ଭବାନୀପାଟଣା :ଆଜି ଜିଲାପାଳ ଙ୍କ ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆନନ୍ଦ ଗୁରୁ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ଏହି ଜନ ଶୁଣାଣି ଶିବିରରେ ମୋଟ ୧୬୨ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୧୩୬ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୧୯ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୨୧ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ କରାଯାଇଥିଲା। ମୂଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ୭ଜଣ ଙ୍କୁ ସନ୍ତାନଙ୍କ ପାଠପଢ଼ା, ଚିକିତ୍ସା, ଅକ୍ଷମତା ଚିକିତ୍ସା ଓ ଅନ୍ୟାନ୍ୟ ବାବଦରେ ଆର୍ଥିକ ସହାୟତା ମଞ୍ଜୁର କରାଯାଇଥିଲା। ବିନିତା ପ୍ରଧାନଙ୍କୁ ୫୦୦୦ଟଙ୍କା, ଭବାନୀ ମହନନ୍ଦଙ୍କୁ ୨୦୦୦ ଟଂକା,ଜ୍ୟୋତି ଶଙ୍କର ଦାସ ଙ୍କୁ ୩୦,୦୦୦ ଟଂକା,କୁନ୍ତଳା ତାଣ୍ଡି ଙ୍କୁ ୧୦୦୦ ଟଂକା, ଦମୟନ୍ତୀ ସରାଫ ଙ୍କୁ ୨୦୦୦ ଟଙ୍କା, ରାମ ନାଗ ଙ୍କୁ ୧୦୦୦ ଟଙ୍କା, ଜ୍ୟୋସ୍ନା ବାଗଙ୍କୁ ୨୦୦୦ ଟଙ୍କା ମଞ୍ଜୁର କରାଯାଇଥିଲା।
ରାଜ୍ୟ
ଭବାନୀପାଟଣା ଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ।
- Hits: 191







