ହେଡଲାଇନସ୍:

ଦେବଗଡ଼ ନିର୍ବାଚନମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୋଦୀ ୧୦,୨୧୭ କୋଟି ଟଙ୍କା ଦେବା ସତ୍ତ୍ୱେ ରାଜ୍ୟରେ ପାନୀୟ ଜଳର ବିକଟ ସ୍ଥିତି ସରକାରଙ୍କ ସାମର୍ଥ୍ୟ ଉପରେ ପ୍ରଶ୍ନବାଚୀ - ଧର୍ମେନ୍ଦ୍ର ପ୍ରଧାନ

  • • କରଲଗା , ପଳସମା, ବାଗବାର୍, କଣ୍ଟାବାହାଳ, ବ୍ରାହ୍ମାଣୀପାଲି ଓ ଲକ୍ଷ୍ମୀପୁରରେ ବିଜେପି ପ୍ରାର୍ଥୀ ସୁବାଷ ପାଣିଗ୍ରାହୀଙ୍କ ସମର୍ଥନରେ କଲେ ପ୍ରଚାର

  • • ମୋଦୀ ସମସ୍ତ ଗରିବଙ୍କୁ ଘର, ଖାଦ୍ୟ ଓ ସ୍ୱାସ୍ଥ୍ୟସେବା ସହ ସଶକ୍ତ କରାଇବାର ଗ୍ୟାରେଣ୍ଟି ଦେଇଛନ୍ତି

  • • ନିର୍ବାଚନୀ ଇସ୍ତାହାରରେ ସମସ୍ତ ବୟସ୍କ ନାଗରିକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା କରିବାର ଗ୍ୟାରେଣ୍ଟି ଦେଇଛନ୍ତି ମୋଦୀ

  • • ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା କରାଯିବା ନେଇ ମୋଦୀ ଗ୍ୟାରେଣ୍ଟି ଦେଇଛନ୍ତି

  • • ଡବଲ ଇଞ୍ଜିନ ସରକାର ହେଲେ ବିପିଏଲ ମହିଳା ମାନଙ୍କୁ ବାର୍ଷିକ ୧୨ ହଜାର ଟଙ୍କା ମିଳିବ

Imageଦେବଗଡ଼, ଏପ୍ରିଲ ୧୫ – ମୋଦୀ ସରକାରରେ ଗତ ୫ ବର୍ଷରେ ସମସ୍ତ ଘରକୁ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ଓଡ଼ିଶା ପାଇଁ ମୋଟ ୧୦,୨୧୭ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହା ସତ୍ତ୍ୱେ ରାଜ୍ୟରେ ପାନୀୟ ଜଳର ବିକଟ ସମସ୍ୟା ଦେଖାଯିବା ରାଜ୍ୟ ସରକାରଙ୍କ ସାମର୍ଥ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ଦେବଗଡ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ସୁବାଷ ପାଣିଗ୍ରାହୀଙ୍କ ସମର୍ଥନରେ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Imageଶ୍ରୀ ପ୍ରଧାନ କରଲଗା , ପଳସମା, ବାଗବାର୍, କଣ୍ଟାବାହାଳ, ବ୍ରାହ୍ମାଣୀପାଲି ଓ ଲକ୍ଷ୍ମୀପୁରରେ ପ୍ରଚାର କରିବା ଅବସରରେ କହିଛନ୍ତି ଯେ ଚଳିତ ନିର୍ବାଚନୀ ଇସ୍ତାହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଦିନରେ ସମସ୍ତ ଗରିବଙ୍କୁ ଘର, ଖାଦ୍ୟ ଓ ସ୍ୱାସ୍ଥ୍ୟସେବା ସହ ସଶକ୍ତ କରାଇବାର ଗ୍ୟାରେଣ୍ଟି ଦେଇଛନ୍ତି । ଡବଲ ଇଞ୍ଜିନ ସରକାର ହେଲେ ଆଗାମୀ ଦିନରେ ସମସ୍ତ ବୟସ୍କ ନାଗରିକ ମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ମାଗଣାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା କରିବାର ଗ୍ୟାରେଣ୍ଟି ଦିଆଯାଇଛି । ୨୦୨୯ ପର୍ଯ୍ୟନ୍ତ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଲୋକଙ୍କୁ ମାସିକ ୫ କେଜି ଚାଉଳ ଦେବାର ଗ୍ୟାରେଣ୍ଟି ଦେଇଛନ୍ତି । ପିଏମ ଆବାସ ଯୋଜନାରେ ସବୁ ଗରିବଙ୍କ ମୁଣ୍ଡ ଉପରେ ପକ୍କା ଛାତ କରିବାର ଗ୍ୟାରେଣ୍ଟି ଦେଇଛନ୍ତି । ପିଏମ ଉଜ୍ଜ୍ୱଳା ଯୋଜନାରେ ମାଗଣାରେ ୫ ହଜାର ଟଙ୍କା ଖର୍ଚ୍ଚ କରି ଗରିବଙ୍କ ଘରେ ଗ୍ୟାସ ଲଗାଯିବ ।

Imageସେହିପରି ୨୦୨୪ ପରେ ଧାନ କ୍ୱିଣ୍ଟାଲ ପିଛା ଏମଏସପି ୩୧୦୦ ଟଙ୍କା କରାଯିବାର ମଧ୍ୟ ଗ୍ୟାରେଣ୍ଟି ଦେଇଛନ୍ତି । ବିପିଏଲ ତାଲିକାରେ ଥିବା ମହିଳା ମାନଙ୍କୁ ମାସିକ ହଜାର ଟଙ୍କା ହିସାବରେ ବାର୍ଷିକ ୧୨ ହଜାର ଟଙ୍କା ବ୍ୟାଙ୍କ ଖାତାରେ ପ୍ରଦାନ କରାଯିବ । ଗରିବ ଲୋକଙ୍କୁ ଆତ୍ମନିର୍ଭର ଓ ସ୍ୱୟଂସମ୍ପୂର୍ଣ୍ଅ କରିବାର ଗ୍ୟାରେଣ୍ଟି ଦେଇଛନ୍ତି । ମୋଦୀ ପ୍ରଜା ମାନଙ୍କର ଶାସକ ହୋଇଛନ୍ତି । ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରାଇବା । ଏଠାରେ ଡବଲ ଇଞ୍ଜିନ ସରକାର ଆଣିବା ପାଇଁ ଶ୍ରୀ ପ୍ରଧାନ ନାଗରିକଙ୍କୁ ନିବେଦନ କରିଛନ୍ତି ।

Image

0
0
0
s2sdefault