ହେଡଲାଇନସ୍:

ଭବାନୀପାଟଣା ରେ ନବଜାତ ଶିଶୁମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଏବଂ " କନ୍ୟା ସୁରକ୍ଷା କବଚ" ପ୍ରଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭବାନୀପାଟଣା (ଶାସକ ପ୍ରଶାସକ )ତା: 04.03.2024:- ଆଜି ସକାଳ 10 ଘଣ୍ଟା ସମୟରେ ସ୍ଥାନୀୟ ସଦର ମହକୁମାସ୍ଥିତ ଜିଲ୍ଲା ଚିକିତ୍ସାଳୟ ପରିସରରେ ଥିବା ଏମ ସି ଏଚ କୋଠା ଠାରେ ଭାରତ ସରକାରଙ୍କ ଅଧିନସ୍ଥ “ ବେଟି ବଚାଓ ବେଟି ପଢାଓ” କାର୍ଯ୍ୟକ୍ରମ ଅନ୍ତର୍ଗତ ନବଜାତ ଶିଶୁକନ୍ୟାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଏବଂ କନ୍ୟାସୁରକ୍ଷା କବଚ ପ୍ରଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଟିକୁ ଉଦଘାଟନ କରିଥିଲେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ବେଶା ରେଡ୍ଡୀ । କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇ ସାରିଲା ପରେ ସେ ନିଜ ହାତରେ କନ୍ୟାସନ୍ତାନ ମାନଙ୍କ ପିତାମାତାଙ୍କୁ ସମ୍ମାନପତ୍ର ଏବଂ କନ୍ୟାସୁରକ୍ଷା କବଚ ( Welcome Baby Kit ) ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଟିକୁ ଆୟୋଜନ କରିଥିଲେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟ।ଳୟ , କଳାହାଣ୍ଡି ।

ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା: ନିହାରେନ୍ଦ୍ର ପଣ୍ଡା , ଜିଲ୍ଲା ଚିକିତ୍ସା ଅଧିକାରୀ ଡା: ରଞ୍ଜନ ମିତ୍ର , ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା: ରାକେଶ କୁମାର ସାହୁ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ମହାପାତ୍ର , ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ( ଜାତୀୟ ସ୍ୱାସ୍ଥ୍ୟ ମିଶନ ) ଶ୍ରୀ ଭବାନୀ ଶଙ୍କର ସାହୁ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଶିଶୁ ରୋଗ ବିଶେଷଜ୍ଞ ଓ ସ୍ୱାସ୍ଥ୍ୟ ସେବିକା ତଥା ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟ।ଳୟର ଅଂଶୁମାନ ବାବୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାର ବିଭିନ୍ନ କ୍ଷେତ୍ରରୁ ଆସିଥିବା କନ୍ୟାସନ୍ତାନ ମାନଙ୍କର 05 ଜଣ ପିତାମାତାଙ୍କୁ ସମ୍ମାନିତ କରଯାଇଥିଲା । ପଲାସ ଗ୍ରାମର ମିନତୀ ତାଣ୍ଡି ଓ ଜମ୍ବେଶ୍ଵର ଦୂର୍ଗା , ଖୋଲାଣ୍ଡୀ ଗ୍ରାମର ନିଲେନ୍ଦ୍ର ମାଝୀ ଓ ଲାବଣ୍ୟ ମାଝୀ , କେରୁମୁଣ୍ଡା ଗ୍ରାମର ଶୂଶିଳା ନାଏକ ଓ ରତ୍ନାକର ବଡକିଆ , ଘୁମେରପଦର ଗ୍ରାମର ଭଜମନୀ ମାଝୀ ଓ ରାଏସିଂ ମାଝୀ , କଲମପୁର ର ପଦ୍ମାହଂସ ଓ ତିରୁନ ସୁରୁଜାଲ ପ୍ରମୁଖ ସମ୍ମାନୀତ ହୋଇଥିଲେ।
ପରେ ପରେ ସର୍ବମୋଟ 1500 କନ୍ୟାସନ୍ତାନ ତଥା ସେମାନଙ୍କର ପିତାମାତାଙ୍କୁ ଏହି କାର୍ଯ୍ୟକ୍ରମ ଜରିଆରେ ସମ୍ମାନିତ କରାଯାଇ ସାମାଜିକ ସ୍ତରରେ କନ୍ୟାସନ୍ତାନ ମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଲିଙ୍ଗା ବୈଷମ୍ୟତା ଭଳି ଭେଦଭାବକୁ ଦୂର କରିବା ପାଇଁ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ଜରିଆରେ ସଚେତନତା ସୃଷ୍ଟି କରିବାର ଏକ ପ୍ରୟାସ ଜାରିରହିବ ।

0
0
0
s2sdefault