ହେଡଲାଇନସ୍:

ତିତିଲି କ୍ଷତିଗ୍ରସ୍ତ ଙ୍କୁ କ୍ଷତିପୂରଣ ସହାୟତା ପ୍ରଦାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣପୁର ରୁ ସିଦ୍ଧାର୍ଥ ଦାଶ : ରାୟଗଡା ଜିଲ୍ଲା ଗୁଣପୁର ଟାଉନ ହଲ ଠାରେ ରବିବାର ତିତିଲି କ୍ଷତିଗ୍ରସ୍ତ ଙ୍କୁ କ୍ଷତିପୂରଣ ସହାୟତା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ଗୁଣପୁର ବିଧାୟକ ଶ୍ରୀ ତ୍ରିନାଥ ଗମାଙ୍ଗ, ରାୟଗଡା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ବିଧାୟକ ଶ୍ରୀ ଲାଲ ବିହାରୀ ହିମିରିକା, ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ବି.ଏସ୍. ବଳିରାମ ପ୍ରମୂଖ ଯୋଗଦେଇ କ୍ଷତିଗ୍ରସ୍ତ ପରିବାର ଙ୍କୁ ଗୃହ ନିର୍ମାଣ ତଥା ମରାମତି ବାବଦରେ କ୍ଷତିପୂରଣ ଦେଇଥିଲେ। ଏହି କ୍ରମରେ ଗୁଣପୁର ବ୍ଲକ ର ୩୬ ଏବଂ ରାମନଗୁଡ଼ା ବ୍ଲକ ର ୫୬ କ୍ଷତିଗ୍ରସ୍ତ ଙ୍କୁ ସହାୟତା ପ୍ରଦାନ କରାଯାଇଥିଲା।

ସେହିପରି ଚାଷ ଜମି କ୍ଷତିଗ୍ରସ୍ତ ସମ୍ପର୍କରେ ରାଜସ୍ଵ ବିଭାଗ ଏବଂ କୃଷି ବିଭାଗ ପକ୍ଷରୁ ମିଳିତ ଭାବେ ସର୍ଭେ ହୋଇଛି। ଏହି ବାବାଦରେ ମଧ୍ଯ ସହାୟତା ଆସିଲେ ପ୍ରଦାନ କରାଯିବ ବୋଲି ଅତିଥିମାନେ କହିଥିଲେ।  ସହାୟତା ରାଶି ଗୁଡିକ ବ୍ୟାଙ୍କ ଆକାଉଣ୍ଟ କୁ ପ୍ରଦାନ କରାଯିବ ବୋଲି କହିଥିଲେ।  ଗୁଣପୁର ତହସିଲଦାର ସୁଶ୍ରୀ ନମ୍ରତା ମୋଦୀ, ବିଡିଓ ଶ୍ରୀମତୀ ଗାୟତ୍ରୀ ଦେବୀ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l

0
0
0
s2sdefault