ଢ଼େଙ୍କାନାଳ / ରବିନ୍ ଦାସ ; ଢେଙ୍କାନାଳ ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରୋଟାରୀ କ୍ଲବ୍ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସ୍ଥାନୀୟ ବସ୍ଷ୍ଟାଣ୍ଡ ଠାରେ ବିଶ୍ୱ ପୋଲିଓ ଦିବସ ପାଳିତ ହୋଇଯାଇଛି । ଢ଼େଙ୍କାନାଳ ମୁଖ୍ୟ ବସଷ୍ଟାଣ୍ଡ ଓ ରେଲୱେ ଷ୍ଟେସନ୍ ପାଖରେ ଦୁଇଟି କ୍ୟାମ୍ପ୍ କରି ଜନ୍ମରୁ ୫ବର୍ଷ ପର୍ଯ୍ୟନ୍ତ ଦୁଇବୁନ୍ଦା ପୋଲିଓ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ର ସଭାପତି ଡ଼ଃ ଅବୋଧ ମହାପାତ୍ର, ସଦସ୍ୟ ଗୌରବ ଶ୍ୱରାଗୀ, ତପନ୍ ପାଲ୍, ବିଶ୍ୱଜିତ୍ ଦାସ୍ଗୁପ୍ତା, ବିନୋଦ ଅଗ୍ରୱାଲ, ନିରଦାନନ୍ଦ ନନ୍ଦ, ରାଜେନ୍ଦ୍ର ହିଣ୍ଡୋ ଚା, ମହେଶ ଅଗ୍ରୱାଲ ଏବଂ ମହିଳା ସ୍ବାସ୍ଥ୍ୟ କର୍ମୀ ରେଖା ସିଂ, ୟୁ ଏଚ୍ ଡବ୍ଲୁ ସି ର ବଦ୍ରିନାଥ ଏଥିରେ ଯୋଗଦେଇ କାର୍ଯ୍ୟକ୍ରମ ସାଫଲ୍ୟ କରିଥିଲେ ।
ରାଜ୍ୟ
ଢେଙ୍କାନାଳ ରୋଟାରୀ କ୍ଲବ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ ପୋଲିଓ ଦିବସ ପାଳିତ
- Hits: 146