ହେଡଲାଇନସ୍:

ଲୋକ ତାତିଲେ, ରାସ୍ତାକୁ ଆସିଲେ : ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଚାଷୀ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଆଞ୍ଚଳିକ କୃଷକ ମହାସଙ୍ଗ ତରଫରୁ ପଦ୍ମପୁର ନୂଆପଡା ମୁଖ୍ୟ ରାସ୍ତା ଅବରୋଧ

ପାଇକମାଲ/ଗୌରାଙ୍ଗ ଚରଣ ଦାଶ :- ଚାଷୀ ଓ ଚାଷ ର ବିଭିନ୍ନ ସମସ୍ୟାକୁ ନେଇ ଓ ମୁଖ୍ୟତ ଅଞ୍ଚଳରେ ଗତ କିଛିଦିନ ଭିତରେ 2 ଜଣ ଚାଷୀକୁ ହାତୀ ଦଳିଚକଟି ମରିଦେଇଥିବା ଭଳି ପରିସ୍ଥିତି ଓ ଅନାବୃଷ୍ଟି ଯୋଗୁ ହେଇଥିବା ମରୁଡି ପରିସ୍ଥିତି ର ସମାଧାନ ପାଇଁ ଗତ 2 ଦିନ ପୂର୍ବରୁ ଆଞ୍ଚଳିକ କୃଷକ ସଙ୍ଗଠନ ତରଫରୁ ସରକାରୀ ଅଧିକାରୀମାନଙ୍କୁ ଅବଗତ କରାଯାଇଥିଲା । ଗତକାଲି ଜଙ୍ଗଲ ବିଭାଗର ଅଧିକାରୀ ମାନେ ବରତୁଣ୍ଡାରେ କୃଷକ ମହାସଂଘ ର ପ୍ରତିନିଧି ମାନଙ୍କର ସହିତ ଆଲୋଚନା କରିଥିଲେ | କିନ୍ତୁ ଆଲୋଚନା ସମ୍ପୂର୍ଣ ଭାବରେ ବିଫଳ ହେଇଥିଲା | ଯାହା ଫଳରେ କି ଆଜି ସକାଳ 8 ଘଣ୍ଟା ସମୟ ରୁ ଆଞ୍ଚଳିକ କୃଷକ ମହାସଙ୍ଗ ତରଫରୁ ପଦ୍ମପୁର ନୂଆପଡା ମୁଖ୍ୟ ରାସ୍ତା କୁ ବରତୁଣ୍ଡା ଠାରେ ଅବରୋଧ କରାଯାଇଛି । ଚଳିତ ବର୍ଷ ଆରମ୍ଭରୁ ଭଲ ବର୍ଷା ହେଇଥିଲା | କିନ୍ତୁ ଏବେ ପଦ୍ମପୁର ଅଞ୍ଚଳ ର କିଛି ସ୍ଥାନରେ ବର୍ଷା ଅଭାବରୁ ମରୁଡି ପରିସ୍ଥିତି ଦେଖା ଦେଇଛି ।

ଯାହା ଫଳରେ ଚାଷୀକୁ ବର୍ଷ ସାରାର ପରିଶ୍ରମ ଓ ଖର୍ଚ୍ଚ ବେକାର ହେଇଗଲା ଭଳି ଲାଗୁଛି । ଫସଲ ଉଜୁଡି ଯିବା ଭୟରେ ଚାଷୀ ହତାଶ ହେଇଗଲାଣି । ଧାର କରଜ କରି ଚାଷ କରିଥିବା ଚାଷୀର ଅବସ୍ଥା ଅତି ଶୋଚନୀୟ ହେଇ ପଡ଼ିଲାଣି । ପ୍ରଶାସନକୁ ବାରମ୍ବାର ଗୁହାରି କରି ବି କୋଣସି ସୁଫଳ ମିଳୁନାହିଁ । ବରଗଡ ଜିଲ୍ଲା ଓଡ଼ିଶାର ଭାତ ହାଣ୍ଡି କିନ୍ତୁ ଆଜି ଆମକୁ ଭାତ ଯୋଗାଇ ଦେଉଥିବା ଅନ୍ନଦାତା ଘୋର ଅଭାବ ଓ ଅସୁବିଧାରେ । ଚାଷୀ କୁଳର ସବୁ ସମସ୍ୟାକୁ ନେଇ ଆଜି ବାଧ୍ୟ ହେଇ କୃଷକ ମହାସଂଘ ରାଜରାସ୍ତା ଅବରୋଧ କରୁଛି । ଯଦି ସମସ୍ୟାର ସମାଧାନ ଶୀଘ୍ର ନହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନ କୁ ଆହୁରି ବ୍ୟାପକ ଓ ତୀବ୍ରତର କରାଯିବ ବୋଲି ମହାସଂଘ ତରଫ ରୁ କୁହାଯାଇଛି ।

ଆଜି ରାସ୍ତା ଅବରୋଧ ଫଳରେ ଯାତ୍ରୀ ମାନେ ନାନା ପ୍ରକାର ହଇରାଣ ହେଉଥିବା ଦେଖିବାକୁ ମିଳିଛ ।  ରାସ୍ତା ଅବରୋଧ ସ୍ଥାନକୁ ପଇକମାଲ BDO ତଥା ତହସିଲଦାର ଶ୍ରୀ ସଦାଶିବ ନାୟକ ପଇକମାଲ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ଓ ନୃସିଂହନାଥ ତଥା ପଇକମାଲ ଫୋରେଷ୍ଟ ରେଞ୍ଜର ପ୍ରମୁଖ ଘଟଣା ସ୍ଥଳକୁ ପହଞ୍ଚି କୃଷକ ସଂଗଠନର କର୍ମକର୍ତା ବୃନ୍ଦ ଙ୍କର ସହିତ ବିସ୍ତୃତ ଆଲୋଚନା କରିବା ପରେ ଓ ତହସିଲଦାର ଆନ୍ଦୋଳନ କାରୀ ମାନଙ୍କୁ ଲିଖିତ ପ୍ରତିଶୃତି ପରେ ପ୍ରାୟ 2ଟା ବେଳକୁ ରାସ୍ତା ଅବରୋଧ ହତିଥିଲା । BDO ତଥା ତହସିଲଦାର ଶ୍ରୀ ନାୟକ ଚାଷୀ ମାନଂକର ସମସ୍ୟାକୁ ଗୁରୁତ୍ବର ସହିତ ବିଚାରକରି ଖୁବ ଶିଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତୁ ।

0
0
0
s2sdefault