ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରସୁଲପୁର ବ୍ଲକର ଶତାଧିକ ବିଜେପି କର୍ମୀ ଆଜି ବିଜେଡିରେ ଯୋଗ ଦେଲେ
ଭୁବନେଶ୍ୱର: ଯାଜପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ନରେଶ ଚନ୍ଦ୍ର ମହାନ୍ତିଙ୍କ ସହ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରସୁଲପୁର ବ୍ଲକର ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ଶ୍ରୀ ନରେଶ ଚନ୍ଦ୍ର ମହାନ୍ତି ଓ ସମସ୍ତ ବିଜେପି କର୍ମୀଙ୍କୁ ଡଃ ପାତ୍ର ଓ ଶ୍ରୀ ବଳବନ୍ତରାୟ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ ।
ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡଃ ପାତ୍ର ଓ ଶ୍ରୀ ବଳବନ୍ତରାୟ କହିଥିଲେ ।
ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ନେତା ନରେଶ ଚନ୍ଦ୍ର ମହାନ୍ତି ନିଜ
ପ୍ରତିକ୍ରିୟାରେ କହିଥିଲେ ଯେ, ଆଜି ହେଉଛି ମୋର ଘରବାହୁଡ଼ା । ପୂର୍ବରୁ ମୁଁ ବିଜେଡ଼ିରେ ଥିଲି, ପୁନର୍ବାର ଆଜି ଦଳରେ ଯୋଗ ଦେଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ । ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।
ଏହି ମିଶ୍ରଣ ପର୍ବରେ ରଶ୍ମୀ ରଞ୍ଜନ ମହାନ୍ତି, ନଟବର ସାହୁ, ସୁରେନ୍ଦ୍ର ନାୟକ, ମୀନକେତନ ମଲ୍ଲିକ, ଭରତ ମଲ୍ଲିକ, ପ୍ରମୋଦ ସାମଲ, ସ୍ମୃତିରଞ୍ଜନ ମହାନ୍ତି, ମାନଗୋବିନ୍ଦ ମଲ୍ଲିକ, ନିରଞ୍ଜନ ସାହୁ, ପ୍ରତାପ ବେହେରା, ହରେକୃଷ୍ଣ ସାହୁ, ଶ୍ରୀକାନ୍ତ ପରିଡ଼ା, ବିଜୟ ବେହେରା, ତ୍ରିନାଥ ପରିଡ଼ା, ରମେଶ ବେହେରା, ପଦ୍ମନାଭ ବରାଳ, ଲକ୍ଷ୍ମୀଧର ବରାଳ, ଗୋବିନ୍ଦ ବାରିକ, ଗିରିଧାରୀ ବାରିକ, ଗୌରାଙ୍ଗ ଦାସ, ସିଲୁ ଦାସ, ବୁଲୁ ଦାସ, ସଞ୍ଜୟ କୁମାର ପଣ୍ଡା, ଅଜୟ ରଣା, ଦୁର୍ଯେ୍ୟାଧନ ଦଳେଇ, ବଳରାମ ଦଳେଇ, ପ୍ରହଲ୍ଲାଦ ସାହୁ, ଜଗବନ୍ଧୁ ସାହୁ, ଉପେନ୍ଦ୍ର ସାହୁ, ଶେଷଦେବ ମଲ୍ଲିକ, ବାବୁଲି ମଲ୍ଲିକ, ନନ୍ଦ କୁମାର ମଲ୍ଲିକ, କୈଳାସ ମଲ୍ଲିକ, ରାକେଶ ସାହୁ, ବାଇଧର ମଲ୍ଲିକ, ରାମଚନ୍ଦ୍ର ମଲ୍ଲିକ, ଶତୃଘ୍ନ ବେହେରା, ସଞ୍ଜୟ ବାରିକ, ରମାକାନ୍ତ ସାହୁ, ସୁବାସ ପରିଡ଼ା, ଗୋପାଳ ସାହୁ ସଦାନନ୍ଦ ପଣ୍ଡା, ରଜତ ଦଳେଇ, ସୁଧାକର ରଣା, ବୃନ୍ଦାବନ ଦଳେଇ, ଘନଶ୍ୟାମ ବେହେରା, ବନମାଳୀ ସାହୁଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ୍ ହୋଇଥିଲେ ।
ଶେଷରେ ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।







