ହେଡଲାଇନସ୍:

ଏମ୍ସ ଭୁବନେଶ୍ୱରର ସଭାପତି ହେଲେ ଡା ସୁବ୍ରତ ଆଚାର୍ଯ୍ୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ପଦ୍ମଶ୍ରୀ ପ୍ରଫେସର ଡା. ସୁବ୍ରତ ଆଚାର୍ଯ୍ୟ ଏମ୍ସ ଭୁବନେଶ୍ୱର ସମ୍ମାନଜନକ ସଭାପତି ପଦ ଅଳଙ୍କୃତ କରିଛନ୍ତି । । ଡା. ଆଚାର୍ଯ୍ୟଙ୍କ ନିଯୁକ୍ତି ନେଇ ଭାରତ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶାର ଡାକ୍ତରମାନଙ୍କ ମଧ୍ୟରେ ଗର୍ବ ଓ ଗୌରବ ଡା. ଆଚାର୍ଯ୍ୟ ଏମ୍ସ ନୂଆଦିଲ୍ଲୀରେ ଦୀର୍ଘ ୪୦ବର୍ଷ ଧରି କାର୍ଯ୍ୟ କରିବା ପରେ କିଟ୍ ବିଶ୍ୱବିଦ୍ୟାଳୟର ଦୀର୍ଘ ଦୁଇ ବର୍ଷ ହେଲା ଉପକୁଳାଧିପତି ସହ କିମ୍ସର ସଂପୂର୍ଣ୍ଣ ଦାୟିତ୍ୱରେ ରହିଛନ୍ତି । ଭାରତ ସରକାର ଡା. ଆଚାର୍ଯ୍ୟଙ୍କୁ ଏମ୍ସ ଭୁବନେଶ୍ୱରର ସଭାପତି ଭାବେ ଦାୟିତ୍ୱ ଦେଇଥିବାରୁ କିଟ୍ ଓ କିସ୍ ପ୍ରତିଷ୍ଠାତା  ଅଚ୍ୟୁତ  ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ ଭାରତ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହା ସହ ଶ୍ରୀ ସାମନ୍ତ, ପ୍ରଫେସର ଡା. ଆଚାର୍ଯ୍ୟଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଡା. ଆଚାର୍ଯ୍ୟ ଭାରତରେ ପେଟ ଓ ଯକୃତ ବିଭାଗର ଜଣେ ଖ୍ୟାତି ସଂପନ୍ନ ଓ ସୁନାମଧନ୍ୟ ଡାକ୍ତର ହୋଇଥିବା ବେଳେ ଚିକିତ୍ସା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ଉପାଧୀ ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ନୀତି ନିର୍ଦ୍ଧାରଣ ସହ ଲୋକ କଲ୍ୟାଣକାରୀ ଯୋଜନା ରୂପାୟନ ଓ କାର୍ଯ୍ୟକାରୀ ଦିଗରେ ଡା. ଆଚାର୍ଯ୍ୟଙ୍କର ମଧ୍ୟ ଅବଦାନ ରହିଛି । ନିକଟରେ ଭାରତ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ଆୟୁଷ୍ମାନ ଯୋଜନାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ନିଜ ପ୍ରତିକି୍ରୟାରେ ଡା. ଆଚାର୍ଯ୍ୟ ପୂର୍ବପରି କିଟ୍ ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ଦାୟିତ୍ୱ ତୁଲାଇବା ସହ କିମ୍ସର ସଂପୂର୍ଣ୍ଣ ପରିଚାଳନା ଦାୟିତ୍ୱରେ ରହିବେ ବୋଲି ପ୍ରକାଶ କରିଛନ୍ତି ।

0
0
0
s2sdefault