ହେଡଲାଇନସ୍:

ଶ୍ରମିକ ସହାୟତା କାର୍ଯ୍ୟକ୍ରମ ଲୋକ ଦେଖାଣିଆ, ଶ୍ରମିକଙ୍କ  ଅବସ୍ଥା ଯେଉଁ ତିମିରକୁ ସେଇ ତିମିରେ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବଡ଼ଚଣାରୁ ପ୍ରଫୁଲ୍ଲ କୁମାର ସାହୁ: ସମଗ୍ର ଯାଜପୁର ଜିଲ୍ଲାରେ ଶ୍ରମ ବିଭାଗ ତରଫରୁ ପ୍ରତ୍ୟେକ ବ୍ଲକରେ  ଚାଲିଛି ଶ୍ରମିକ ସହାୟତା କାର୍ଯ୍ୟକ୍ରମ  । ବଡ଼ ଦୁଃଖର ବିଷୟ ବଡ଼ଚଣା ବ୍ଲକ ଚଣ୍ଡିଖୋଲ ଯାଜପୁର ଜିଲ୍ଲାର ମୁଖଶାଳା କହିଲେ ଅତୁକ୍ତି ହେବ ନାହିଁ । ଏ ନିର୍ବାଚନ ନର୍ବାଚନ ମଣ୍ଡଳୀ ସ୍ୱାଧୀନତାର ୭୧ବର୍ଷ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବିକାଶଧାରାରେ ସାମିଲ ହୋଇପାରିନି ବୋଲି ବୁଦ୍ଧିଜିବିଙ୍କ ମତ । ଏହି ନିର୍ବାଚନ ମଣ୍ଡଳୀରେ ପ୍ରଚୁର ଖଣିଜ ପଦାର୍ଥ ଭରପୂର ରହିଥିଲେ ମଧ୍ୟ ଏହା ଶାସକ ପ୍ରଶାସକ ପକେଟକୁ  ଗରମ କରୁଛି ବୋଲି ସାଧାରଣରେ ଆଲୋଚନା ହେଉଛି । ମାଙ୍କଡ଼ା ପଥର ମହରମ ଦୁର୍ନୀତିଠୁ ଆରମ୍ଭ କରି ଟିଟୋ ଲିଙ୍କ୍ ଭୂତ ଗାଡ଼ି, ଅଷ୍ଟମ ଶ୍ରେଣୀର ଛାତ୍ରୀ ମମତାଙ୍କ ଅସ୍ୱଭାବିକ ମୃତ୍ୟୁ ଏହି ବ୍ଲକର ଜନସାଧାରଣଙ୍କ ମନରୁ ଏ ପର୍ଯ୍ୟନ୍ତ ଲିଭିନି । ଏହାର ସରକାରୀ ତଦନ୍ତ ନାମକୁମାତ୍ର ତଦନ୍ତ ବାଟରେ ଅଛି । ଏହି ବ୍ଲକରେ ପ୍ରଶିଦ୍ଧ ଶୈବ ପୀଠ ମହାବିନାୟକ, ଛତିଆ ବଟ, ଅମରାବତୀ, ଓଳାଶୁଣୀ ଗୁମ୍ଫା, ପ୍ରଶିଦ୍ଧ  ବୌଦ୍ଧକୀର୍ତ୍ତୀ, ରତ୍ନଗିରି , ଲଳିତଗିରି, ଉଦୟଗିରି ଭଳି କିର୍ତ୍ତିରାଜ ଯେତିକି ଗର୍ବ ଓ ଗୌରବ ବଢାଇଛି ଦୁର୍ନୀତି ଭ୍ରଷ୍ଟାଚାର ସେତିକି କଳଙ୍କିତ କରିଛି । ଏଗଲା ଏହି ବ୍ଲକର  ବିକାଶର କଥା । ବାକି ରହିଲା ନିର୍ମାଣ ଶ୍ରମିକଙ୍କ କଥା । ରାଜ୍ୟ ସରକାର ନିର୍ମାଣ ଶ୍ରମିକଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ତାହା ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ସମଗ୍ର ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଶ୍ରମିକମାନଙ୍କୁ ସାଇକେଲ୍ ଯନ୍ତ୍ରପାତି ଓ ବିଭିନ୍ନ ସହାୟତା ମିଳୁଥିବା ବେଳେ ଏହି ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖାଯାଉଛି । ଏକ ଲକ୍ଷରୁ ଉଦ୍ଧ୍ୱ ନିର୍ମାଣ ଶ୍ରମିକ ଏହି ଜିଲ୍ଲାରେ ପଞ୍ଜୀକୃତ ହୋଇଥିବା ବେଳେ ସହାୟତାର ହାର ନିମ୍ନମୁଖୀ ବୋଲି ସାଧାରଣରେ ଆଲୋଚନା ହେଉଛି । ବର୍ଷ ବର୍ଷ ଧରି ଅନେକ ନିର୍ମାଣ ଶ୍ରମିକ ସାଇକେଲ ଯନ୍ତ୍ରପାତିରୁ ବଞ୍ଚିତ ଥିବା ବେଳେ ଏବେ ଚାଲିଥିବା ଶ୍ରମ ସହାୟତା କାର୍ଯ୍ୟକ୍ରମ ଧର୍ମକୁ ଆଖିଠାର ବୋଲି ଜଣା ପଡୁଛି । ଶ୍ରମ ଅଫିସ୍ରେ ଚାଲିଛି ଘୋର ଅନିୟମିତତା । କୋଡ଼ିନେଟର ଓ ଡ଼ାଟା ଏଣ୍ଟି୍ରି ଅପରେଟରଙ୍କର ଚାଲିଛି ରାବଣ ରାଜ । ଏମାନଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି ଏ ଜିଲ୍ଲାରେ ଥିବା ମୁଖ୍ୟ ଶ୍ରମ ଅଧିକାରୀ । ବିଗତ ଦୁଇ ତିନି ବର୍ଷ ଧରି ଶ୍ରମ ଅଧିକାରୀ କୁବେର ବେହେରାଙ୍କ ଠାରୁ ଶ୍ରମ ଅଧିକାରୀ ଶିବପ୍ରସାଦ ମିଶ୍ର ପର୍ଯ୍ୟନ୍ତ ସମସ୍ତେ ଆଖି ବୁଜିଦେଇଛନ୍ତି  ।୨୦୦୯ ମସିହା ଠାରୁ ୨୦୧୮ମସିହା ପର୍ଯ୍ୟନ୍ତ ବହୁ ଶ୍ରମିକ ପଞ୍ଜୀକୃତ ହୋଇଥିଲେ ମଧ୍ୟ ସେମାନଙ୍କର ସହାୟକ ରାଶି ଏପର୍ଯ୍ୟନ୍ତ ମିଳିପାରୁ ନାହିଁ । ମାନ୍ୟବର ଶ୍ରମ ଅଧିକାରୀ ଲିଖିତଭାବେ ଦେଇପାରିବେକି, ସମଗ୍ର ଜିଲ୍ଲାରେ ପଞ୍ଜୀକୃତ ହୋଇଥିବା ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି କ୍ରମାଙ୍କ ହିସାବରେ ଦିଆହେଉଛି କି ? ପ୍ରକୃତ ନିର୍ମାଣ ଶ୍ରମିକ ସେମାନଙ୍କର ନାର୍ଯ୍ୟ ପ୍ରାପ୍ତ ପାଉଛନ୍ତି କି ? ସିରିଏଲ୍ ହିସାବରେ ୨୦୦୯ ରୁ ୨୦୧୮ ପର୍ଯ୍ୟନ୍ତ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ କରାଯାଉଛି କି? ପ୍ରତ୍ୟେକ ସହାୟତା ପ୍ରକୃତ ତଦନ୍ତ କରି ପ୍ରକୃତ ନିର୍ମାଣ ଶ୍ରମିକଙ୍କ ପାଖରେ ପହଞ୍ଚି ପାରୁଛି କି? ଯାଜପୁର ଜିଳ୍ଲା ଶ୍ରମ ଅଫିସରେ  ଲେବର କାର୍ଡଟିକୁ  ରିନୁଆଲ୍ କରିବା ପାଇଁ ମାସ ମାସ ଧରି ଦୌଡ଼ିବାକୁ ପଡ଼ୁଛି । ବିଭିନ୍ନ ପ୍ରକାର ବାହାନା ଦେଖାଇ ଶ୍ରମିକମାନଙ୍କୁ ଶ୍ରମ ଅଫିସରେ  ଶୋଷଣ କରାଯାଉଛି । କିଛି ଦଲାଲଙ୍କୁ ଧରି ସଂପୃକ୍ତ ବିଭାଗ ଶହ ଶହ ଶ୍ରମିକଙ୍କ ନାର୍ଯ୍ୟ ପ୍ରାପ୍ୟକୁ ମନ ଇଚ୍ଛା ବାଣ୍ଟି ଚାଲିଛନ୍ତି । ଏଦିଗରେ ତଦନ୍ତ ହେଲେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି |

0
0
0
s2sdefault