ହେଡଲାଇନସ୍:

ପିଲାଙ୍କ ପୋଷାକ ବାବଦ ପଇସା ବି ଖାଇବାକୁ ମନ !!!!!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଛାତ୍ରଛାତ୍ରୀଙ୍କ ପୋଷାକ ବାବଦ ପଇସା ଏକାଉଣ୍ଟରେ ଟଙ୍କା ଦେବା ପାଇଁ ଦାବୀ 

  ଟିଟିଲାଗଡ଼,(ସୁନୀଲ ବେହେରା ) ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ ଶହ ଶହ କୋଟି  ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବଲାଙ୍ଗିର ଜିଲା ଗୁଡଭେଲା ବ୍ଳକର ସମସ୍ତ ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କୁ ମାଗଣାରେ ଦୁଇଇ ହଲ ପୋଷାକ ଓ ଗୋଟିଏ ହଳ ଯୋତା ଦେବା ପାଇଁ ନିର୍ଦ୍ଦେଶ  ଦେବା ସହ ଅର୍ଥ ମଧ୍ୟ ଯୋଗାଇ ଦେଇଛନ୍ତି ।କିନ୍ତୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୋଷାକ ଓ ଯୋତା କିଣାରେ ପିସି  ନେଇ ନିମ୍ନ ମାନର ସାମଗୀ୍ର କିଣିବା ପାଇଁ ତୁଷୁରା ସ୍ଥିତ ସମଲେଶ୍ୱରୀ ମନ୍ଦିର ରାସ୍ତାରେ ଥିବା ଜଣେ ଅସ୍ଥାୟୀ ଦୋକାନୀଙ୍କ ସହ  ସ୍ଥାନୀୟ ବିଭାଗୀୟ ଅଧିକାରୀଙ୍କ  ସଲା ସୁତୁରା  କରି ସ୍କୁଳ ମାନଙ୍କୁ ଉକ୍ତ ସାମଗୀ୍ର ନେବା ପାଇଁ ବାଧ୍ୟ କରୁଥିବା କିଛି ସ୍କୁଲ ଶିକ୍ଷକ ମାନେ ନିଜ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି । ଗୁଡ଼ଭେଲା ବ୍ଳକରେ ମୋଟ ୧୧୬ଟି ବିଦ୍ୟାଳୟ ରହିଥିବାବେଳେ ୬୩୭୬ ଜଣ ଛାତ୍ରଛାତ୍ରୀ ଙ୍କୁ ଚଳିତ ବର୍ଷ ପୋଷାକ ଓ ଯୋତା ବଣ୍ଟନ କରାଯିବ । ଏଥିପାଇଁ ଜଣେ ଛାତ୍ରଛାତ୍ରୀ ପିଛା ୬ ଶହ ଟଙ୍କା ଲେଖାଏଁ ରାଜ୍ୟ ସରକାର ଯୋଗେଇ ଦେଇଥି୍ବାବେଳେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ଏପରିକି କି୍ଛି ଅସାଧୁ ବ୍ୟାପାରି ସ୍କୁଳ  ଗୁଡ଼ିକକୁ ଯାଇ ଛାତ୍ରଛାତ୍ରୀଙ୍କ ମାପ ନେଇ ଆସିବା ସହ ସ୍ଥାନୀୟ ସିଆରସି ମାନଙ୍କୁ ଭେଟି ପିସି ଲେନଦେନ ଆରମ୍ଭ କରି ଦେଇଛନ୍ତି । ଶନିବାର ଦିନ ଜଣେ ଅସ୍ଥାୟୀ ବ୍ୟାପାରି ଏହି ବ୍ଳକ ଅର୍ନ୍ତଗତ ଘୂନା ଅପଗ୍ରେଡ଼ ବିଦ୍ୟାଳୟକୁ  ଯାଇ ପ୍ରଧାନ ଶିକ୍ଷକଙ୍କୁ ଭେଟି  ନିଜ ସାମଗ୍ରୀ ନେବା ପାଇଁ  କହିଥିବାବେଳେ ଉକ୍ତ ଶିକ୍ଷକ ସହ ପିସି ନଛିଣ୍ଡିବାରୁ  ଗୁଡ଼ଭେଳା ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଭେଟି ପିସି ନଛିଣ୍ଡିବାରୁ ମତେ ଚଳିତ ବର୍ଷ ପୋଷାକ ଦେବାରୁ ମନା କରି ଦିଆଯାଇଥିବା ମୌଖିକ ଅଭିଯୋଗ କରିଛନ୍ତି । କିନ୍ତୁ ବ୍ଳକ ଶିକ୍ଷା ଅଧିକାରୀ ଏ ନେଇ  ପ୍ରମାଣ ଦେଲେ କାର୍ଯାନୁସ୍ଥାବ  ନିଆଯାଇ ପାରିବ ବୋଳି  ହାଲୁକା ଭାବେ କହିବାରୁ ଉକ୍ତ ଦୋକାନୀ ଯୁକ୍ତିତର୍କ କରିଥିବା ସାଧାରଣରେ ଚର୍ଚ୍ଚାର ଖୋରାକ  ଯୋଗେଇଥିଲା । ଏଥିରୁ ଜଣାପଡ଼ୁଛି ଯେ ବିଗତ ବର୍ଷମାନଙ୍କୁ କିପରି ପିସି କାରବାର  ପୋଷାକ ବଣ୍ଟନ କରାଯାଉଥିଲା ବୋଳି ସାଧାରଣରେ ଚର୍ଚ୍ଚା ଚାଲିଛି ।   ଅନ୍ୟ ପକ୍ଷରେ ଛାତ୍ରୀ ଛାତ୍ରୀଙ୍କ ପାଇଁ  ଚଳିତ ବର୍ଷ ଚାରି ଶହ ଟଙ୍କା ଦରର ଦୁଇ  ହଳ ଓ ଗୋଟିଏ ହଳ ଯୋତା ଓ ଦୁଇ ଟି ମୋଜା ଲେଖାଁଏ  ଦେବା ପାଇଁ ଶିକ୍ଷା ବିଭାଗରୁ ଟଙ୍କା ଦିଆଯାଇଥିବା ବେଳେ ନିୟମକୁ ଖୁଲାଖୁଲୀ ଉଲ୍ଲଙ୍ଗନ କରି ଅତି ନିମ୍ନମାନର ପୋଷାକ ଓ ଯୋତା ବଣ୍ଟନ କରାଯିବା ପାଇଁ ପ୍ରସ୍ତୁତି ଚାଳିଛି  ।  ଏପରିକି ସ୍କୁଲ କମିଟି ସଭାପତି, ଶିକ୍ଷକ, ସି.ଆର.ସି ଏବଂ ପୋଷାକ ଯୋଗାଣକାରୀଙ୍କ ଅସାଧୁ ମେଣ୍ଟ ଯୋଗୁଁ ଯେଉଁ ପୋଷାକ ଖୋଳା ବଜାରରେ ୭୦ରୁ ୧୦୦ ଟଙ୍କାରେ ମିଳୁଛି ଏବଂ ଦିଲ୍ଲୀରୁ ଯୋଗାଇ ଦେଉଥିବା ଯୋତା ଓ ମୋଜା ମିଶି ୬୦ରୁ ୧୦୦ ଟଙ୍କା ଭିତରେ  ମିଳୁଛି,ତାହାକୁ ଦୁଇ ଶହ ଟଙ୍କା ଦର୍ଶାଇ ଛାତ୍ରୀଛାତ୍ରଙ୍କୁ ଦିଆଯାଇଥିବା ଅଭିଯୋଗ ହେଉଛି । ସାଇକେଲ ଓ ଷ୍ଟାଇପେଣ୍ଡ ପରି ଛାତ୍ରୀ ଛାତ୍ରୀଙ୍କ ବ୍ୟାଙ୍କ ଜମାଖାତାରେ ଡ୍ରେସ ଓ ଯୋତା  କିଣିବା ପାଇଁ ଟଙ୍କା ଜମା କଲେ ସରକାରଙ୍କ ଏହି ଯୋଜନାର ସୁଫଳ ହୁଅନ୍ତା ବୋଳି ଅଭିଭାବକ ମାନେ ମତ ପ୍ରକାଶ  କରନ୍ତି । ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ ଜିଏସଟି ନମ୍ବର ଥିବା  ତିନୋଟି   ଦୋକାନୀଙ୍କ ଠାରୁ  ତିନୋଟି କୋଟେସନ ଆହ୍ୱାନ କରିବା ପରେ  ଉନ୍ନତମାନର ସାମାଗୀ୍ର ହୋଇଥିବା ସହ କମ ମୁଲ୍ୟ ଥିବା ଦୋକାନୀ୍ଙ୍କଠୁ କିଣିିବାର ନିୟମ ରହିିଛିିିି । କିନ୍ତୁ ପିସିର ଲୋଭ ସମସ୍ତ ଗାଇଡ଼ଲାଇନକୁ ଉଲଂଘନ କରି ଉକ୍ତ  ଅସ୍ଥାୟୀ ଦୋକାନୀ ଦୁଇଟି ଭୂତ କୋଟେସନ ଦେବା ସହ ଗୋଟିଏ  ଭଳ କୋଟେସନ ଦେଇ  ପ୍ରାୟ  ସ୍କୁଲରେ ନିଜ ସାମଗୀ୍ର ଯୋଗେଇଥାନ୍ତି । ଏପରିକି ଚଳିତ ବର୍ଷ ମଧ୍ୟ ସ୍କୁଲ ଗୁଡ଼ିକରେ ପୋଷାକ ଓ ଯୋତା ଦେବା ପାଇଁ ନିଜ ଘରେ କୋଟି କୋଟି ଟଙ୍କାର ସାମଗ୍ରୀ  ରଖିଥିବା ଜଣାପଡ଼ିଛି । ଆହୁରି ମଧ୍ୟ ସ୍କୁଲ ଡ୍ରେସ  ଯୋଗାଣ କରି ସିଲେଇ ହେବାକୁ ଥିବା କପଡ଼ାର ବିଲ ଦେଇ ପୁଣି ଟେଲରର ବିଲ ଦିଆଯାଇ ଟ୍ୟାକ୍ସ ଠକୁଥିବାର  ମଧ୍ୟ ଅଭିଯୋଗ ହୋଇଛି ।  ଏସଂପର୍କରେ ବ୍ଳକ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀଧର  ବେହେରା କହନ୍ତି ଯେ ବିଗତ ବର୍ଷ ମାନଙ୍କଠୁ ଏବର୍ଷ ଉନ୍ନତମାନର ପୋଷାକ ଓ ଯୋତା ଯୋଗେଇ ଦିଆଯିବ ବୋଲି  କହିିଥିବାବେଳେ, କଣ ବିଗତ ବର୍ଷରେ ନିମ୍ନମାନର ସାମଗୀ୍ରଗୁଡ଼ିକ ଯୋଗେଇ ଦିଆଯାଉଥିଲା କି ବୋଲି ପ୍ରଶ୍ନର ଉତ୍ତରରେ କିଛି କହିବାକୁ ମନା କରିବା ସହ କଥାକୁ ଏଡ଼ାଇ ଯାଇଥିଲେ ଏବଂ ବାକି ଅଭିଯୋଗକୁ ଅସ୍ୱୀକାର କରିଥିଲେ  । ଏ ନେଇ ବ୍ଳକ ଶିକ୍ଷାଅଧିକାରୀ ଅଖିଲ ଦୀପ କହନ୍ତି ଯେ ଏଥିରେ ଆମର କିଛି ଯାଏ ଆସେ ନାହିଁ  । ଜିଳ୍ଳା ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଦ୍ୟାଳୟକୁ ସିଧାସଳଖ ଟଙ୍କା ଏକାଉଣ୍ଟରେ ଯୋଗେଇ ଦିଆଯାଇଥାଏ । ତାହା ଗାଇଡ଼ଲାଇନ ଅନୁସାରେ ସ୍କୁଲ  ପରିଚାଳନା କମିଟୀ ସହ  ମିଶି ଖର୍ଚ୍ଚ କରିବାର ନିୟମ ରହିଛି । କିନ୍ତୁ ଏବେ ପର୍ଯ୍ୟନ୍ତ ମୋ ପାଖକୁ କିଛି ଲିଖିତ ଅଭିଯୋଗ ଆସି ନାହିଁ । ଆସିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଳି ସଫେଇ ଦେଇଥିଲେ  । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏବେଠୁ ଦୃଷ୍ଟି ନଦେଲେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଛାତ୍ରଛାତ୍ରୀମାନେ ଶହେ ଟଙ୍କାର ସାମଗୀ୍ରକୁ ଦୁଇ ଶହ ଟଙ୍କାରେ କିଣି ନେଇଯିବା ସହ ମଧ୍ୟସ୍ଥିମାନେ ମାଲେମାଲ ହେବା ସହ ସରକାରଙ୍କ ଯୋଜନା ଫେଳ ମାରିବ ବୋଲିଳି ଅଭିଭାବକ ମହଳରେ ମତପ୍ରକାଶ ପାଉଛି ।   

0
0
0
s2sdefault