ହେଡଲାଇନସ୍:

ବିଧାୟକ ପ୍ରତାପ ଜେନାଙ୍କ ନେତୃତ୍ବରେ ଅନୁପ୍ରାଣିତ ହୋଇ ଭେଡା ପଞ୍ଚାୟତର ଶତାଧିକ ବିଜେପି କର୍ମୀ ମିଶିଲେ ବିଜେଡିରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବିଜେଡି ପ୍ରାର୍ଥୀଦ୍ବୟ ଙ୍କୁ ବିଜୟୀ କରିବା ପାଇଁ ଆହ୍ୱାନ l

(ମାହାଙ୍ଗା-ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ତଥା ପୂର୍ବତନ ମନ୍ତ୍ରୀ ତଥା ବିକାଶପୁରୁଷ, ଦୃଢ ସଂଗଠକ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନେତୃତ୍ବରେ ଆସ୍ଥା ଓ ଭରସା ପ୍ରକଟ କରି ମାହାଙ୍ଗା ବ୍ଲକ ଭେଡା ପଞ୍ଚାୟତର ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ଯୋଗଦାନ କରିଛନ୍ତି l ଏହି ପ୍ରରୀପେକ୍ଷୀରେ ରବିବାର ଅପରାହ୍ନ ସମୟରେ ମାହାଙ୍ଗା ବ୍ଳକ କୁଆଁପାଳ ଅଳିଯୋଡ଼ା ସ୍ଥିତ ବିଧାୟକ ଶ୍ରୀ ଜେନାଙ୍କ ବାସଭବନରେ ଏକ ବୃହତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ତଥା ବିଧାୟକ ପ୍ରତାପ ଜେନାଙ୍କ ଦୃଢ଼ ସଂଗଠନରେ ଅନୁପ୍ରାଣିତ ହୋଇ ମାହାଙ୍ଗା ବ୍ଳକ ଭେଡା ପଞ୍ଚାୟତର ବିଜେପି ସରପଞ୍ଚ ଲଷ୍ମୀପ୍ରିୟା ରାଉତ, ସମିତିସଭ୍ୟା ଗାୟତ୍ରୀ ସାମଲ, ପୂର୍ବତନ ସମିତିସଭ୍ୟା ମଧୁସ୍ମିତା ରାଉତ, ବିଜେପି ଜୋନ ସଭାପତି ରୁଷି କୁମାର ରାଉତ, ବିଜେପି ସାଙ୍ଗଠନିକ ସମ୍ପାଦକ ଅକ୍ଷୟ କୁମାର ଗୋଛାୟତ, ବିଜେପି ଯୁବ ସଭାପତି ସନ୍ଦୀପ କୁମାର ନାୟକ, ୱାର୍ଡମେମ୍ବର ଅଲେଖ ଦଳାଇ, ରାମଚନ୍ଦ୍ର ବେହେରା, ବିଦ୍ୟୁଲତା ଗୋଛାୟତ, ନିରଞ୍ଜନ ମଲିକ, ସଂଯୁକ୍ତା ବେହେରା, ବିଜେପି ନେତା ଗୋପାଳକୃଷ୍ଣ ମହାନ୍ତି, ସୁନାକର ରାଉତ, ପ୍ରଶାନ୍ତ ଦାସ, ହରପ୍ରିୟା ବିଶ୍ୱାଳ, ଧନଞ୍ଜୟ ସାମଲ, ମହେଶ୍ୱର ରାଉତ, ଅକ୍ଷୟ କୁମାର ମିଶ୍ର, ସୌକତ ଅଲ୍ଲୀ, ପ୍ରସନ୍ନ କୁମାର ପ୍ରଧାନ, ନିରଞ୍ଜନ ବେହେରା, ରହିମ ମହମ୍ମଦ ଙ୍କ ସମେତ ଶତାଧିକ ବିଜେପି କର୍ମୀ ବିଜେପି ଦଳ ପରିତ୍ୟାଗ କରି ବିଜେଡି ଦଳରେ ମିଶିଛନ୍ତି l ଏହି ଅବସରରେ ବିଧାୟକ ପ୍ରତାପ ଜେନା ବିଜେଡ଼ିରେ ଯୋଗଦାନ କରିଥିବା ସମସ୍ତ ବିଜେପି କର୍ମୀ ମାନଙ୍କୁ ଦଳୀୟ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇବା ସହିତ ପଞ୍ଚାୟତରେ ଅଧିକରୁ ଅଧ‌ିକ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ପ୍ରକାଶ କରିଥିଲେ l ସେହିପରି ଭାବେ ବିଜେଡ଼ିରେ ଯୋଗଦାନ କରିଥିବା ସମସ୍ତ କର୍ମୀ ଆଗାମୀ ନିର୍ବାଚନରେ ବିଜେଡ଼ି ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କୁ ବହୁ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇ ପଞ୍ଚାୟତର ବିକାଶକୁ ଦୁଇ ଗୁଣିତ କରିବାକୁ ଉଦ୍ୟମ ଜାରି ରଖିବେ ବୋଲି ପ୍ରକାଶ କରିଥିଲେ । ତେବେ ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେପି ଦଳ ମାହାଙ୍ଗାରେ ସେତେ ଦୁର୍ବଳ ହେବାରେ ଲାଗିଛି l ପ୍ରଥମେ ଗୋତରା ପଞ୍ଚାୟତର ସରପଞ୍ଚ ବହୁ ବିଜେପି କର୍ମୀମାନଙ୍କୁ ନେଇ ବିଜେଡି ରେ ଯୋଗଦାନ କରିବା ପରେ ପରେ ଆଜି ଭେଡା ପଞ୍ଚାୟତର ବିଜେପି ସରପଞ୍ଚ, ସମିତିସଭ୍ୟା ଏବଂ ତାଙ୍କ ସହିତ ଶତାଧିକ କର୍ମୀ ବିଜେପି କର୍ମୀ ବିଜେପି ଦଳ ଛାଡି ବିଜେଡିରେ ଯୋଗଦାନ କରିଛନ୍ତି l ଯେଉଁଥିରୁ ସ୍ପଷ୍ଟ ବାରି ହେଲାଣି ମାହାଙ୍ଗାରେ ବିଧାୟକ ପ୍ରତାପ ଜେନାଙ୍କ ଵିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପି ଏବଂ କଂଗ୍ରେସ କର୍ମୀ ମାନେ ବିଜେଡି ମୁହାଁ ହେଲେଣି l ଯାହାକି ଆଗାମୀ ନିର୍ବାଚନରେ ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ଙ୍କ ପାଇଁ ବୁମେରାଂ ସୃଷ୍ଟି କରିବ ବୋଲି ବହୁ ବିଶିଷ୍ଟ ରାଜନୀତିଜ୍ଞ ମାନେ ମତପ୍ରକାଶ କରିଛନ୍ତି l ଏପରିକି ବରିଷ୍ଟ ରାଜନୀତିଜ୍ଞ ମାନଙ୍କ କହିବା ମୁତାବକ ଆଗାମୀ ନିର୍ବାଚନରେ ବିଧାୟକ ପ୍ରତାପ ଜେନା ଙ୍କ ଦୃଢ଼ ସଂଗଠନ ଏବଂ ଵିକାଶମୂଳକ କାର୍ଯ୍ୟ ହିଁ ବିଜେଡି ସାଂସଦ ପ୍ରାର୍ଥୀ ଏବଂ ବିଧାୟକ ପ୍ରାର୍ଥୀ ଙ୍କୁ ବିପୁଳ ସଂଖ୍ୟାରେ ବିଜୟ କରାଇବ l ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଜେନାଙ୍କ ସମେତ ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ଭେଡା ପଞ୍ଚାୟତ ବିଜେଡି ସଭାପତି ପ୍ରଦୀପ୍ତ ସିଂ, ପ୍ରମୋଦ ସାମଲ, ଅଶୋକ ରାଉତ, ଦିଲ୍ଲୀପ ନାୟକ, ଶୁଭକାନ୍ତ ରାଉତ, ଦୁଃଶାସନ ସାହୁ, ନାରୀ ନେତ୍ରୀ ମନ୍ଦାକିନୀ ରାଉତ, ଦମୟନ୍ତୀ ମହାପାତ୍ର, ମଞ୍ଜୁଲତା ମୁଦୁଲି ଙ୍କ ସମେତ ବହୁ ବିଜେଡି ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।

0
0
0
s2sdefault