ହେଡଲାଇନସ୍:

ପାରଳାଖେମୁଣ୍ଡି ଗ୍ରାମ୍ୟ ଉନ୍ନୟନ ବିଭାଗର ୨୫୯ ରାସ୍ତାର ମରାମତି ସମ୍ପନ୍ନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗଜପତିରୁ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ମୋହନା ଓ ପାରଳାଖେମୁଣ୍ଡି ଗ୍ରାମ୍ୟ ଉନ୍ନୟନ ବିଭାଗର ୨୫୯ ରାସ୍ତା ଜନସାଧାରଣଙ୍କ ପାଇଁ ମାତ୍ର ୧୫ ଦିନ ଭିତରେ ଯାତାୟତ କ୍ଷମ ହୋଇଛି । ତିତଲି ର ପ୍ରଭାବିତ ୯୧୩କିମି ଦୈର୍ଘ୍ୟ ବିଶିଷ୍ଟ ରାସ୍ତା ଯାତାୟତ ପାଇଁ  ଉପଯୁକ୍ତ ହୋଇଛି । ରାୟଗଡା, ମୋହନା , ଗୁମ୍ମା ବ୍ଲକର ବହୁ ଘାଟି ରାସ୍ତାରେ ପାଣି ଦ୍ୱାରା ନଷ୍ଟ ଭ୍ରଷ୍ଟ ହୋଇଥିବା ବେଳେ ସେହି ରାସ୍ତା ଗୁଡିକର ପୁନଃନିର୍ମାଣ କାର୍ଯ୍ୟ ପାରଳାଖେମୁଣ୍ଡି ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ଶ୍ରୀଧର ନାୟକ ଏବଂ ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହଯନ୍ତ୍ରୀ ରବିନ୍ଦ୍ର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚଳପ୍ରଚଳ କ୍ଷମ ହୋଇପାରିଛି । ଓଡିଶା ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ମୋନା ଶର୍ମା ଏବଂ ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶନାରେ ରାସ୍ତା ଗୁଡିକର କାର୍ଯ୍ୟ ସୁରୁଖୁରୁରେ ସମାପନ ହୋଇପାରିଛି । ଏହି କାର୍ଯ୍ୟକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ୫୭୫ ଗୋଟି ନଷ୍ଟ ହୋଇଥିବା କଲଭର୍ଟ, ବଡ ଓ ଛୋଟ ୩୦ ଗୋଟି ବ୍ରିଜକୁ ଅସ୍ଥାୟୀ ମରାମତି କରି ରାସ୍ତାକୁ ଚାଲୁ କରିବା ପାଇଁ  ୨୦୦ କ୍ଷମତା ସମ୍ପନ୍ନ ବିଶିଷ୍ଟ ମେସିନ ୩୨ଗୋଟି ଚାଲୁ କରୁଥିବା ବେଳେ ୭୦କ୍ଷମତା ସମ୍ପନ୍ନ ବିଶିଷ୍ଟ ମେସିନ ୫୫ଗୋଟି, ୫୦ଗୋଟି ଜେସିବି ଏବଂ ୩୫ ଗୋଟି ଟ୍ରାକ୍‍ଟର ବ୍ୟବହାର କରି ଜନସାଧାରଣଙ୍କ ଠାରେ ବ୍ୟବହାରଯୋଗ୍ୟେ ମାତ୍ର ୧୫ ଦିନ ଭିତରେ କାର୍ଯ୍ୟ କରାଯାଇପାରିଛି । ଏହି ସମସ୍ତ ରାସ୍ତା ମରାମତି ଗୁଡିକର ଗଜପତି ଜିଲ୍ଲାର ସମସ୍ତ ଜନସାଧାରଣ ଉପଯୋଗ କରିପାରିବେ ।

0
0
0
s2sdefault