ହେଡଲାଇନସ୍:

ତିନି ମେକ୍ସ ପିକ୍ଅପ୍ ଗାଡି ସହ ଶାଗୁଆନ୍ କାଠ ଜବତ ଘଟଣା-ବନ ବିଭାଗ ର କାର୍ଯ୍ୟଶୈାଳି ସଂନ୍ଦେହ ଘେରରେ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଶାଗୁଆନ୍ କାଠ ଜବତ କରିବା ଘଟଣା ଉପରେ ବନ ବିଭାଗ ର କାର୍ଯ୍ୟଶୈାଳି ଉପରେ ସାଧାରଣ ଆଲୋଚନା ବିଷୟ ପାଲଟିଛି। ଗତକାଲି ଶନିବାର ଦିନ ତିନୋଟି ମେକ୍ସ ପିକ୍ଅପ୍ ଗାଡିରେ ୪୨ ଟି ଶାଗୁଆନ୍ କାଠ ଜବତ କରିଥିଲେ ଏନେଇ ବନ ବିଭାଗ ସୁଚନା ଦେଇଥିଲେ। ଗାଢି ଚାଳକ ତିନି ଜଣ ଫେରାର୍ ହୋଇଯାଇଥିଲେ ବୋଲି ପଦ୍ମପୁର ବନ ଖଣ୍ଡ ଅଧିକାରି କହିଥିଲେ ।
ସୁଚନା ମୁତାବକ ଗୁଡାରି ରେଞ୍ଜ ବନ ବିଭାଗ କର୍ମଚାରି ଓ ରେଞ୍ଜର ଉଭୟ ମିଶି ଏହି ମେକ୍ସପିକଅପ୍ ଗାଡିରେ କାଠ ଚୋରାଚାଲାଣ ବେଳେ ବିଶେଷ ସୁତ୍ରରୁ ଖବର ପାଇ ଗାଡିର ପିଛା କରିଥିଲେ। ଗୁମୁଡା ନିକଟ ଅନ୍ତରଝୋଲି ନିକଟରେ ଗାଡିକୁ ବନ ବିଭାଗ ଅଟକାଇ ଥିଲେ। ଏହାପରେ ଗୁଣୁପୁର ରେଞ୍ଜ ରେ ଏହି ମାମଲା ଟି ଯାଉଥିବାରୁ ଗୁଣୁପୁର ରେଞ୍ଜ କୁ ହସ୍ତାନ୍ତର କରିଥିଲେ ବୋଲି ଆଲୋଚନା ହେଉଥିଲା। ପଦ୍ମପୁର ବନଖଣ୍ଡ ଅଧିକାରି ଗାଡିକୁ ଜବତ କରି ଶାଗୁଆନ୍ କାଠ କୁ ଜବତ କରିଥିଲେ। ଗାଡି ଜବତ ହେଲା କାଠ ବି ଜବତ ହେଲା ହେଲେ ଏକାବେଳେ ତିନୋଟି ଚାଳକ ଏକାସଙ୍ଗେ କିପରି ଫେରାର୍ ହେଲେ ତାହା ସାଧାରଣରେ ବଡ ପ୍ରଶ୍ନ ଘାରିଛି। ଚାଳକ ମାନଙ୍କୁ ଫେରାର୍ ହେଲେ ନା ଫେରାର୍ କରାଗଲା ଜିଲ୍ଲାବନଖଣ୍ଡ ଅଧିକାରି ତାର ତଦନ୍ତ କରିବା ଆବଶ୍ୟକତା ରହିଛି। ଏହା ସହ କାଠ ଆସିଲା କେଉଁଠୁ ,କାଠ ମାଲିକ କିଏ ବନ ବିଭାଗ ଧରିବାରେ କାହିଁକି ବିଫଳ ହେଲେ ତାର ତଦନ୍ତ କରି ସ୍ବଛତା ଆଣିବା ପାଇଁ ସାଧାରଣରେ ଦାବି ହେଉଛି।

 

0
0
0
s2sdefault