ହେଡଲାଇନସ୍:

ମିନିଟ୍ରକ ମାଲିକ ମାନଙ୍କ ଠାରୁ ବେଆଇନ ଚାନ୍ଦା ଆଦାୟକୁ ବିରୋଧ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ବର : ଅଲ ଓଡିଶା ମିନିଟ୍ରକ ଓନର୍ସ ଆସୋସିଏସନ ପକ୍ଷରୁ କଟକ ବ୍ରାଞ୍ଚ ଅଫିସ ଠାରେ ଏକ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ବିଳନୀର ମିନିଟ୍ରକ ମାଲିକ ମାନଙ୍କ ଠାରୁ ବେଆଇନ ଚାନ୍ଦା ଆଦାୟକୁ ବିରୋଧ କରାଯିବା ସହିତ କିଭଳି ଭାବରେ ତାର ପ୍ରତିକାର କରାଯାଇ ପାରିବ ସେ ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରାଯଇଥିଲା। ବିଗତ ଦିନରେ ଘଟିଥିବା କିଛି ଦୃଷ୍ଟାନ୍ତ ମୂଳକ ଘଟଣା ଉପରେ ଆଲୋଚନା କରାଯାଇ ମାଲିକ ମାନଙ୍କୁ ସତର୍କ କରାଯାଇଥିଲା।

କୌଣସି ଅସାଧୁ ଓ ଅସାମାଜିକ ବ୍ୟକ୍ତି ଚାନ୍ଦା ମାଗିଲେ କିମ୍ବା ହଇରାଣ ହରକତ କଲେ ତୁରନ୍ତ ସ୍ଥାନୀୟ ପ୍ରଶାସନକୁ ଜଣାଇବା ସହିତ ଆସୋସିଏସନକୁ ଜଣାଇବାକୁ ପରାମର୍ଶ ଦିଆଯାଇଥିଲା। ଆସୋସିଏସନର ସ୍ବତନ୍ତ୍ର ଟିମ୍ ବିପଦରୁ ଉଦ୍ଧାର କରିବା ପାଇଁ ସବୁବେଳେ ପ୍ରସ୍ତୁତ ଅଛନ୍ତି। ମିନିଟ୍ରକ ମାଲିକ ଭାଇମାନେ ନିଜ ନିଜ ଗାଡିର ପ୍ରତ୍ୟେକ କାଗଜ ପତ୍ର ଠିକ ରଖିବା। ଓଭର ଲୋଡିଙ୍ଗକୁ ବନ୍ଦ କରିବା, ଗାଡ଼ି ଚାଳନା ସମୟରେ ନିଶା ଦ୍ରବ୍ୟ ଠାରୁ ଦୂରେଇ ରହିବା ଏବଂ ଶୃଙ୍ଖଳିତ ଭାବେ ଗାଡ଼ି ଚଳାଇବା ପାଇଁ ନିବେଦନ କରାଯାଇଥିଲା।

କାର୍ଯ୍ୟକ୍ରମରେ ବାଲେଶ୍ୱର ମିନିଟ୍ରକ ଓନର୍ସ ଆସୋସିଏସନ ସଭାପତି ଅଜୟ କୁମାର ଓଝା, ରସୁଲଗଡ ବାସନ୍ତୀ ଦୁର୍ଗା ମିନିଟ୍ରକ ଓନର୍ସ ଆସୋସିଏସନର ମୁଖ୍ୟ ଉପଦେଷ୍ଟା ତ୍ରିଲୋଚନ ରାଉତରାୟ, ଅଲ ଓଡିଶା ମିନିଟ୍ରକ ଓନର୍ସ ଆସୋସିଏସନର ସଭାପତି ବଳରାମ ମହାପାତ୍ର, ସମ୍ପାଦକ ସୁଶାନ୍ତ କୁମାର ରଣା, କାର୍ଯ୍ୟକାରୀ ସଭାପତି ଚିନ୍ମୟ ଦେବତା, ଉପସଭାପତି ବିରଞ୍ଚି ସାହୂ, ଉମେଶ ଚନ୍ଦ୍ର ସାହୁ, ଉମାକାନ୍ତ ପାଣି, ଯୁଗ୍ମ ସମ୍ପାଦକ ରାଜୀବ କୁମାର ପରିଡାଙ୍କ ସମେତ ସଂଘର ବହୁତ ବରିଷ୍ଟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।

0
0
0
s2sdefault