ହେଡଲାଇନସ୍:

ଟିଭି ସାକ୍ଷାତକାରରେ ଓଡ଼ିଶା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ିଶାରେ ମୋଦୀଙ୍କୁ ନେଇ ଥିବା ଶ୍ରଦ୍ଧା ଓ ବିଶ୍ୱାସ ଭୋଟରେ ପରିବର୍ତ୍ତିତ ହେବ – ଧର୍ମେନ୍ଦ୍ର ପ୍ରଧାନ

• ପ୍ରଧାନମନ୍ତ୍ରୀ ଟିଭି ସାକ୍ଷାତକାରରେ ଓଡ଼ିଶାର ଏଜେଣ୍ଡା ପ୍ରସ୍ତୁତ କରିଛନ୍ତି
• ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟ ଭାବେ ଗଢି ତୋଳିବାର ଯୋଜନା ପ୍ରଧାନମନ୍ତ୍ରୀଙ୍କ ପାଖରେ ଅଛି
• ଏଥିପାଇଁ ମୁଁ ବ୍ୟକ୍ତିଗତ ଭାବରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ କୃତଜ୍ଞ

ଭୁବନେଶ୍ୱର, ଏପ୍ରିଲ ୨୮ – ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟ ଭାବେ ଗଢି ତୋଳିବାର ଆଜି ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ଅଛି । ଏଥିପାଇଁ ମୁଁ ବ୍ୟକ୍ତିଗତ ଭାବରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ କୃତଜ୍ଞ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଟିଭି ସାକ୍ଷାତକାରରେ ଓଡ଼ିଶାର ଏଜେଣ୍ଡା ପ୍ରସ୍ତୁତ କରିଛନ୍ତି । ଚଳିତ ନିର୍ବାଚନରେ ଓଡ଼ିଶାର ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ସାକ୍ଷାକାରକାର ମାଧ୍ୟମରେ ସେବା କରିବାର ସୁଯୋଗ ଦେବା ପାଇଁ ନିବେଦନ କରିଛନ୍ତି । ଓଡ଼ିଶା ସମ୍ପର୍କରେ ଏକ ଦୃଷ୍ଟି ସେ ତିଆରି କଲେ । ଓଡ଼ିଶାର ଲୋକମାନଙ୍କ ମନ ଭିତରେ ମୋଦୀଙ୍କୁ ନେଇ ଥିବା ଶ୍ରଦ୍ଧା ଓ ବିଶ୍ବାସ ଏଥର ନିର୍ବାଚନରେ ଭୋଟରେ ପରିବର୍ତ୍ତନ ହେବ । ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପିର ସରକାର ହେବ ବୋଲି ସେ କହିଛନ୍ତି ।

0
0
0
s2sdefault