ହେଡଲାଇନସ୍:

ତିତଲୀ ପ୍ରଭାବିତ ଉପାନ୍ତ ଅଂଚଳରେ ଜିଲ୍ଲାପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାପାଳ ଶ୍ରୀ ଅନୁପମ ସାହା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲକ୍ଷ୍ମୀକାନ୍ତ ସେଠୀଙ୍କୁ ନେଇ ରାୟଗଡ ବ୍ଲକର ଅତ୍ୟଧିକ ବାତ୍ୟା ପ୍ରଭାବିତ କେରାଣ୍ଡି ପଞ୍ଚାୟତରେ ବିଭିନ୍ନ ଗ୍ରାମକୁ ଗ୍ରସ୍ତ କରିଥିଲେ । ସେ ପ୍ରଥମେ କେରାଣ୍ଡି ଗ୍ରାମରେ ପହଞ୍ଚି ବିଭିନ୍ନ ବର୍ଗର ଲୋକମାନଙ୍କ ସହ କଥା ହେବା ସମୟରେ ପିଇବାପାଣି, ବାସଗୃହ ଏବଂ କେଉଁ ଫସଲ କରାଯିବ ଏବଂ ଲୋକ କିପରି ନିଯୁକ୍ତି ପାଇବେ ତାହା ଉପରେ କଥା ହୋଇଥିଲେ । ସେହି ଠାରେ ସେ ଘର ପିଛା ଦୁଇଟି ଲେଖାଏଁ କମ୍ୱଳ ବାଣ୍ଟିବା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ପରେ ସେ ଵାଇ ଏଙ୍ଗାରସିଂଙ୍ଗ ଗ୍ରାମକୁ ଯାଇ ଥିଲେ । ସେଠାରେ ଟୁ୍ୟବଲ ନଥିବା ଦେଖି ନୂତନ ଟୁ୍ୟବଲ ଖୋଳିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିଛି ଲୋକଙ୍କର ବ୍ୟାଙ୍କ ଜମା ଖାତା ନଥିବା ଶୁଣି ଗାରାବନ୍ଧା ଷ୍ଟେଟବ୍ୟାଙ୍କରେ କିପରି ଲୋକମାନଙ୍କ ପାଇଁ ଖୋଲାଯିବ ସେଥିପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ପଞ୍ଚାୟତର ଉୟା ଗ୍ରାମକୁ ଯାଇ ଲୋକମାନଙ୍କ ସହ ବାତ୍ୟା ପରବର୍ତ୍ତି ବିଭିନ୍ନ ସମସ୍ୟା ବୁଝିବା ସହ ସେଠାରେ ବେଡାଲ ଗ୍ରାମର କିଛି ଲୋକଙ୍କୁ ଭେଟିଥିଲେ । ବେରାଡ ଗ୍ରାମର ସବୁ ଘର ଭାଙ୍ଗିଯାଇଥିବା ଶୁଣି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେଯେ ଉୟା ଗ୍ରାମର ସ୍କୁଲ ଠାରେ ବେରାଡ ଗ୍ରାମବାସୀଙ୍କ ପାଇଁ ଏକ ରିଲିଫ ସେଣ୍ଟର ଖୋଲାଯାଉ । ଵାଇ ଏଙ୍ଗାରସିଙ୍ଗରେ ଅରୁଣା, ବ୍ରହ୍ମପୁରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିଆରଏସ ସହାୟତାରେ ପାଲ,ପଟି ଏବଂ କମ୍ୱଳ ବାଣ୍ଟିବା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।

0
0
0
s2sdefault