ହେଡଲାଇନସ୍:

ବି ଏସ୍ କେ ୱାଇ କାର୍ଡ ବଳରେ ବିଶାଖାପାଟଣା ମେଡିକଭର ହସ୍ପିଟାଲରେ ହେଲା ଅତ୍ୟାଧୁନିକ ଚିକିତ୍ସା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି ଏସ୍ କେ ୱାଇ) ଆଜି ଏକ ସାଧାରଣ ଯୋଜନା ନୁହେଁ । ଏହା ସାର୍ବଜନୀନ ସ୍ୱାସ୍ଥ୍ୟସେବା ରୂପାନ୍ତରଣର ମାଧ୍ୟମ ଏବଂ ଆର୍ଥିକ ଦୁର୍ବଳବର୍ଗର ଲୋକଙ୍କ ପାଇଁ ଦେବଦୂତ ପାଲଟିଛି । ଓଡ଼ିଶାର ଦୁରଦୁରାନ୍ତ ଅଞ୍ଚଳରୁ ଗରିବ ଲୋକମାନେ ଉଭୟ ଓଡ଼ିଶା ଏବଂ ଓଡ଼ିଶା ବାହାରେ ଥିବା ସୁପରସ୍ପେସାଲିଟି ହସ୍ପିଟାଲମାନଙ୍କରେ ଅତ୍ୟାଧୁନିକ ଚିକିତ୍ସା ପାଇ ବହୁ ଜଟିଳ ରୋଗରୁ ଭଲ ହେଉଛନ୍ତି ।
ଏହିପରି ଜଣେ ବ୍ୟକ୍ତି ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ପୌରାଞ୍ଚଳ ୱାର୍ଡ – ୭ ନିବାସୀ ପ୍ରଭାତ କୁମାର ରାଉତ (୪୮) । ପାକସ୍ଥଳୀ ଏବଂ ଛାତିରେ ପାଣି ଜମିବା, ଅଣନିଶ୍ଵାସୀ ହେବା ଆଦି ଗୁରୁତର ରୋଗରେ ଆକ୍ରାନ୍ତ ହୋଇପଡିଥିଲେ । ବିଶାଖାପାଟଣା ଯାଇ ବଡ ହସ୍ପିଟାଲରେ ଚିକିତ୍ସା କରିବା ନିମନ୍ତେ ତାଙ୍କର ସମ୍ପର୍କୀୟ ଓ ଶୁଭେଚ୍ଛୁମାନେ ପରାମର୍ଶ ଦେଲେ । ହେଲେ ଶ୍ରୀ ରାଉତଙ୍କ ପାଖରେ ଏଥିପାଇଁ ଆର୍ଥିକ ସମ୍ବଳ ନଥିଲା । ସେ ଜଣେ କ୍ଷୁଦ୍ର ବ୍ୟବସାୟୀ । ଛୋଟ ତେଜରାତି ଦୋକାନ କରି ନିଜର ଜୀବିକା ନିର୍ବାହ କରନ୍ତି ।
ଏହିପରି ଏକ ଦୁର୍ଦ୍ଦିନ ସମୟରେ ସେ ପଡୋଶୀମାନଙ୍କ ଠାରୁ ଶୁଣିବାକୁ ପାଇଲେ ଯେ ବିଶାଖାପାଟଣା ସ୍ଥିତ ମେଡିକଭର ହସ୍ପିଟାଲରେ ବି ଏସ୍ କେ ୱାଇ କାର୍ଡ ଦ୍ଵାରା ମାଗଣା ଚିକିତ୍ସା ମିଳିବ । ସେ ଭଲ ହୋଇପାରିବେ । ନିଜର ବି ଏସ୍ କେ ୱାଇ କାର୍ଡ ଧରି ଧର୍ମପତ୍ନୀଙ୍କ ସହାୟତାରେ ଶ୍ରୀ ରାଉତ ମେଡିକଭର ହସ୍ପିଟାଲରେ ପହଁଚିଲେ । ସେଠାରେ ଚଳିତ ବର୍ଷ ଫେବୃଆରୀ ୮ ତାରିଖ ଦିନ ବି ଏସ୍ କେ ୱାଇ କାର୍ଡ ବଳରେ ତାଙ୍କୁ ଆଡମିସନ ମିଳିଲା । ପରୀକ୍ଷା ନିରୀକ୍ଷାରୁ ତାଙ୍କର ଲିଭର ସିରୋସିସ ହୋଇଥିବାର ଜଣାପଡ଼ିଲା ଏବଂ ତଦନୁଯାୟୀ ଚିକିତ୍ସା ଆରମ୍ଭ ହେଲା । ଫେବୃଆରୀ ୧୫ ତାରିଖ ଦିନ ଅତ୍ୟାଧୁନିକ ପଦ୍ଧତିରେ ବିନା କଟାକଟି ଓ ରକ୍ତପାଟରେ ଅପରେସନ ହେଲା । ଅପରେସନ ପରବର୍ତ୍ତୀ ଚିକିତ୍ସା ଓ ପରୀକ୍ଷା ନିରୀକ୍ଷାରେ ଫେବୃଆରୀ ୨୯ ତାରିଖ ଦିନ ସେ ହସ୍ପିଟାଲରୁ ଡିସ ଚାର୍ଜ ହୋଇ ଘରକୁ ଆସିଲେ । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ବେଶୀ ଉନ୍ନତି ଘଟୁଛି ।
ତାଙ୍କର ଚିକିତ୍ସା କରିଥିବା ଡାକ୍ତର ଶିବଶଙ୍କର ଦଳେଇ କହନ୍ତି, ‘’ଟ୍ରାନ୍ସଜୁଗୁଲାର ଇଣ୍ଟ୍ରାହେପାଟିକ୍ ପ୍ରୋଟୋସିଷ୍ଟେମିକ୍ ( ଟି. ଆଇ. ପି. ଏସ୍ ) ପଦ୍ଧତିରେ ତାଙ୍କର ଚିକିତ୍ସା କରାଯାଇଛି । ଚିକିତ୍ସା ବେଶ ଫଳବତୀ ହୋଇଛି ଏବଂ ଶ୍ରୀ ରାଉତଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଭଲ ଅଗ୍ରଗତି ହୋଇଛି’’ । ଖୁବ ଶୀଘ୍ର ସେ ଆରୋଗ୍ୟ ଲାଭ କରିବେ ବୋଲି ଡାକ୍ତର ଦଳେଇ ଆଶା ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ‘’ଯେ ବି ଏସ୍ କେ ୱାଇ କାର୍ଡ ବ୍ୟବସ୍ଥା ପାଇଁ ଆମେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଉଛୁ । ଏହି କାର୍ଡ ପାଇଁ ଓଡ଼ିଶାର ଦୂରଦୂରାନ୍ତ ଅଞ୍ଚଳର ଲୋକମାନେ ବଡବଡ ହସ୍ପିଟାଲ ଆସି ମାଗଣାରେ ଅତ୍ୟାଧୁନିକ ଚିକିତ୍ସା ପାଇପାରୁଛନ୍ତି’’ ।

0
0
0
s2sdefault