାଧାରଣ ମୋତେ ବହୁ ମୂଲ୍ୟ ଭୋଟ ଦେଇ ଜୟଯୁକ୍ତ କରିଛନ୍ତି ତେଣୁ ସମଗ୍ର ନିର୍ବାଚନ ମଣ୍ଡଳୀ ଅର୍ଥାତ ଘୁ.ଉଦୟଗିରି, ଟିକାବାଲି, ରାଇକିଆ ଓ ଦାରିଙ୍ଗବାଡି ବ୍ଲକବାସୀଙ୍କ ସମସ୍ୟାକୁ ସରକାରଙ୍କ ପାଖରେ ଉପସ୍ଥାପନା କରି ସମାଧାନପାଇଁ ମୁଁ ଚେଷ୍ଟା କରିବି ବୋଲି ଗଣମାଧ୍ୟମଙ୍କ ସହ ସାଖ୍ୟାତକାରରେ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ l ଏହି ସମୟରେ ପ୍ରେସ କ୍ଲବର ସଦସ୍ୟ ଅରୁଣ କୁମାର ଷଡ଼ଙ୍ଗୀ, ପତିତପାବନ ସାହୁ, ପ୍ରଶନ ମିଶ୍ର, ରାମକୃଷ୍ଣ ଚୌଧୁରୀ, ଅନିଲ କୁମାର ଦଳବେହେରା, ଗଗନ କୁମାର ପ୍ରଧାନ ଓ ପ୍ରତାପ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ l

0
0
0
s2sdefault