ଜଗତସିଂହପୁର ପୁଲିସର ଫ୍ଲାଗମାର୍ଚ୍ଚ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୧୯.୦୪.୨୦୨୪/ସୁମନ୍ତ କୁମାର ଦାସ:ଆସନ୍ତା ସାଧାରଣ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଓ ବାଧାଶୂନ୍ୟ ଭାବରେ ପରିଚାଳନା କରିବାକୁ ଜଗତସିଂହପୁର ପୁଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ କରାଯାଉଥିବା ଏହି ଫ୍ଲାଗମାର୍ଚ୍ଚର ତୃତୀୟ ଦଫାରେ ମୋଟ ୪ ପ୍ଲାଟୁନ ପୁଲିସ ଫୋର୍ସ ଭାଗ ନେଇଥିଲେ | ସେଥିରେ ଦୁଇପ୍ଲାଟୁନ ସିଆରପିଏଫ ଓ ଦୁଇପ୍ଲାଟୁନ ଏପିଆର ଫୋର୍ସ ଭାଗ ନେଇଥିବା ସୂଚନା ମିଳିଛି । ସାଧାରଣ ଜନତାଙ୍କ ମଧ୍ୟରେ ନିର୍ଭୟରେ ନିଜର ମତ ସାବ୍ୟସ୍ତ କରିବାର ବାତାବରଣ ବା ମତଦାନ ନିମନ୍ତେ ଅନୁକୁଳ ପରିବେଶ ସୃଷ୍ଟି କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ଏହି ଫ୍ଲାଗମାର୍ଚ୍ଚ କରାଯାଇଛି | ଆଜି ପ୍ରଥମେ ଜଗତସିଂହପୁର ଥାନା ଅଧୀନ ଆଳିଫିଙ୍ଗଳରୁ ଏକ ସୁଧା ଓ ପରେ କୁଳମୁଣ୍ଡିଲୋରୁ ତରିକୁଦ ପର୍ଯ୍ୟନ୍ତ ଏହି ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା।

0
0
0
s2sdefault