ହେଡଲାଇନସ୍:

ସହିଦ ଅଚ୍ୟୁତାନନ୍ଦ ସାହୁଙ୍କ ପରିବାରଙ୍କୁ ଭେଟିଲେ କଳିକେଶ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Bolangir/Niroj Mishra : ସହିଦ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କ ପରିବାର ବର୍ଗଙ୍କ ଠାରେ ଦୁଃଖ ପ୍ରକାଶ କରି ଗଭୀର ସମବେଦନା ଜଣାଇଛନ୍ତି ସାସଂଦ କଳିକେଶ ନାରାୟଣ ସିଂହଦେଓ । ସାକ୍ଷାତକାର ସମୟରେ ଅଚ୍ୟୁତାନନ୍ଦ ସାହୁଙ୍କ ବାପା ଓ ଭାଇ ସାସଂଦ ଙ୍କୁ ତାଙ୍କ ପରିବାର ର ସୁବିଧା ଅସୁବିଧା ବିଷୟରେ କୋହ ଭରା ଆବେଦନ କରିଥିଲେ । କହିଥିଲେ ସ୍ଵର୍ଗତ ଅଚ୍ୟୁତାନନ୍ଦ ସାହୁ ହିଁ ପରିବାର ର ଏକମାତ୍ର ଚାକିରିଆ ପୁଅପିଲା । ସେ ହିଁ ପରିବାର ର ଭରଣପୋଷଣ କରୁଥିଲେ । ମା ବାପା ଙ୍କ ବୃଦ୍ଧାବସ୍ଥା ର ସାହାରା ଥିଲେ । ଏବେ ମାଁ ଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ । ଆଗାମୀ ଦିନରେ ତାଙ୍କର ଅପରେସନ କରିବାକୁ କଥା ହୋଇଥିଲେ ସହିଦ ଅଚ୍ୟୁତାନନ୍ଦ । ତେଣୁ ତାଙ୍କ ସ୍ବର୍ଗାରୋହଣ ପରେ ଏବେ ଭାଙ୍ଗି ପଡିଛନ୍ତି ବାପା ଓ ଭାଇ । ଏ ସବୁ ଶୁଣି ସାସଂଦ କହିଲେ ଅଚ୍ୟୁତାନନ୍ଦଙ୍କ ସହିତ ଦିଲ୍ଲୀ ରେ ବହୁତ ଭଲ ସମ୍ପର୍କ ଥିଲା ତାଙ୍କ ସହିତ ବହୁଥର ପାର୍ଲାମେଣ୍ଟ ରେ ସାକ୍ଷାତ ହୋଇଥିବାର କଥା ପରିବାର ବର୍ଗଙ୍କୁ ଜଣାଇଥିଲେ । ସହିଦ ଅଚ୍ୟୁତାନନ୍ଦଙ୍କ ବାପାଙ୍କ ଅନୁରୋଧ ରକ୍ଷା କରି ସାସଂଦ କହିଲେ ଅଚ୍ୟୁତାନନ୍ଦଙ୍କ ସ୍ତ୍ରୀ ଓ ଭାଇଙ୍କ ପାଇଁ ଚାକିରିର ବନ୍ଦୋବସ୍ତ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ଦାବି ରଖିବେ ଓ ତାଙ୍କ ମାଁ ଙ୍କ ସ୍ୱାସ୍ଥ୍ୟବସ୍ଥା ରେ ସୁଧାର ଆଣିବା ପାଇଁ ସରକାରଙ୍କ ତରଫରୁ ଯଥା ସମ୍ଭବ ସାହାଯ୍ୟ କରିବା ପାଇଁ ମଧ୍ଯ ପଦକ୍ଷେପ ନେବାକୁ ପ୍ରୟାସ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

0
0
0
s2sdefault