ହେଡଲାଇନସ୍:

ଜିଲ୍ଲା ଦାବୀ ନେଇ ଟିଟିଲାଗଡ଼ ବନ୍ଦ ସମ୍ପୁର୍ଣ୍ଣ ସଫଳ ଜିଲ୍ଲା ଘୋଷଣା ନହେବା ପର୍ଯ୍ୟନ୍ତ ସଂଗ୍ରାମ ଜାରୀ ରହିବ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଟିଲାଗଡ଼ରୁ ସୁନୀଲ ବେହେରା : ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବୀ ଦିନକୁ ଦିନ ଜୋର ଧରିବାରେ ଲାଗିଛି । ଏହି ପରିପେକ୍ଷୀରେ ଟିଟିଲାଗଡକୁ  ଜିଲ୍ଲା ଘୋଷଣା କରିବା ଦାବି ନେଇ ଆଜି ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆହୁତ ୧୨ ଘଣ୍ଟିଆ ଟିଟିଲାଗଡ ବନ୍ଦ ଡାକରା ସମ୍ପୁର୍ଣ୍ଣ ଭାବେ ସଫଳ ହୋଇଛି । ବନ୍ଦ ଡାକରାର ପ୍ରଭାବରେ ଘରୋଇ ପ୍ରତିଷ୍ଠାନ, ବ୍ୟାଙ୍କ ପ୍ରତିଷ୍ଠାନ ଓ ଯାନବାହନ ଚଳାଚଳ ସ୍ୱତଃ ପ୍ରବୁତ୍ତ ଭାବେ ବନ୍ଦ ରହିଥିଲା । କ୍ରିୟାନୁଷ୍ଠାନ କମିଟିର ଆବାହକ କୃଷ୍ଣଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଶତାଧିକ ସଭ୍ୟ କୋର୍ଟ ସମ୍ମୁଖରୁ ବାହାରି ବିକ୍ଷୋଭ ପ୍ରଦର୍ଶନ ପୁର୍ବକ ସରକାରୀ ଅଫିସ, ଶିକ୍ଷାନୁଷ୍ଠାନ ଗୁଡ଼ିକକୁ ପିକେଟିଂ କରି ବନ୍ଦ କରାଇ ଦେଇଥିଲେ । ବନ୍ଦ ଯୋଗୁଁ ସାଧାରଣ ଜୀବନ ଯାତ୍ରାରେ ଘୋର ବ୍ୟାହତ ସୃଷ୍ଟି କରିଥିଲା । ବିଶେଷ କରି ଟ୍ରେନ ଯୋଗେ ଆସିଥିବା ଯାତ୍ରୀ ସାମାନ୍ୟ ଜଲଖିଆ କିମ୍ଭା ଚାହା ନ ପାଇ ଦୁର୍ଦ୍ଧଶାର ସମ୍ମୁଖିନ ହୋଇଥିଲେ । ସେହିପରି ପର୍ଯ୍ୟାୟକ୍ରମେ ମୋଟର ସାଇକେଲ ଶୋଭାଯାତ୍ରାରେ ଯୁବ ଓ ଛାତ୍ର ଜିଲ୍ଲା ଦାବୀ ସମ୍ପର୍କୀତ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଅନ୍ୟାନ୍ୟ ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ଆଦିକୁ ବନ୍ଦ କରାଇଥିଲେ । ତେବେ ପେଟ୍ରୋଲ ପମ୍ପକୁ ବନ୍ଦରୁ ବାଦ ଦିଆଯାଇଥିବା ବେଲେ ତାହା ମଧ୍ୟ ବନ୍ଦ ରହିଥିଲା । ପରେ କ୍ରିୟାନୁଷ୍ଠାନ  କମିଟିର ସଭାପତି ଶ୍ରୀ ସାହୁଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ହୋଇଥିଲା । ଏଥିରେ ସହରର ବିଭିନ୍ନ ଅନୁଷ୍ଟାନର କର୍ମକର୍ତ୍ତା, ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ଓ ସଭ୍ୟ ଯୋଗ ଦେଇ ଟିଟିଲାଗଡ ଜିଲ୍ଲା ଦାବିକୁ ସମର୍ଥନ ଜଣାଇ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିବ ବୋଲି ଯୁକ୍ତି ବାଢିଥିଲେ । ଏଥିସହିତ ଛୋଟ ଛୋଟ ଜିଲ୍ଲା ଗଠନ ହେଲେ ଅଞ୍ଚଳବାସୀ ପ୍ରଶାସନିକ ସେବା ପାଇ ପାରିବେ । ଏହାକୁ ଉପଲବ୍ଧିô କରି ପ୍ରସ୍ତାବିତ ନୂତନ ଜିଲ୍ଲା ତାଲିକା ପ୍ରସ୍ତୁତ ହୋଇଥିଲା । ଏଥିରେ ବୃହତ ଟିଟିଲାଗଡ ଉପଖଣ୍ଡର ନାମ ସର୍ବୋଚ୍ଚରେ ରହିଥିଲା । କିନ୍ତୁ ୧୩ଟି ଜିଲ୍ଲାକୁ ୩୦ଟି ଜିଲ୍ଲାରେ ପରିଣତ କରା ଗଲା ହେଲେ ଜିଲ୍ଲା ହେବାର ଯୋଗ୍ୟତା ଥିବା ତଥା ପ୍ରସ୍ତାବିତ ତାଲିକାର ସବୌଚ୍ଚରେ ରହିଥିବା ଟିଟିଲାଗଡକୁ ଏଥିରୁ ବଞ୍ଚିତ କରାଯିବା ଦୁର୍ଭାଗ୍ୟଜନକ ବୋଲି କହିଥିଲେ । ୨୦୧୪ ମସିହାରେ ଜିଲ୍ଲା କ୍ରିୟାନୁଷ୍ଠାନ  କମିଟିର ପ୍ରତିନିଧି ଦଳ ତତôକାଳୀନ ଟିଟିଲାଗଡ଼ ବିଧାୟକ ସୁରେନ୍ଦ୍ର ସିଂଭୋଇଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବି ସମ୍ପର୍କୀତ ସ୍ମାରକପତ୍ର ପ୍ରଦାନ କରିଥିଲେ । ପ୍ରତ୍ତୁ୍ୟତ୍ତରରେ ମୁଖ୍ୟମନ୍ତ୍ରୀ ଦାବି ନେଇ ମୁଁ ଅବଗତ ବୋଲି କହି ବିଚାର କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ପାଇ ସହରବାସୀଙ୍କ ମଧ୍ୟରେ ନୂତନ ଆଶାର ସଞ୍ଚାର ହୋଇଥିଲା । ତେବେ ମୁଖ୍ୟମନ୍ତ୍ରୀ ଟିଟିଲାଗଡ଼ ନିକଟରେ ଏକ ବ୍ରିଜ ଉଦ୍ଘାଟନ କରିବାକୁ ଆସି ଜିଲ୍ଲା ଦାବି ପ୍ରତି ବିଚାର କରାଯାଉଛି ବୋଲି ପ୍ରତିଶୃତି ଦେଇ ଟିଟିଲାଗଡ଼କୁ ଜିଲ୍ଲା ବଦଲରେ ମୁନିସିପାଲିଟିର ଲଲିପପ୍ ଧରାଇ ଫେରି ଯାଇଥିଲେ । ସହରବାସୀଙ୍କ ଆଶା ମଉଲି ଯାଇଥିଲା । ତଥାପି ଟିଟିଲାଗଡ଼ ଉପଖଣ୍ଡ ବାସୀ ଜିଲ୍ଲା ମିଳିବା ଆଶାରେ ଧେର୍ଯ୍ୟ ସହ ଅପେକ୍ଷା କରିଥିଲେ । ଆଜି ନୁହେଁ ତ କାଲି ଟିଟିଲଗଡ଼ ଜିଲ୍ଲାରେ ପରିଣତ ହେବ । ଦେଖୁ ଦେଖୁ ସମୟ ଗଡ଼ି ଚାଲିଲା କିନ୍ତୁ ସରକାର ଜିଲ୍ଲା ଦାବିକୁ ଗୁରୁତ୍ୱ ନଦେବାରୁ ପୁଣି ଆନେ୍ଦାଳନ ମୁଣ୍ଡ ଟେକିଥିଲା । ଏତିକି ନୁହଁ ଜିଲ୍ଲା ଦାବି ନେଇ ଚଳିତ ବର୍ଷ ସୋସିଆଲ ମିଡିଆରେ କମେଣ୍ଟ ଜୋର ଧରି ରିଲେ ଅନସନରେ ପରିଣତ ହୋଇଥିଲା । ସେହି ସମୟରେ ମଧ୍ୟ ଜିଲ୍ଲା କ୍ରିୟାନୁଷ୍ଠାନ  କମିଟିର ପ୍ରତିନିଧି ଦଳ ଗତ ଏପ୍ରିଲ ମାସ ୧୦ ତାରିଖରେ ବିଧାୟିକା ଟୁକୁନୀ ସାହୁଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଜିଲ୍ଲା ଦାବି ସମ୍ପର୍କୀତ ସ୍ମାରକ ପତ୍ର ପ୍ରଦାନ କରିଥିଲା । ପ୍ରତ୍ୟୁତ୍ତରରେ ରେ ମୁଖ୍ୟମନ୍ତ୍ରୀ ଆଇ ୱିଲ ଏକଜାମ, ଡୁ ନିଡଫୁଲ ବୋଲି ପ୍ରତିଶୃତି ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତିକୁ ସମ୍ମାନ ଜଣାଇକ୍ରିୟାନୁଷ୍ଠାନ  କମିଟି ଆନ୍ଦୋଳନକୁ ସ୍ଥଗିତ ରଖିଥିଲା । ତେବେ ୬ ମାସ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଜିଲ୍ଲା ଦାବି ନେଇ କୌଣସି ପଦକ୍ଷେପ ନନେବାରୁ କ୍ରିୟାନୁଷ୍ଠାନ  କମିଟି ଆନେ୍ଦାଳନ ମୁହା ହୋଇଛି ଓ ଏହି  ଆନ୍ଦୋଳନ ଆଗାମୀ ଦିନରେ ଆହୁରୀ ବ୍ୟାପକ କରାଯିବ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ ।

ଏହି  ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ କ୍ରିୟାନୁଷ୍ଠାନ  କମିଟିର ଯୁଗ୍ମ ଆବାହକ ଲଳିତ ମୋହନ ତାଣ୍ଡି, ପୁର୍ବତନ ଟିଟିଲାଗଡ଼ ବିଧାୟକ ସୁରେନ୍ଦ୍ର ସିଂଭୋଇ, କଂଗ୍ରେସ ନେତା କିଶୋର ଚନ୍ଦ୍ର ପଣ୍ଡ,କ୍ରିୟାନୁଷ୍ଠାନ  କମିଟି ମିଡିଆ ସେଲ ଆବାହକ ରାଧାକାନ୍ତ ପାଢୀ ଓ ରବିକିରଣ ସ୍ୱାଇଁ, ପୌରାଧ୍ୟକ୍ଷ ଗୋବର୍ଦ୍ଧନ ନାଗ, ପୁର୍ବତନ ନଗରପାଳ ଶୁଭ୍ରାଂଶୁ ଦାସ, ଯାଦବ ନେତା ଘିନୁ ଆଡ଼ଯୁଆଡ, ବିଜେପି ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ମହେନ୍ଦ୍ର ଠାକୁର, ନାରୀ ଶକ୍ତି ଅଧ୍ୟକ୍ଷା ଅଞ୍ଜଳି ବେହେରା,ସ୍ୱେଚ୍ଛାସେବୀ ରଞ୍ଜୁ ରାଏମନ,ପିସିସି ସମ୍ପାଦକ ମୁକେଶ ଜୈନ, ନଗର କଂଗ୍ରେସ ସଭାପତି ପ୍ରଭାସ ବହିଦାର, ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭବାନୀ ପ୍ରସାଦ ହୋତା, ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଡମ୍ବରୁଧର ଛତ୍ରିଆ,ଓଡ଼ିଶା ପ୍ରଦେଶ କମିଟି ସାଧାରଣ ସମ୍ପାଦକ ମୁକେଶ ଜୈନ,ଦୁର୍ଗା ସାହୁ,ଅଭୟ ସାହୁ,କଂଗ୍ରେସ ବ୍ଲକ ସଭାପତି ତୁଲସୀ ସାହୁ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ବ୍ରଜକିଶୋର ସିଂଭୋଇ, ସରପଞ୍ଚ ସଂଘର ସଭାପତି ବୀରବର ସାହୁ, ସମ୍ପାଦକ ହରି ନାରାୟଣ ମିଶ୍ର, ପୁର୍ବତନ ସରପଞ୍ଚ ପ୍ରଦୀପ ସାହୁ, ବିଜେପି ନଗର ସଭାପତି ଚେୟାରମେନ ବାଗ, ବିଜେପି ଜିଲ୍ଲା ସମ୍ପାଦକ ମୁକେଶ ଜୈନ, ଚାଷୀ ସୁରକ୍ଷା ଅଭିଯାନର ଆବାହକ ଆଲୋକ ନାୟକ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ବିରେନ୍ଦ୍ର ବାଗ, କାଉନସିଲର କୃଷ୍ଣଚନ୍ଦ୍ର ସରାଫ, ଚାଷୀ ନେତା ସାନ୍ତନୁ ନାୟକ, ବାଳକୃଷ୍ଣ ଷାଣ୍ଡ, ସୁରେଶ ଭୋଇ ଓ ଜିତୁ ସାହୁ, ପୁର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭରତ ତାଣ୍ଡି, ପ୍ରମୋଦ ସରାଫ, ପ୍ରକାଶ ସରାଫ, କୁମୁଡ଼ା ପାହାଡ଼ ସୁରକ୍ଷା ସମିତିର ସମ୍ପାଦକ ଉପେନ୍ଦ୍ର ବାଗ, ଛାତ୍ର କ୍ରିୟାନୁଷ୍ଠାନ  କମିଟିର ସଭାପତି ଅମ୍ଲାନ ପ୍ରତୀକ ଷଡ଼ଙ୍ଗୀ, ଓକିଲ ସଂଘର ପୁର୍ବତନ ସଭାପତି ସଞ୍ଜୟ ବେହେରା, ମୋହନ ଲାଲ ଜୈନ, ଜୟନ୍ତ ପଣ୍ଡା, ପୃଥିରାଜ ସିଂହ, ଏମଏମ ଖାନ୍, ପଙ୍କଜ ପାଢୀ, କମଲାକାନ୍ତ ପୁରୋହିତ, କାଲୀ ପ୍ରସାଦ ମୁଖାର୍ଜୀ, ରାଜଦୀପ ପଟ୍ଟନାୟକ, ରଣଜୀତ ପୃଷ୍ଟି, ନିହାର ରଞ୍ଜନ ବାବୁ, ଦେବାନନ୍ଦ ସାହୁ, ରାଜୁ ମିଶ୍ର, ବିଭୀଷଣ ନାଗ, ବାଳକିଶନ ଦୀପ, ପିତବାସ ଚିନାଗୁନ, ଚପଲା ରଣା,ମନ ବେହେରା,ରୁପେଶ ବେହେରା,ଅଲେଖ ବେହେରା, ଜଗନ୍ନାଥ ସାହୁ, ସୁଧିର ଘଡେଇ, ସ୍ୱେଚ୍ଛାସେବୀ ବନମାଲି ବେହେରା,ବଣିକ ସଂଘ ସଭାପତି ତ୍ରିନାଥ ସରାଫ,ବଣିକ ସଂଘ ସମ୍ପାଦକ ରାଜେଶ ପ୍ରଧାନଙ୍କ ସମେତ ସହରର ବିଭିନ୍ନ ଅଣୂସ୍ଠହାନ ବିଭିନ୍ନ ରାଜନୈତିକ ଦଳର ସଭ୍ୟ, ଓକିଲ ସଂଘର ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ଏବଂ ବହୁ ସଂଖ୍ୟାରେ ଜନସାଧାରଣ ଆନେ୍ଦାଳନରେ ସାମିଲ ହୋଇଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଏସଡିପିଓ ସରୋଜ ମହାପାତ୍ର ଓ ଥାନାଧିକାରୀ ପ୍ରଭାତ ରଞ୍ଜନ ମହାନ୍ତିଙ୍କ ନେତୃତ୍ୱରେ ବ୍ୟାପକ ପୁଲିସ ଫୋର୍ସ ମୃତୟନ କରାଯାଇଥିଲା । ବନ୍ଦଟି ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଥିବାରୁ ଜିଲ୍ଲାକ୍ରିୟାନୁଷ୍ଠାନ  କମିଟି ପକ୍ଷରୁ ସହରବାସୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛିି । ଅନ୍ୟପଟେ ଏହି ବନ୍ଦକୁ ସମର୍ଥନ ଜଣାଇ ଶଗଡ଼ଘାଟ ଓ ଖୋଲାନ ଠାରେ ଗ୍ରାମବାସୀ ବନ୍ଦ ପାଳନ କରିବା ସହ ଟାୟାର ଜାଲି ରାସ୍ତା ଅବରୋଧ କରିଥିବା ଖବର ହସ୍ତଗତ ହୋଇଛି ।

0
0
0
s2sdefault