ହେଡଲାଇନସ୍:

ପ୍ରଧାନମନ୍ତ୍ରୀଙ୍କ ‘ସବକା ସାଥ୍ ଓ ସବକା ବିକାଶ’ ମନ୍ତ୍ରକୁ ଲୋକଙ୍କ ପାଖକୁ ନେବା – ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅନୁଗୋଳ ଓ ଢେଙ୍କାନାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ

  • • ଢେଙ୍କାନାଳରେ ବିଜେପିର ମିଶ୍ରଣ ପର୍ବରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ଡକ୍ଟର ଅକ୍ଷୟ କୁମାର ମହାନ୍ତିଙ୍କ ସମେତ ଅନେକ ସମର୍ଥକଙ୍କୁ ଦଳରେ ସ୍ୱାଗତ କଲେ
  • • ଅନୁଗୋଳ ଓ ଢେଙ୍କାନାଳ ସମେତ ଓଡ଼ିଶାରେ ମୋଦୀଜୀଙ୍କ ହାତମୁଠାକୁ ଅଧିକ ଟାଣ କରିବା
  • • ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଦର୍ଶନ ସହ ନାଲମ ଠାରେ କୂଳ ଦେବତା ଶ୍ରୀ ଶ୍ରୀ ନୃସିଂହ ଦେବଙ୍କ ଆଶୀର୍ବାଦ ନେଲେ
  • • ତାଳଚେର ପ୍ରଜାମଣ୍ଡଳ ଶହୀଦ ସ୍ମୃତି ସ୍ତମ୍ଭ” ଓ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ

ଢେଙ୍କାନାଳ/ଅନୁଗୋଳ, ଏପ୍ରିଲ ୦୨, ୨୦୨୪ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଢେଙ୍କାନାଳ ଓ ଅନୁଗୋଳ ଗସ୍ତ କାଳରେ ବିଜେପିର ଏକ ମିଶ୍ରଣ ପର୍ବରେ ଯୋଗଦେବା ସହ ଶହୀଦଙ୍କ ସ୍ମୃତିସ୍ଥଳ ସହ ଜଡିତ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମେ ଢେଙ୍କାନାଳରେ ପାର୍ଟି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ଡ. ଅକ୍ଷୟ କୁମାର ମହାନ୍ତି, ସ୍ୱନାମଧନ୍ୟ ଡକ୍ଟର ଶାନ୍ତିଭୂଷଣ ପଣ୍ଡାଙ୍କ ସମେତ ଅନେକ ବିଜେଡି ଓ କଂଗ୍ରେସ କର୍ମୀ, ସମାଜସେବୀ ଓ ସମର୍ଥକଙ୍କୁ ଦଳରେ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ ନେତୃତ୍ୱ ଓ ‘ସବକା ସାଥ୍ – ସବକା ବିକାଶ’ ମନ୍ତ୍ରରେ ଆସ୍ଥାପ୍ରକଟ କରି ଦଳରେ ଯୋଗଦେଇଥିବାରୁ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଆଗାମୀ ୨୫ ବର୍ଷ ସୁଦ୍ଧା ଦେଶକୁ ବିକଶିତ କରିବାର ଲକ୍ଷ୍ୟ ନେଇ ସବୁ ଦିଗକୁ ବିଶେଷ ପ୍ରାଧାନ୍ୟ ଦେଉଛନ୍ତି । ଗରିବ, ମହିଳା, ଯୁବ, ଚାଷୀ, ଅନୁସୂଚିତ ଜାତି, ଜନଜାତି ଙ୍କ ବିକାଶ ପାଇଁ ଅର୍ଥର ଅଭାବ ନାହିଁ । ପ୍ରଧାନମନ୍ତ୍ରୀଙ୍କ ଖଣି ନୀତିରେ ସଂସ୍କାର ଓ ପାରଦର୍ଶିତା କାରଣରୁ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ବହୁତ ଲାଭ ପାଉଛି । ଆଜିର ଏହି ମିଶ୍ରଣ ପର୍ବ ଅନୁଗୋଳ ଓ ଢେଙ୍କାନାଳ ସମେତ ଓଡ଼ିଶାରେ ମୋଦୀଜୀଙ୍କ ହାତମୁଠାକୁ ଅଧିକ ଟାଣ କରିବ ।

ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ କଣିହାଁ ଠାରେ “ତାଳଚେର ପ୍ରଜାମଣ୍ଡଳ ଶହୀଦ ସ୍ମୃତି ସ୍ତମ୍ଭ” ଓ ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର କର୍ଣ୍ଣଧାର ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ନାଲମ ଠାରେ କୂଳ ଦେବତା ଶ୍ରୀ ଶ୍ରୀ ନୃସିଂହ ଦେବଙ୍କ ଆଶୀର୍ବାଦ ନେବା ସହ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଦର୍ଶନ କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ଅନୁଗୋଳ ଓ ଢେଙ୍କାନାଳ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ସ୍ୱାଗତ କରାଯାଇଥିଲା ।

0
0
0
s2sdefault