ହେଡଲାଇନସ୍:

ରାଜ୍ୟରେ ବେଆଇନ୍ ଭାବେ ମୃଷ୍ଟିମେୟ ଅଧିକାରୀଙ୍କ ଦ୍ବାରା ଚାଟାର୍ଡ ପ୍ଲାଂଇଟ୍/ପ୍ରାଇଭେଟ୍ ଜେଟର ବ୍ୟାପକ ଅପବ୍ୟବହାର, ୫୦ କୋଟି ଟଙ୍କାର ରାଜସ୍ବ କ୍ଷତି।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

•ଏହି ଚାଟାର୍ଡ ପ୍ଲାଇଟ୍/ପ୍ରାଇଭେଟ୍ ଜେଟ୍ କେଉଁ ଅଧିକାରୀ କେଉଁ କାର୍ଯ୍ୟ ପାଇଁ ବ୍ୟବହାର କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଅନୁମତି ଦେଇଛନ୍ତି, ଏହାର ସମସ୍ତ ତଥ୍ୟ ସର୍ବସାଧାରଣରେ ପ୍ରକାଶ ପାଇଁ ଓଡ଼ିଶା ସୂଚନା ଅଧିକାର ଅଭିଯାନର ଦାବୀ।


ଭୁବନେଶ୍ବର,୨୯!୩: ରାଜ୍ୟରେ ବିଭିନ୍ନ ଜିଲ୍ଲା ମୁଖ୍ୟତଃ ଅନୁନ୍ନତ ଆଦୀବାସୀ ଅଞ୍ଚଳରେ ବିଭିନ୍ନ ସରକାରୀ କାର୍ଯ୍ୟ ସମୀକ୍ଷା କରିବା ବା ସରକାରୀ ଗସ୍ତ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ଅଫିସରମାନେ ପ୍ରାଇଭେଟ୍ କମ୍ପାନୀ ମାନଙ୍କ ଠାରୁ ଲିଜରେ ଅଣାଯାଇଥିବା ହେଲିକ୍ୟାପ୍ଟର ବ୍ୟବହାର କରନ୍ତି। ହେଲିକ୍ୟାପ୍ଟର ବା ଚାଟାର୍ଡ ପ୍ଲାଂଇଟ୍ ବ୍ୟବହାର କରିବା ପାଇଁ କେଉଁମାନେ ଯୋଗ୍ୟ, ଏହାର ତଥ୍ୟ ତା ୧୭.୧୧.୨୩ ରିଖରେ ସଂଦସୀୟ ବ୍ୟାପାର ବିଭାଗକୁ ମଗାଯାଇଥିଲା ଉକ୍ତ ବିଭାଗରୁ ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ତା ୨୫.୯.୧୯୮୫ ରିଖରେ state Aircraftର ବ୍ୟବହାର ପାଇଁ ଏକ ରୁଲ୍ ଜାରି କରିଛନ୍ତି। ଏହି ରୁଲ୍ ଅନୁଯାୟୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ମନ୍ତ୍ରୀ, ବିଧାୟକ, ହାଇକୋର୍ଟର ମୁଖ୍ୟ ବିଚାରପତି, ମୁଖ୍ୟ ଶାସନ ସଚିବ, ଡେଭଲପମେଣ୍ଟ କମିଶନର, ବୋର୍ଡ ଅଫ ରେଭେନ୍ୟୁର ସଦସ୍ୟ, ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ପ୍ରମୁଖ ହେଲିକ୍ୟାପ୍ଟର ବ୍ୟବହାର କରିପାରିବେ। ଉକ୍ତ ନିୟମ ଅନୁଯାୟୀ, ଯେଉଁମାନେ ଯୋଗ୍ୟ ନୁହଁନ୍ତି, ସେମାନେ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଅନୁମୋଦନ କ୍ରମେ ବ୍ୟବହାର କରିପାରିବେ।
ଉକ୍ତ ତଥ୍ୟ ହାସଲପରେ, ତା ୮.୧.୨୪ ରିଖରେ ପରିବହନ ବିଭାଗକୁ ପୁଣି କିଛି ତଥ୍ୟ ପାଇଁ ଆବେଦନ କରାଗଲା। ତଥ୍ୟ ଗୁଡ଼ିକ ହେଲା ୨୦୨୦-୨୧ରୁ ୨୦୨୩-୨୪ ମଧ୍ୟରେ କେଉଁ ତାରିଖରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, କ୍ୟାବିନେଟ୍ ମନ୍ତ୍ରୀ, ହାଇକୋର୍ଟ ମୁଖ୍ୟ ବିଚାରପତି, ଆଦର୍ଶ ଅଧିକାରୀ ହେଲିକ୍ୟାପ୍ଟର ଏବଂ ଚାଟାର୍ଡ ପ୍ଲାଂଇଟ୍ ବ୍ୟବହାର ପାଇଁ ସ୍ବତନ୍ତ୍ର ଅନୁମତି ଦେଇଛନ୍ତି ଇତ୍ୟାଦି। ଦୁଇମାସରୁ ଉର୍ଦ୍ଧ୍ବ ଦିନ ବିତିଯାଇଥିଲେ ମଧ୍ୟ ପରିବହନ ବିଭାଗ କୌଣସି ତଥ୍ୟ ପ୍ରଦାନ କଲା ନାହିଁ।
ତା ୯.୨.୨୪ ରିଖରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ମୁଖ୍ୟମନ୍ତ୍ରୀ କେଉଁ ମନ୍ତ୍ରୀ ବା ଅଧିକାରୀଙ୍କୁ ଚାଟାର୍ଡ ଫ୍ଲାଇଟ୍ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ଇତ୍ୟାଦି ତଥ୍ୟ ହାସଲ ପାଇଁ ଆବେଦନ କରାଗଲା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ କୌଣସି ତଥ୍ୟ ମିଳିଲାନାହିଁ। ସେହିପରି ତା ୯.୨.୨୦୨୪ ରିଖରେ ରାଜ୍ୟ ସରକାର କେଉଁ ଅଧିକାରୀଙ୍କୁ ଚାଟାର୍ଡ ପ୍ଲାଇଟ୍ ବା ପ୍ରାଇଭେଟ୍ ଜେଟ୍ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି, ଉକ୍ତ ତଥ୍ୟ ହାସଲ ପାଇଁ ସାଧାରଣ ପ୍ରଶାସନ ବିଭାଗକୁ ଆବେଦନ କରାଗଲା। ସାଧାରଣ ପ୍ରଶାସନ ବିଭାଗ ତଥ୍ୟ ନଥିବା ଦର୍ଶାଇ ଦରଖାସ୍ତଟିକୁ ୧୫.୨.୨୪ରେ ପରିବହନ ବିଭାଗକୁ ପଠାଇ ଦେଲା। ପରିବହନ ବିଭାଗ କୌଣସି ତଥ୍ୟ ପ୍ରଦାନ କରିଲା ନାହିଁ।
ଗତ ୧୭.୧୧.୨୩ ରିଖରେ କେନ୍ଦ୍ର ସରକାରଙ୍କ Principal Accountant General, Bhubaneswar ଙ୍କ କାର୍ଯ୍ୟାଳୟକୁ ହେଲିକ୍ୟାପ୍ଟର ଓ ଚାଟାର୍ଡର ଭଡ଼ା ବାବଦରେ ଓଡ଼ିଶା ସରକାର ୨୦୨୧-୨୨ରୁ ୨୦୨୩-୨୪ ମଧ୍ୟରେ କେତେ ବିଲକୁ ଦାଖଲ କରିଛନ୍ତି, କେଉଁ ବିଭାଗ ବିଲ୍ ପଇଠ କରିଛନ୍ତି, ବିଲ୍ ନଂ ଏବଂ ଉକ୍ତ ବିଲ୍ approval ବା objection କରିଛନ୍ତି ଇତ୍ୟାଦି ତଥ୍ୟ ପାଇବା ପାଇଁ ଆବେଦନ କରାଯାଇଥିଲା। ଉକ୍ତ ତଥ୍ୟ ନଥିବା ଦର୍ଶାଇ PAG କାର୍ଯ୍ୟାଳୟ ଦରଖାସ୍ତଟିକୁ ସାଧାରଣ ପ୍ରଶାସନ ବିଭାଗକୁ ପଠାଇ ଦେଲେ। ସାଧାରଣ ପ୍ରଶାସନ ବିଭାଗ ପରିବହନ ବିଭାଗ ଏବଂ ସଂସଦୀୟ ବ୍ୟାପାର ବିଭାଗକୁ ପଠାଇ ଦେଲେ। ପରିବହନ ବିଭାଗ ଏ ପର୍ଯ୍ୟନ୍ତ କୌଣସି ତଥ୍ୟ ଦେଲା ନାହିଁ।
କିନ୍ତୁ ସଂସଦୀୟ ବ୍ୟାପାର ବିଭାଗ ଉକ୍ତ ତଥ୍ୟ ପ୍ରଦାନ କଲେ। ଏହି ସୂଚନା ଅନୁଯାୟୀ, ରାଜ୍ୟ ୨୦୧୯-୨୦ରୁ ୨୦୨୩-୨୪ ମଧ୍ୟରେ ହେଲିକ୍ୟାପ୍ଟର ଭଡ଼ା ବାବଦରେ ୫୨,୧୮,୩୪,୫୨୯ ଟଙ୍କା ଖର୍ଚ୍ଚ ହୋଇଛି। OSS Air Management privet limited, new delhi ନାମକ ଏକ କଂପାନୀ ୨୦୧୯ ମସିହାରୁ ରାଜ୍ୟ ସରକାରଙ୍କୁ ହେଲିକ୍ୟାପ୍ଟର ଭଡ଼ାରେ ଯୋଗାଇ ଆସୁଅଛି। ସେହିପରି ତିନୋଟି ପ୍ରମୁଖ ବେସରକାରୀ କମ୍ପାନୀ OSS air Management Private Limited, Pinnacle Air Pvt. Ltd, New Delhi, M/S Jet Serve Aviation Pvt. Ltd. Gurgaon ପ୍ରମୁଖ ରାଜ୍ୟ ସରକାରଙ୍କୁ ଚାଟାର୍ଡ ପ୍ଲାଇଟ୍ ଭ଼ଡ଼ାରେ ଦେଇ ୨୦୧୯-୨୦ରୁ ୨୦୨୩-୨୪ ବର୍ଷ ମଧ୍ୟରେ ୫୦,୯୫,୨୧,୪୫୦ ଟଙ୍କା ନେଇଛନ୍ତି।
Principal Accountant General କାର୍ଯ୍ୟାଳୟ ପ୍ରାଥମିକ ପର୍ଯ୍ୟାୟରେ ତଥ୍ୟ ପ୍ରଦାନ କଲେ ନାହିଁ। ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଥମ ଅପିଲ୍ ହେବାରୁ ପ୍ରଥମ ଅପିଲ୍ କର୍ତ୍ତୃପକ୍ଷ ଯାହା କିଛି ତଥ୍ୟ ଅଛି ତୁରନ୍ତ ସଂଗ୍ରହ କରି ଦେବାକୁ କେନ୍ଦ୍ରୀୟ ଜନ ସୂଚନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୦୨୧-୨୨ରେ ହେଲିକ୍ୟାପ୍ଟର ଓ ଚାଟାର୍ଡ ପ୍ଲାଇଟ୍ ଭଡ଼ା ବାବଦରେ ୧୯.୮୮ କୋଟି ଟଙ୍କା ପ୍ରଦାନ ବାବଦରେ ଦାଖଲ ବିଲକୁ ଅନୁମୋଦନ କରିଥିଲେ ଓ ୨୦୨୨-୨୩ରେ ୨୫.୬୨ କୋଟି ଟଙ୍କାର ବିଲକୁ ଅନୁମୋଦନ କରିଥିବାର ଦର୍ଶାଇଥିଲେ। ଅର୍ଥାତ୍ ୨୦୨୧-୨୨ ଓ ୨୦୨୨-୨୩ ଦୁଇ ବର୍ଷରେ ରାଜ୍ୟ ସରକାର ହେଲିକ୍ୟାପ୍ଟର ଓ ଚାଟାର୍ଡ ଫ୍ଲାଇଟ୍ ଭଡ଼ା ପାଇଁ ୪୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହା ପରେ ୨୦୧୯-୨୦ରୁ ୨୦୨୩ ମଧ୍ୟରେ ହେଲିକ୍ୟାପ୍ଟର ଓ ଚାଟାର୍ଡ ଫ୍ଲାଇଟ୍ ଭଡ଼ା ବାବଦରେ ଦାଖଲ ହୋଇଥିବା ବିଲର ଫଟୋ କପି ତା ୯.୨.୨୪ ରିଖରେ ସଂସଦୀୟ ବ୍ୟାପର ବିଭାଗକୁ ଆବେଦନ କରାଯାଇଥିଲା। କିନ୍ତୁ ଉକ୍ତ ବିଭାଗ ଏ ପର୍ଯ୍ୟନ୍ତ ତଥ୍ୟ ଦେଇନାହାଁନ୍ତି। ଏହାପରେ ୨୦୧୯-୨୦ରୁ ୨୦୨୩-୨୪ ମଧ୍ୟରେ ହେଲିକ୍ୟାପ୍ଟର ଓ ଚାଟାର୍ଡ ଫ୍ଲାଇଟ୍ ଭଡ଼ା ବାବଦରେ ଦାଖଲ ହୋଇଥିବା ବିଲର ଫଟୋ କପି ତା ୯.୨.୨୪ ରିଖରେ ସଂସଦୀୟ ବ୍ୟାପର ବିଭାଗକୁ ଆବେଦନ କରାଯାଇଥିଲା। କିନ୍ତୁ ଉକ୍ତ ବିଭାଗ ଏ ପର୍ଯ୍ୟନ୍ତ ତଥ୍ୟ ଦେଇନାହାନ୍ତି।
ରାଜ୍ୟରେ କେଉଁ ଅଧିକାରୀ ଚାଟାର୍ଡ ଫ୍ଲାଇଟ୍ ବ୍ୟବହାର କରିଛନ୍ତି, କେଉଁ ସ୍ଥାନକୁ ଓ କେଉଁ ଉଦ୍ଦେଶ୍ୟରେ ଯାଇଛନ୍ତି, ସେମାନଙ୍କୁ କିଏ ଅନୁମତି ଦେଇଛି, ଏହା ସମସ୍ତ ତଥ୍ୟ ମୁଖ୍ୟମନ୍ତ୍ରୀ ଦପ୍ତର ଠାରୁ ଆରମ୍ଭକରି ପରିବହନ ବିଭାଗ ପର୍ଯ୍ୟନ୍ତ ତଥ୍ୟ ପ୍ରଦାନ କରୁନାହାଁନ୍ତି। ତେଣୁ ଏହା ସ୍ପଷ୍ଟ ଚାଟାର୍ଡ ଫ୍ଲାଇଟର ଅପବ୍ୟାବହାର ହୋଇଛି ଓ ବେଆଇନ୍ ଭାବେ ବ୍ୟବହାର କରାଯାଇ ରାଜକୋଷରୁ କୋଟି କୋଟି ଟଙ୍କାର ଅପବ୍ୟବହାର କରାଯାଇଛି। ତେଣୁ ଓସା ତରଫରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରାଯାଉଛି ଏବଂ ଏହି ସମସ୍ତ ତଥ୍ୟ ସର୍ବସାଧାରଣରେ ପ୍ରକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ଦିଆଯାଇଛି। ଏହି ନିଶ୍ଚିତ ଏହି ଚାଟାର୍ଡ ଫ୍ଲାଇଟ୍ ଭି. କେ. ପାଣ୍ଡିଆନ୍ ନିଜ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର କରିଛନ୍ତି ଓ ଓଡ଼ିଶାର ରାଜକୋଷକୁ ଲୁଟ୍ କରିଛନ୍ତି।
ଅପରପକ୍ଷରେ, ତା ୧୯.୧.୨୪ ରିଖରେ ଗୃହ ବିଭାଗକୁ ଭି. କେ. ପାଣ୍ଡିଆନଙ୍କ ସିକ୍ୟୁରିଟ ପାଇଁ କେତେ ଜଣ ପୋଲିସ୍ ଅଧିକାରୀ ଓ ସରକାରୀ ଗାଡ଼ି ନିଯୁକ୍ତି କରାଯାଇଛି ତଥ୍ୟ ମଗାଯାଇଥିଲା। ଗତ ତା ୧୧.୩.୨୪ ରିଖରେ Reserve Police Office ଦେଇଥିବା ତଥ୍ୟ ଅନୁଯାୟୀ ଭି. କେ. ପାଣ୍ଡିଆନଙ୍କ ପାଇଁ ୨ଟି Sub-Inspector, ୧୨ ହାବିଲଦାର୍, ୫୬ କନେଷ୍ଟବଳ, ୪ ମହିଳା କନେଷ୍ଟେବଳ ନିଯୁକ୍ତି ଦିଆଯାଇଛି ଏବଂ ଏକ ଗାଡ଼ି ମଧ୍ୟ ଦିଆଯାଇଛି। ଶ୍ରୀ ପାଣ୍ଡିଆନଙ୍କ ପାଇଁ ଜଣେ Personal Security officer ନିଯୁକ୍ତି କରାଯାଇଛି। ଅର୍ଥାତ୍ ଜଣେ ଛୋଟିଆ ଅଫିସର ପାଇଁ ଏତେ ପରିମାଣର ପୋଲିସ୍ ଅଧିକାରୀ କାହିଁକି ନିଯୁକ୍ତି କରାଯିବ ଏବଂ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ, ଏହାର ଜବାବ ମୁଖ୍ୟମନ୍ତ୍ରୀ ଦେବା ଉଚିତ୍। ଓସା ତରଫରୁ ଭି. କେ. ପାଣ୍ଡିଆନଙ୍କ ଠାରୁ ତୁରନ୍ତ security force ପ୍ରତ୍ୟାହାର ପାଇଁ ଦାବୀ କରାଯାଉଛି। ପାଣ୍ଡିଆନଙ୍କ ତଥା କଥିତ ସୁରକ୍ଷା ପାଇଁ ହେଇଥିବା ଖର୍ଚ୍ଚ ରାଜକୋଷର ଅପବ୍ୟୟ ବୋଲି ସୂଚନା ଅଧିକାର କର୍ମୀମାନେ କହିଛନ୍ତି।

0
0
0
s2sdefault