ହେଡଲାଇନସ୍:

ପ୍ରସୁତି ମାନଙ୍କର ପାଇଁ ନିରାପଦରେ ମାତୃତ୍ୱ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗଜପତି/ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାପାଳ ଶ୍ରୀ ଅନୁପମ ସାହାଙ୍କ ନିର୍ଦ୍ଦେଶରେ ବାତ୍ୟା ହେବା ପୂର୍ବରୁ ଜିଲ୍ଲାର ବିଭିନ୍ନ ଜାଗାରୁ ୬୯ ଜଣଙ୍କୁ ପ୍ରସୁତି ହେବାକୁ ଥିବା ମାଙ୍କୁ ବିଭିନ୍ନ ଅପହଞ୍ଚରୁ ଆଣି ବିଭିନ୍ନ ମାଁ ଗୃହରେ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିଲା । ସେମାନଙ୍କୁ ବିଭିନ୍ନ ମାଁ ଗୃହ ଯଥା ଡମ୍ୱପୁର, ମୋହନା, ଗୁମ୍ମା, ଖଜୁରୀପଦା ଏବଂ ଶବରପଲ୍ଲୀ କୁ ସ୍ଥାନାନ୍ତରିତ କରାଯାଇଥିଲା । ୬୯ଜଣ ମଧ୍ୟରୁ୫୮ଜଣଙ୍କୁ ମା ଗୃହରେ ରଖିଥିଲା ବେଳେ ଅନ୍ୟ ୧୧ ଜଣଙ୍କୁ ପାଖରେ ଥିବା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିଲା । ବାତ୍ୟା ହେଉଥିବା ରାତିରେ ହିଁ ୬ଜଣ ପ୍ରସୁତି ହେବାକୁ ଥିବା ମାଁ ମାନେ ଶିଶୁ ଜନ୍ମ କରିଥିଲେ । କିନ୍ତୁ ଅନ୍ୟମାନଙ୍କୁ ମାଁ ଗୃହରେ ରଖି ବାତ୍ୟା ପରର ୭ଦିନ ପର୍ଯ୍ୟନ୍ତ ଯତ୍ନ ନେବା ସହ ଜନ୍ମ ଦେଇଥିବା ମାଁ ଓ ଶିଶୁର ମଧ୍ୟ ମାଁ ଗୃହ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଯଥେଷ୍ଟ ଧ୍ୟାନ ଦିଆଯାଇଥିଲା । ପ୍ରକାଶ ଥାଉକି ଯେ ୬୯ ଜଣଙ୍କ ମଧ୍ୟରୁ କିଛି ମାଁ ଘର ଛାଡି ଯିବା ଲାଗି ରାଜି ନଥିବା ବେଳେ ଗ୍ରାମବାସୀ , ସ୍ୱାସ୍ଥ୍ୟକର୍ମୀ ଏବଂ କିଛି ସ୍ୱେଚ୍ଛାସେବୀ ସେମାନଙ୍କୁ ବହୁତ ଥର ବୁଝାଇ ମାଁ ଗୃହକୁ ଆଣିଥିଲେ । ଯାହାଦ୍ୱାରା କି ସବୁ ପ୍ରସୁତି ହେବାକୁ ଥିବା ମାଁ ନିରାପଦରେ ରହିବା ସହ ସେମାନଙ୍କ ମଧ୍ୟରୁ ୬ଜଣ ନିରାପଦରେ ମାତୃତ୍ୱ ଲାଭ କରିଥିଲେ । ଗଜପତି ଜିଲ୍ଲାରେ ଥିବା ମାଁ ଗୃହ ଗୁଡିକ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ପରିଚାଳିତ ହେଉଅଛି ।

0
0
0
s2sdefault