ହେଡଲାଇନସ୍:

ସହଯୋଗ ଲେଖକ କଲ୍ୟାଣ ନ୍ୟାସର ବାର୍ଷିକୋତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ସହଯୋଗ ଲେଖକକଲ୍ୟାଣ ନ୍ୟାସର ନବମ ବାର୍ଷିକ ଉତ୍ସବ ସ୍ଥାନୀୟ ବୁଦ୍ଧମନ୍ଦିର ଠାରେ ଅନୁଷ୍ଠିତ ହେଇ ଯାଇଛି । ସଭାପତି ଶ୍ରୀ ଅନୀଲ କୁମାର ପାଢ଼ୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମର ମୁଖ୍ୟଅତିଥି ଭାବେ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ,ମୁଖ୍ୟବକ୍ତା ଭାବେ ଡକ୍ଟର ରଜନୀ ରଞ୍ଜନ ପ୍ରମୁଖ ଯୋଗ ଦେଇଥିଲେ । ସମ୍ମାନିତ ଅତିଥିଭାବେ ପ୍ରଫେସର ଅନନ୍ତ କିଶୋର ଜେନା,ଡକ୍ଟର ପ୍ରଦ୍ୟୁମ୍ନ କେଶରୀ ସେନାପତି ଏବଂ ସମ୍ପାଦକ ଡକ୍ଟର ଗୋପାଳକୃଷ୍ଣ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ଶ୍ରୀ ଅମୀୟ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସହଯୋଗ ସହାୟତା ସମ୍ବର୍ଦ୍ଧନାରେ ବର୍ଷୀୟାନ ସାହିତ୍ୟିକ,ସମ୍ପାଦକ ଶ୍ରୀ କୁବେର ପୁରୋହିତଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ସ୍ବର୍ଗତା ଦ୍ରୌପଦୀ ପାଢ଼ୀ ସ୍ମାରକୀ ସହଯୋଗ କବିତା ସମ୍ମାନ ପାଇଁ ଶ୍ରୀ ରାମକୃଷ୍ଣ ସାହୁ,ଡକ୍ଟର ପ୍ରଦ୍ୟୁମ୍ନ କେଶରୀ ସେନାପତି ଏବଂ ସ୍ବର୍ଗତ ନିରଞ୍ଜନ ପାଢ଼ୀ ସ୍ମାରକୀ ସହଯୋଗ ଗଳ୍ପ ସମ୍ମାନ ପାଇଁ ପୁରସ୍କୃତ ହୋଇଥିଲେ ଶ୍ରୀ ହରେକୃଷ୍ଣ ସାହୁ । ସହଯୋଗ ସମାଜ ସେବା ସମ୍ମାନ ପାଇଥିଲେ ଇଂ ଲକ୍ଷ୍ମୀକାନ୍ତ ଚୌଧୁରୀ । ସହଯୋଗ ସୁମେଧା ସମ୍ମାନ (ଉଚ୍ଚମାଧ୍ୟମିକ ବିଦ୍ୟାଳୟ) ପାଇଁ ସୁଶ୍ରୀ ରୂପାଲି ସାହୁ ଏବଂ ସହଯୋଗ ସୁମେଧା ସମ୍ମାନ(ଉଚ୍ଚ ବିଦ୍ୟାଳୟ) ପାଇଥି ଲେ: ଶ୍ରୀ ଦୀପକ ପାଦ୍ରା । ସହଯୋଗ ସଂସ୍କୃତି ସମ୍ମାନ ପାଇଥିଲେ: ବ୍ୟାପ୍ତି ଓ ସାଇପ୍ରାପ୍ତି । ଏହାଛଡ଼ା ଶ୍ରୀ ବିଜୟ ରାୟ,ଶ୍ରୀ ହରିହର ଶୁକ୍ଳ,ସୁନନ୍ଦା ବି ମହାପାତ୍ର,ନର୍ମଦା ନୀଳୋତ୍ପଳା,ଅମୀୟ ରଂଜନ ମହାପାତ୍ର ଡକ୍ଟର ସ୍ମୃତି ପଟ୍ଟନାୟକ,ଡକ୍ଟର ଅନୀଲ ନନ୍ଦ,ଶୁଭ ନାରାୟଣ ସ୍ବାଇଁ,ରଶ୍ମୀ ସାମଲ ପ୍ରମୁଖ ୩୫ଜଣ ନିମନ୍ତ୍ରିତ କବିଙ୍କୁ ସହଯୋଗ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା ।
ସଂଯୋଜନା କରିଥିଲେ କବି ପ୍ରଭାତୀ ଜେନା,ଲେଖକ ରଜତରଶ୍ମି ସ୍ବାଇଁ ଏବଂ ସ୍ତମ୍ଭକାର ରବିନ ଖଣ୍ଡାୟତରାୟ ।
ବାର୍ଷିକ ବିବରଣୀ ପାଠ କରିଥିଲେ ଡକ୍ଟର ଗୋପାଳକୃଷ୍ଣ ଆଚାର୍ଯ୍ୟ । ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ 'ସହଯୋଗ ଲେଖକ କଲ୍ୟାଣ ନ୍ୟାସ'ର ଲୋକସମ୍ପର୍କ ଅଧିକାରିଣୀ ପ୍ରଖ୍ୟାତ କଥାଶିଳ୍ପୀ ଡକ୍ଟର ମମତାମୟୀ ଚୋୖଧୁରୀ ।

0
0
0
s2sdefault