ହେଡଲାଇନସ୍:

ନବୀନଙ୍କ ଜିତିଲେ ଭରସା, ପଦ୍ମପୁରରୁ ପୁଣି ବର୍ଷା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼ :- ଖରା ତାତି ସାଙ୍ଗକୁ ବଢ଼ିବାରେ ଲାଗିଛି ସାଧାରଣ ନିର୍ବାଚନର ତାତି । ଲୋକସଭା ସହିତ ଓଡିଶା ବିଧାନ ସଭା ପାଇଁ ଆସନ୍ତା 13 ତାରିଖରୁ ଆରମ୍ଭ କରି ଚାରି ଗୋଟି ପର୍ଯ୍ୟୟରେ ରେ ହେବ ଭୋଟ ଗ୍ରହଣ । ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀ ଓ ଏହି ଲୋକସଭା ଅନ୍ତର୍ଗତ ରହିଥିବା ଦୁଇ ଜିଲ୍ଲା , ବରଗଡ଼ ଓ ଝାରସୁଗୁଡାର 7 ବିଧାନସଭା ନିର୍ବାଚନମଣ୍ଡଳୀରେ ଆସନ୍ତା ମେ 20 ରେ ହେବ ଭୋଟ ଗ୍ରହଣ । ଇତି ମଧ୍ୟରେ ସମସ୍ତ ରାଜନୈତିକ ଦଳ ତରଫରୁ ଲୋକସଭା ଓ ବିଧାନସଭା ପାଇଁ ନିଜ ନିଜ ପ୍ରାର୍ଥୀ ଘୋଷଣା ସାରିଥିବା ବେଳେ , ଆଜି ପଦ୍ମପୁର ପାଇଁ ବିଜୁ ଜନତା ଦଳ ନିଜର ପ୍ରାର୍ଥୀ ଘୋଷଣା କରିଛି ।
ବିଜୁ ଜନତା ଦଳ ଆଜି ପୁଣିଥରେ ଶ୍ରୀମତୀ ବର୍ଷା ସିଂ ବରିହା ଙ୍କୁ ପଦ୍ମପୁରରୁ ଟିକେଟ ପ୍ରଦାନ କରିଛି । ଏଠାରେ ସୂଚନାଯୋଗ୍ୟ ଯେ ଟିକେଟ ଘୋଷଣା ଆରମ୍ଭ ହେବା ପରଠାରୁ ପଦ୍ମପୁର ବିଜୁ ଜନତା ଦଳର କର୍ମୀ , ସମର୍ଥକ , ଆଦିବାସୀ ସମାଜ , ଯୁବ ପିଢ଼ି ସମସ୍ତଙ୍କର ଇଛା ଓ ଆଶା ରହିଥିଲା ଯେ ବିଜୁ ଜନତା ଦଳ ତରଫରୁ ଏଥର ମଧ୍ୟ ବର୍ଷାଙ୍କୁ ଟିକେଟ ମିଳୁ । ଆଜି ବର୍ଷା ଙ୍କର ନାମ ଘୋଷଣା ହେବାପରେ ପଦ୍ମପୁର ବିଜୁ ଜନତା ଦଳର କମିଟି, ଯୁବପୀଢୀ ଓ ମହିଳା ମାନଙ୍କ ଭିତରେ ଖୁସି ଦେଖିବାକୁ ମିଳିଛି । ବିଗତ ଏକ ବର୍ଷ ରେ ବର୍ଷା କରିଥିବା ପରିଶ୍ରମ , ତାଙ୍କର ପ୍ରବଳ ଲୋକ ସମ୍ପର୍କ ପୁଣିଥରେ ତାଙ୍କୁ ରେକର୍ଡ ଭୋଟ ରେ ବିଜୟ କରାଇବ ବୋଲି ଦଳୀୟ କର୍ମକର୍ତ୍ତା ମନେ ମତ ପ୍ରକାଶ କରିଛନ୍ତି ।

0
0
0
s2sdefault