ହେଡଲାଇନସ୍:

ବୁଧାପାଲି ଗ୍ରାମରେ ନେହେରୁ ଯୁବକ ସଂଘ ଦ୍ୱାରା ଏକ ରକ୍ତଦାନ ଶିବିର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପ୍ରଥମେ ରକ୍ତଦାନ କରି କାର୍ଯ୍ୟକ୍ରମ ଆରମ୍ଭ କଲେ ଏସ୍ଡିପିଓ ଓ ଥାନାଧିକାରୀ 

ବରଗଡ଼/ ଗୌରାଙ୍ଗ ଚରଣ ଦାଶ  :- ଗତ କିଛି ବର୍ଷ ହେଲା ପୋଲିସ ବିଭାଗ ଦ୍ଵାରା ପୋଲିସ ପ୍ରଶାସନ କୁ ଲୋକଙ୍କ ନିକଟତର କରାଇବା ପାଇଁ ଓ ଲୋକଙ୍କ ସହିତ ବନ୍ଧୁତା ପୁର୍ଣ ଅତ୍ମୀୟତା ସ୍ଥାପନ କରିବା ପାଇଁ ବିଭାଗ ଦ୍ଵାରା ଅନେକ କାର୍ଯକ୍ରମ ଗ୍ରହଣ କରାଯାଇଛି । ଇତି ମଧ୍ୟରେ ପୋଲିସ କର୍ମଚାରୀ ଓ ଅଧିକାରୀ ମାନଂକର ଦ୍ୱାରା ବହୁ ସ୍ଥାନରେ ବିଭିନ୍ନ ଜନ ହିତକର କାର୍ଯ୍ୟ କରିଥିବା ମଧ୍ୟ ବହୁ ଉଦାହରଣ ଦେଖିବାକୁ ମିଳିଛି । କହିବା କୁ ଗଲେ ବିଭାଗ ଓ ବିଭାଗୀୟ ଅଧିକାରୀ ମାନେ ସାଧାରଣ ଜନତା ର ନିକଟତର ହେବା ପାଇଁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି । ଏହାର ଏକ ଉଦାହରଣ ଆଜି ପଦ୍ମପୁର ଅଞ୍ଚଳ ରେ ଦେଖିବାକୁ ମିଳିଛି । ଆଜି ପଦ୍ମପୁର ଥାନା ଅନ୍ତର୍ଗତ ବୁଧାପାଲି ଗ୍ରାମରେ ନେହେରୁ ଯୁବକ ସଂଘ ଦ୍ୱାରା ଏକ ରକ୍ତଦାନ ଶିବିର ର ଆୟୋଜନ କରାଯାଇଥିଲା ।ଉକ୍ତ ଶିବିର କୁ ପଦ୍ମପୁର ଏସ୍ଡିପିଓ  ଶ୍ରୀ ଲଷ୍ମୀ ନାରାୟଣ ପଣ୍ଡା ଉଡଘାଟନ କରିବା ସହିତ ଥାନା ଅଧିକାରୀ ପ୍ରିୟଙ୍କା ରାଉତରାୟ ସହିତ ମିଶି ଓ ରକ୍ତ ଦାତା ମାନଙ୍କର ଉତ୍ସାହ ବୃଦ୍ଧି କରିବା ପାଇଁ ପ୍ରଥମେ ରକ୍ତଦାନ କରିଥିଲେ । ଏସ୍ଡିପିଓ ଓ ପଦ୍ମପୁର ଥାନା ଅଧିକାରୀ ଙ୍କର ଏହି ମହତ କାର୍ଯ୍ୟ କୁ ଯୁବକ ସଂଘ ତରଫରୁ ଖୁବ ପ୍ରସଂଶା କରାଯାଇଥିଲା । ଉକ୍ତ ଶିବିର ରେ ମୋଟ 50 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ରକ୍ତ ଭଣ୍ଡାର ର ଅଧିକାରୀ ସଂଗ୍ରାମ କେଶରୀ ମହୁତ ଓ ତାଙ୍କର ସହକର୍ମୀ ବୃନ୍ଦ ତଥା ଯୁବକ ସଂଘର କର୍ମକର୍ତା ମାନେ ଶିବିର ପରିଚାଳନା କରିବା ସହିତ ଯୁବ ସମାଜ କୁ ଏହି ମହତ କାର୍ଯ ପାଇଁ ଉତ୍ସାହିତ କରିଥିଲେ ।

 

0
0
0
s2sdefault