ହେଡଲାଇନସ୍:

ଗୁଣପୁର ଠାରେ ସ୍ବାମୀ ଆୟ୍ୟାପା ଭଗବାନଙ୍କ ଜନ୍ମ ଦିବସ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆୟାପାସ୍ଵାମୀ ଙ୍କ ଜନ୍ମ ଦିବସ ଅବସରରେ ଗୁଣୁପୁର ଆୟାପା ମନ୍ଦିରରେ ଶ୍ରୀ ଆୟାପାସ୍ଵାମୀ ଙ୍କୁ ଆଜି ପ୍ରଭାତରେ ରୁପାହାଣ୍ଡିରେ ପଞ୍ଚାମୃତ ,ଜଳ ଆଦି ନେଇ ସ୍ନାନ , ଅଭିଷେକ କରାଯାଇ ଠାକୁରଙ୍କୁ ବିଭିନ୍ନ ଅଳଙ୍କାରରେ ସଜ୍ଜା ଯାଇଥିଲା । ଆୟାପା ଭକ୍ତଙ୍କ ସମାଗମ ରେ ଆଜି ମନ୍ଦିର ପରିସର ଆଧ୍ୟାତ୍ମିକ ବାତାବରଣରେ ପୁରି ଉଠିଥିଲା । ଭକ୍ତଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଇଥିଲା। ଏବଂ ସନ୍ଧ୍ୟା ସମୟରେ ଜନ୍ମ ଦିନ ଉପଲକ୍ଷେ ମନ୍ଦିର ପରିସରରେ ଭଗବାନଙ୍କ ନିମନ୍ତେ ଛୋଟ ପିଲାଙ୍କ ଦ୍ଵାରା କେକ କଟା ଯାଇଥିଲା । ଏହି ଉତ୍ସବ କୁ ମନ୍ଦିର ପୁଜକ ଶ୍ରୀ ଇପିଲି ମାଣିକାଣ୍ଟା ଶର୍ମା ଏବଂ ମନ୍ଦିର କମିଟି ସଦସ୍ୟଙ୍କ ଦ୍ବାରା ଆୟୋଜିତ କରାଯାଇଥିଲା ।

 

0
0
0
s2sdefault