ହେଡଲାଇନସ୍:

କେସିଙ୍ଗା ବ୍ଲକ ଲଇତରା ପଞ୍ଚାୟତ ର ଜୋଲକୋ ଗ୍ରାମଠାରେ ସ୍ଥାନୀୟ ଅଧିବାସୀ ଏବଂ ଯୁବକମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେସିଙ୍ଗା ବ୍ଲକ ଲଇତରା ପଞ୍ଚାୟତର ଜୋଲକୋ ଗାଁ ଠାରେ ସ୍ଥାନୀୟ ଅଧିବାସୀ ଏବଂ ଯୁବକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ଶ୍ରୀ ମଣ୍ଟୁ ନାଏକ ଯୋଗଦେଇ ତୃଣମୂଳ ସ୍ତରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା ଯଥା ଆମ ଓଡ଼ିଶା ନବୀନ ଓଡ଼ିଶା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ ଅନ୍ୟାନ୍ୟ ଯୋଜନା କିଭଳି ପହଞ୍ଚି ପାରିବ ସେ ନେଇ ଆଲୋଚନା କରିଥିଲେ । ବିଜେଡି ସଂଗଠନକୁ ଓ୍ବାର୍ଡ ସ୍ତରରୁ ମଜଭୂତ କରିବା ସହିତ ଷଷ୍ଠ ଥର ପାଇଁ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲୁ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ନବୀନ କାର୍ଡ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନଙ୍କୁ ସମସ୍ତେ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଲଇତରା ପଞ୍ଚାୟତ ନାଏବ ସରପଞ୍ଚ ସରିତା ସୁନା, ଓ୍ବାର୍ଡ ମେମ୍ବର ଶ୍ରୀକ୍ରିଷ୍ଣା ମହଲା, ମହିଳା ନେତ୍ରୀ ପଦ୍ମିନୀ ମାଝୀ, ଯୁବ ନେତା ଭକ୍ତ ଜେନା, ପ୍ରଶନ୍ନ ମାଝୀ, ପୂର୍ଣ୍ଣ ମାଝୀ, ଆଶୁତୋଷ ବେହେରା, ଲମ୍ବୋଦର ସୁନାନୀ, ବରିଷ୍ଠ ନେତା ସୁଦାମ ସୁନା, ରାଇଚନ୍ଦ ସୁନା, ବିଜୟ ମହଲା, ଯୁବ -ଛାତ୍ର ମହିଳା, ବରିଷ୍ଠ କର୍ମକର୍ତ୍ତା ତଥା ସ୍ଥାନୀୟ ଅଧିବାସୀ ଉପସ୍ଥିତ ଥିଲେ।

0
0
0
s2sdefault