ହେଡଲାଇନସ୍:

କୋଶଲୀ ଭାଷାକୁ ଅଷ୍ଟମ ସୂଚୀରେ ସାମିଲ କରିବା ଦାବି ନେଇ ଜନ୍ତରମନ୍ତର ଠାରେ ଧାରଣା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିକ୍ଷୋଭକୁ ସମର୍ଥନ ଦେଲେ ବିଭିନ୍ନ ଭାଷାର ପ୍ରତିନିଧି 

ପଦ୍ମପୁର/ନୂଆଦିଲ୍ଲୀ - କୋଶଲୀ କ୍ରିୟାନୁଷ୍ଠାନ କମିଟି ତରଫରୁ ନୂଆଦିଲ୍ଲୀ ସ୍ଥିତ ଜନ୍ତରମନ୍ତର ଠାରେ କୋଶଲୀ ଭାଷାକୁ ଅଷ୍ଟମ ସୂଚୀରେ ସାମିଲ କରିବା ଦାବି ନେଇ ଧାରଣା ଦିଆଯାଇଛି । ଏହି ଧାରଣାରେ ରାଜସ୍ଥାନୀ ,ଭୋଜପୁରୀ,ଅକବା,ପଞ୍ଜାବୀ,ମରାଠୀ,ତାମିଲ ଆଦି ଭାଷାର ପ୍ରତିନିଧି ମାନେ ସମର୍ଥନ ଜଣାଇଥିଲେ ଏବଂ ନିଜନିଜ ଭାଷାର ପକ୍ଷ ରଖିଥିଲେ । ବିଗତ କିଛି ବର୍ଷ ହେବ କେନ୍ଦ୍ର ସରକାର ବିଭିନ୍ନ କମିଟିର ସୁପାରିଶ କ୍ରମେ ବିଭିନ୍ନ ଭାରତୀୟ ଭାଷା ମାନଙ୍କୁ ଅଷ୍ଟମ ସୂଚୀରେ ସାମିଲ କରିଛନ୍ତି । ଭାରତର ସାଂସ୍କୃତିକ ବିବିଧତାର ସ୍ବିକୄତି ପାଇଁ କେନ୍ଦ୍ର ସରକାରଙ୍କ ଏହି ଉଦ୍ୟମକୁ ସାଧୁବାଦ । ମାତୄଭାଷାର ମୌଳିକ ସାଂସ୍କୃତିକ ଅଧିକାରୀ ଯାହା ସେ ଅଞ୍ଚଳର ଲୋକଙ୍କୁ ତାଙ୍କର ଅର୍ଥନୀତି,ସାମାଜିକ, ସାଂସ୍କୃତିକ ତଥା ରାଜନୈତିକ ଅଧିକାର ସହିତ ଯୋଡେ ।ଜାତିସଂଘ ମଧ୍ୟ ଭାଷାଗତ ସମାନତାକୁ ସ୍ବକୄତି ଦେଇଛନ୍ତି ।ଭାରତ ସରକାର ମାତୄଭାଷା ଗତ ବହୁଭାଷି ଶିକ୍ଷା ପ୍ରଚଳନ କରୁଛନ୍ତି।ଏହି ସମ୍ପର୍କରେ ସ୍ମାରକ ପତ୍ରରେ ଉଲ୍ଲେଖିତ ଅଛି ଯେ କୋଶଲୀ ଭାଷା ପଶ୍ଚିମ ଓଡିଶାର ଦଶଟି ଜିଲ୍ଲାର ମାତୄଭାଷା ।ପ୍ରାୟ ଦୁଇକୋଟି ଲୋକଙ୍କ ନିତ୍ୟବ୍ୟବହାର୍ଯ୍ୟ  ।କୋଶଲୀ ଭାଷାରେ ରାମାୟଣ,ମହାଭାରତ ପରି ଅନେକ ପୁରାଣ ତଥା ଉଚ୍ଚ କୋଟିର ରଚନାରେ ରିଦ୍ଧିମନ୍ତ । କୋଶଲୀ ନାଟକ,ଚଳଚ୍ଚିତ୍ର ବିଶ୍ବ ପ୍ରସିଦ୍ଧ ।କୋଶଲୀ ଭାଷାରେ ରେଡ଼ିଓ, ଟେଲିଭିଜନ ଓ ସମ୍ବାଦପତ୍ର ମାନଙ୍କରେ ସ୍ଥାନିତ ହୋଇସାରିଥିବା ବେଳେ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ ହେବାପାଇଁ ବିଚରାଧିନ ଥିବା ବେଳେ ରାଜ୍ୟ ସରକାର ମଧ୍ୟ ସେ ନେଇ ଚିଠି ଲେଖିଥିବା ପ୍ରଶଂସନୀୟ । ପଶ୍ଚିମ ଓଡ଼ିଶାର ଲୋକଙ୍କ ପାଇଁ ଏହା କେବଳ ଏକ ଭାଷା ନୁହେଁଜୀବନଶୈଲି ।ରାଜ୍ୟ ସରକାର ଓଡ଼ିଶାର ସରକାରୀ ଭାଷାର ମାନ୍ୟତା ପ୍ରଦାନ କଲେ ପ୍ରଶାସନିକ ତଥା ରାଜକାର୍ଯ୍ୟ ରେ ସୁବିଧା ହେବ ।ଭାରତର ୨୯ଗୋଟି ରାଜ୍ୟ ମଧରୁ ୧୫ରୁ ବେଶୀ ରାଜ୍ୟରେ ତଥା ୭ଟି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ୬ଟିରେ ଗୋଟିଏରୁ ଅଧିକ ଭାଷାକୁ ସରକାରୀ ମାନ୍ୟତା ମିଳିଛି ।ଏହାଦ୍ବାରା କୋଶଲୀ ଭାଷାରେ ପ୍ରାଥମିକ ସ୍ତରରେ ପାଠ ପଢ଼ାଯାଇ ପାରିବ ଏବଂ ନିଜ ମାତୃଭାଷା ରେ ପାଠ ପଢ଼ିଲେ ଗରିବ ତଥା ଆଦିବାସୀ ବହୁଳ ପଶ୍ଚିମ ଓଡ଼ିଶାର ବିକାଶର ମୁଖ୍ୟ ଧାରାରେ ଯୋଡ଼ି ହୋଇପାରିବ ।ସରକାରୀ ମାନ୍ୟତା ଲାଭ କଲେ ଗବେଷଣା ତଥା ଭାଷାର ପ୍ରଚାର ପ୍ରସାର ଅଭିବୃଦ୍ଧି ରେ ସହାୟକ ହେବ ।ଏହି ଧାରଣାରେ ସାକେତ ଶ୍ରୀ ଭୂଷଣ ସାହୁ,ଦିଲ୍ଲୀପ ପଶାୟତ,ଡ.ଯୋଗେଶ ସିଂ,ଗଜେନ୍ଦ୍ର ସାହୁ, କୁନ୍ଦନ ଅମିତାଭ,ଘନଶ୍ୟାମ ବାଞ୍ଜି,ସର୍ବେଶ୍ବର ସାହୁ,ବୈଲୋଚନ ସାହୁ,କିଶୋର ପୋଢ଼,ଦିବ୍ୟୟ ନାଗ,ଆକାଶ ସାହୁ, ସର୍ବେଶ୍ବର ପଧାନ, ହରେନ୍ଦ୍ର ସ୍ବାଇଁ, ରାଜାରାମ କେଡିଆ, ଓ ସୁନିଲ ଶର୍ମା ପ୍ରମୁଖ ସାମିଲ ଥିଲେ ।

0
0
0
s2sdefault