ହେଡଲାଇନସ୍:

ଗୁଣପୁରରେ ଜିଲ୍ଲା ବିଜେଡି ସଭାପତିଙ୍କୁ ଓ ବିଧାୟକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୪ ବିଧାନସଭା ନିର୍ବାଚନ ପାଇଁ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗଙ୍କୁ ଦ୍ବିତୀୟ ଥର ପାଇଁ ଟିକଟ ଦେଇ ଆସ୍ଥା ପ୍ରକଟ କରିଛନ୍ତି। ଏହି ଅବସରରେ ଗୁଣପୁର ବ୍ଲକ ବିଜେଡି ପକ୍ଷରୁ ବିଧାୟକ ଶ୍ରୀ ଗମାଙ୍ଗ ଏବଂ ଜିଲ୍ଲା ବିଜେଡି ସଭାପତି ସୁଧୀର କୁମାର ଦାଶଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଆଜି ସନ୍ଧ୍ୟାରେ ପ୍ରଥମେ ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ପରେ ଶତାଧିକ ସମର୍ଥକ ଗ୍ରହଣରେ ସାଇ ମନ୍ଦିରରେ ନିକଟରେ ପହଞ୍ଚି ପୂଜା ଅର୍ଚ୍ଚନା କରିଥିଲେ। ଆସନ୍ତା ବିଧାନସଭା ନିର୍ବାଚନରେ ବିଜେଡିର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟ କରିବାକୁ ପ୍ରାଣମୂର୍ଚ୍ଚା ଉଦ୍ୟମ କରିବାକୁ ଜିଲ୍ଲା ବିଜେଡି ସଭାପତି ଶ୍ରୀ ଦାଶ ଓ ବିଧାୟକ ଶ୍ରୀ ଗାମାଙ୍ଗ ଉପସ୍ଥିତ କର୍ମୀଙ୍କୁ ଅନୁରୋଧ କରିଥିଲେ। ବ୍ଲକ ବିଜେଡି ସଭାପତି ଶ୍ରୀନିବାସ ଶତପଥୀଙ୍କ ତତ୍ଵବୋଧନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ବିଜେଡି ଉପ ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଗଗନ ଆଚାର୍ଯ୍ୟ, ବରିଷ୍ଠ କାଉନସିଲର ଦେବୀ ପ୍ରସାଦ ଆଚାର୍ଯ୍ୟ, ଶିବ ପ୍ରସାଦ ପାଢ଼ୀ,ନଗର ବିଜେଡି ସଭାପତି ରାମ ପଣ୍ଡା,ଏସ ବାବା ପ୍ରସାଦ, ସୁଧାକର ଶତପଥୀ,ଦିପୁନ ମହଙ୍କୁଡ଼,ବିଶ୍ଵନାଥ ସାହୁ,ଶାନ୍ତୁ ପଟନାୟକ ଓ ଅନ୍ୟ ପ୍ରମୁଖ ଦଳୀୟ ନେତା ମାନେ ଉପସ୍ଥିତ ଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ଗୁଣପୁର ବ୍ଲକ ଓ ପୌରାଞ୍ଚଳରୁ ୧୨ ଶହରୁ ଅଧିକା କର୍ମୀ ଉପସ୍ଥିତ ଥିଲେ।

 

0
0
0
s2sdefault