ମା ମଝି ଘାରିଆଣୀ ଙ୍କ ଚୈତ୍ର ପର୍ବ ଆରମ୍ଭ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ରାୟଗଡ: ରାୟଗଡର ଅଧିଷ୍ଠାତ୍ରୀ ଦେବୀ ମା ମଝି ଘାରିଆଣୀ ଙ୍କ ଚୈତ୍ର ପର୍ବ ଆରମ୍ଭ ହୋଇଯାଇଛି l ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା ଙ୍କ ଚୈତ୍ରପର୍ବ ବହୁତ ଧୂମଧାମ ରେ ପାଳନ କରାଯିବ ବୋଲି ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀ ରାଇସିଂ ବିଡ଼ିକା ପ୍ରକାଶ କରିଛନ୍ତି l ଚଳିତ ମାସ ୧୯ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ମା ଙ୍କ ଚୈତ୍ର ପର୍ବ ପାଳନ କରାଯିବ l ମା ଙ୍କ ଚୈତ୍ର ପର୍ବ ସମୟରେ ରାୟଗଡ ଜିଲ୍ଲା ଓ ପଡୋଶୀ ଜିଲ୍ଲା ଏବଂ ପୋଡ଼ଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ରାଜ୍ୟରୁ ବିପୁଳ ସଂଖ୍ୟାରେ ଶ୍ରଦ୍ଧାଳୁ ମା ଙ୍କ ଦର୍ଶନ ନିମନ୍ତେ ସମାଗମ ହେବାନେଇ ଅଧ୍ୟକ୍ଷ ଶ୍ରୀ ବିଡ଼ିକା ପ୍ରକାଶ କରିଛନ୍ତି l ଶ୍ରଦ୍ଧାଳୁ ମାନେ କିଭଳି ଶାନ୍ତି ଶୃଙ୍ଖଳର ସହ ମା ଙ୍କ ଦର୍ଶନ କରିପାରିବେ ସେ ନେଇ ମନ୍ଦିର କମିଟି ଓ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି l ବର୍ତ୍ତମାନ ଗ୍ରୀଷ୍ମ ପ୍ରବହାକୁ ଦୃଷ୍ଟିରେ ରଖି ମନ୍ଦିର ପରିଶରରେ ପାନୀୟ ଜଳ ଓ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ଶ୍ରୀ ବିଡ଼ିକା କହିଛନ୍ତି l ଦୂର ଦୁରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ରହିବା ନିମନ୍ତେ ମନ୍ଦିର କମିଟି ତରଫରୁ ବ୍ୟବସ୍ଥା କରାଯାଇଛି l ପ୍ରତିଦିନ ମା ଙ୍କ ଚଣ୍ଡୀପାଠ ହୋଇଥାଏ ଏଥିପାଇଁ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗରରୁ ପଣ୍ଡିତ ମାନଙ୍କୁ ମା ଙ୍କ ଚଣ୍ଡୀପାଠ କରିବା ନେଇ ନିମନ୍ତ୍ରଣ କରାଯାଇଛି l ଚୈତ୍ର ପର୍ବର ଶେଷ ଦିନରେ ମା ଙ୍କ ପୂଜକ ନିଆଁ ରେ ଚାଲିବା ଓ କଣ୍ଟା ଦୋଳିରେ ଝୁଲିବାର ପରମ୍ପରା ରହିଛି l ଚଳିତ ବର୍ଷ ମା ଙ୍କ ଚୈତ୍ର ପର୍ବକୁ ଶାନ୍ତି ଶୃଙ୍ଖଳା ରକ୍ଷା କରି ପାଳନ କରିବାକୁ ମନ୍ଦିର କମିଟି ଅଧ୍ୟକ୍ଷ ଶ୍ରୀ ବିଡ଼ିକାଜନ ସାଧାରଣଙ୍କୁ ନିବେଦନ କରିଛନ୍ତି l

0
0
0
s2sdefault