ହେଡଲାଇନସ୍:

ତାଳଚେର ଦେଉଳବେଢ଼ା ତେଲିସାହି ଠାରେ ସାମାଜିକ ପ୍ରକଳ୍ପ ଗୁଡିକର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗାଁରେ ସାଂସ୍କୃତିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ସହାୟକ ହେବ - ଧର୍ମେନ୍ଦ୍ର ପ୍ରଧାନ

  • • ପ୍ରାୟ ୨୬ ଲକ୍ଷ ଟଙ୍କା ବ୍ୟୟବରାଦରେ ଉଦଘାଟିତ ହେଲା କଲ୍ୟାଣ ମଣ୍ଡପ, ଗ୍ରାମର ମୁଖ୍ୟ ତୋରଣ ଏବଂ ନାଚ ମଣ୍ଡପ

  • • ଗ୍ରାମବାସୀମାନେ ଏହି ସବୁ ବ୍ୟବସ୍ଥା ଦ୍ୱାରା ହେବେ ବିଶେଷ ଉପକୃତ

  • • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱ ଓ ବିକାଶର କଳ୍ପନା ଯୋଗୁଁ ଏହା ସମ୍ଭବ ହୋଇଛି

  • • ଏମସିଏଲ ଏହି ସବୁ ସାମାଜିକ କାର୍ଯ୍ୟରେ ସହଯୋଗୀ ହୋଇଥିବାରୁ ଧନ୍ୟବାଦ

Imageଅନୁଗୋଳ/ତାଳଚେର , ମାର୍ଚ୍ଚ ୦୪ – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଅନୁଗୋଳ ଜିଲ୍ଲା ତାଳେଚର ଦେଉଳବେଢ଼ା ତେଲିସାହି ଗ୍ରାମରେ ଏକ କଲ୍ୟାଣ ମଣ୍ଡପ, ଗ୍ରାମର ସୁସଜ୍ଜିତ ମୁଖ୍ୟ ତୋରଣ ଏବଂ ନାଚ ମଣ୍ଡପର ଉଦଘାଟନ କରିଛନ୍ତି ।

ଏହି ଅବସରରେ ସେ ଗ୍ରାମବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ପ୍ରାୟ ୨୬ ଲକ୍ଷ ଟଙ୍କା ବ୍ୟୟବରାଦରେ ଉଦଘାଟିତ ହୋଇଥିବା ସମସ୍ତ ପ୍ରକଳ୍ପ ଗୁଡ଼ିକ ଗାଁରେ ବାହାଘର, ବ୍ରତଘର ଭଳି ସାଂସ୍କୃତିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ସହଯୋଗର ଭୂମିକା ଗ୍ରହଣ କରିବ । ଗ୍ରାମବାସୀମାନେ ଏହି ସବୁ ବ୍ୟବସ୍ଥା ଦ୍ୱାରା ବିଶେଷ ଉପକୃତ ହୋଇପାରିବେ । ଗାଁର ଜନସାଧାରଣ ବିଶେଷ ଭାବରେ ଯୁବବନ୍ଧୁଙ୍କ ଉତ୍ସାହ କାରଣରୁ ଏହି କାମ ସମ୍ଭବ ହୋଇପାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱ ଓ ବିକାଶର କଳ୍ପନାରେ ଏହି ସବୁ ସାମାଜିକ କାର୍ଯ୍ୟରେ ସହଯୋଗୀ ହୋଇଥିବାରୁ ଶ୍ରୀ ପ୍ରଧାନ ଏମସିଏଲକୁ ଧନ୍ୟବାଦ ଜଣାଇଛନ୍ତି ।

Imageସେ ଆହୁରି କହିଛନ୍ତି ଯେ ଆଜି ଆମ ଜିଲ୍ଲା ଅନୁଗୋଳ ପାଇଁ ଏକ ବିଶେଷ ଦିନ । ଜିଲ୍ଲାରେ ଶିକ୍ଷା ଓ ଦକ୍ଷତା ବିକାଶକୁ ଆଗକୁ ନେବା ପାଇଁ ଅନୁଗୋଳରେ ଆଇଆଇଏମ ମୁମ୍ବାଇ ଓ ଆଇଆଇଏମ ସମ୍ବଲପୁର ଦ୍ୱାରା ପରିଚାଳିତ ହେବାକୁ ଥିବା ମ୍ୟାନେଜମେଣ୍ଟ ଶିକ୍ଷା କେନ୍ଦ୍ରର ଉଦଘାଟନ ହୋଇଛି । କେନ୍ଦ୍ରୀୟ ବିଦ୍ୟାଳୟର ନୂତନ ଭବନ ସହ ସ୍କିଲ ଇଣ୍ଡିଆ ସେଣ୍ଟର, ଜନ ଶିକ୍ଷଣ ସଂସ୍ଥାନର ଲୋକାର୍ପଣ ଭଳି କାର୍ଯ୍ୟକ୍ରମ ଗୁଡିକ ଜିଲ୍ଲାକୁ ଗୁଣାତ୍ମକ ଶିକ୍ଷା, ମ୍ୟାନେଜମେଣ୍ଟ ଏବଂ ଦକ୍ଷତା କ୍ଷେତ୍ରରେ ଅଗ୍ରଣୀ କରାଇବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

0
0
0
s2sdefault