ହେଡଲାଇନସ୍:

“ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ଦ୍ବାରା ସଂପର୍କିତ ଆଇନ୍ ସଚେତନତା କାର୍ଯ୍ୟକ୍ରମ”

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା: ସହାୟଯୋଗ ଜି.ଏନ୍.ଏମ୍ ଟ୍ରେନିଙ୍ଗ କଲେଜ, ରାୟଗଡା ପରିସରରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି I ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫୌଜଦାରୀ ଆଇନ ବ୍ୟବସ୍ଥା ସଂପର୍କିତ, ଏଫ୍.ଆଇ.ଆର, ବେଲ୍, ସମନସ, ୱାରେଣ୍ଟ, ଅପିଲ, ପ୍ଲିବାରଗେନିଙ୍ଗ ଇତ୍ୟାଦି ଓ କର୍ମକ୍ଷେତ୍ରରେ ହେଉଥିବା ମହିଳାମାନଙ୍କର ଯୌନ ନିର୍ଯ୍ୟାତନା ସୁରକ୍ଷା ଆଇନ ଉପରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଅନ୍ୟମାନଙ୍କ ମଧ୍ୟରେ ରାୟଗଡା ପୋଲିସ ଥାନାର ଏସ୍.ଡି.ପି.ଓ ରଶ୍ମି ରଞ୍ଜନ ସେନାପତି, ରାୟଗଡା ବାର ଆସୋସିଏସନର ଓକିଲ ପ୍ରଣତୀ ପାତ୍ର, ଶୁଭ୍ରା ପଣ୍ଡା, ସୀତାରାମ ପଣ୍ଡା, ପ୍ରଣ୍ଟ ଅଫିସ ରିଟେନର କିଶୋର ସାହୁ, ସହାୟଯୋଗ ଜି.ଏନ୍.ଏମ୍ ଟ୍ରେନିଙ୍ଗ କଲେଜ ର ଡାଇରେକ୍ଟର ରଞ୍ଜିତା ରାଣୀ ସାବତ, କଲେଜର ପ୍ରିନ୍ସିପାଲ ଶିବାନୀ ମହାନ୍ତି ଓ ଅନ୍ୟାନ୍ୟ କର୍ମଚାରୀ, ଛାତ୍ରଛାତ୍ରୀ ଏହି ସଭାରେ ଉପସ୍ଥିତ ଥିଲେ I ଉପସ୍ଥିତ ଅତିଥି ମାନେ ନିଜର ଅଭିଭାଷଣରେ ଭାରତୀୟ ଆଇନ ବ୍ୟବସ୍ଥାରେ ଫୌଜଦାରୀ ଆଇନକୁ କିପରି ସଠିକରୂପେ ପ୍ରଣୟନକରି ସାଧାରଣଲୋକମାନଙ୍କୁ ଉଚିତନ୍ୟାୟ ପ୍ରଦାନ ସହ ଦୋଷୀ ନିର୍ଦୋଶରେ ଖସିପାରିବ ନାହିଁ ସେ ସଂପର୍କରେ ନିଜ ନିଜର ଅଭିଭାଷଣରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ I ପରିଶେଷରେ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ମହିଳା ମାନେ କର୍ମକ୍ଷେତ୍ରରେ ଯୌନନିର୍ଯ୍ୟାତନର ଶିକାର ହେଉଛନ୍ତି ତାକୁ କିପରି ପ୍ରତିରୋଧ କରିବା ଓ କିପରି ଯୌନ ନିର୍ଯ୍ୟାତନା ଶିକାର ନହୁଅନ୍ତି ସେଥିପାଇ ସେମାନେ କମ୍ପ୍ଲେନ କମିଟିର ସହଯୋଗ ନେବାକଥା ସେ ବିଷୟରେ ବିସୃତ ଭାବରେ ଅଂଶଗ୍ରହଣକାରୀମାନଙ୍କୁ ବୁଝାଇଥିଲେ I ଏଥିସହିତ ମହିଳାମାନେ କର୍ମକ୍ଷେତ୍ରରେ ଯୌନନିର୍ଯ୍ୟାତନର ଶିକାର ହେଲେ ସେମାନଙ୍କ ପାଇ ନ୍ୟାୟିକ ବ୍ୟବସ୍ଥା ଓ ଆଇନରେ ଉଦ୍ଧିଷ୍ଟ ଥିବା ବିଭିନ୍ନ ଧାରା ଉପରେ ଆଲୋକପାତ କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ସହାୟଯୋଗ ଜି.ଏନ୍.ଏମ୍ ଟ୍ରେନିଙ୍ଗ କଲେଜ ର ଡାଇରେକ୍ଟର, ପ୍ରିନ୍ସିପାଲ ଓ ଛାତ୍ରଛାତ୍ରୀ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ପଣ୍ଡା ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I

0
0
0
s2sdefault