ହେଡଲାଇନସ୍:

ବିଜେଡିର ଜିଲ୍ଲା ପରିଷଦ ଉପ-ନିର୍ବାଚନ ପ୍ରସ୍ତୁତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଝାମ୍ପୁରା ଜନସମ୍ପର୍କ ପଦଯାତ୍ରାରୁ ଶୁଭାରମ୍ଭ ପ୍ରଚାର କାର୍ଯ୍ୟ

ବାଲେଶ୍ୱରରୁ ଉଜ୍ଜ୍ୱଳ କର: ବିଜେଡି ସଦର ଶାଖା ପକ୍ଷରୁ ୨୬ନଂ ଜିଲ୍ଲା ପରିଷଦ ଜୋନରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଚାନ୍ଦିପୁର ଶ୍ରୀକୋଣା ଗ୍ରାମ ପଞ୍ଚାୟତର ଝାମ୍ପୁରା ହାଟ ପଡ଼ିଆ ଠାରେ ଏକ ବିଶାଳ ସାଧାରଣ ସଭା ଆୟୋଜିତ ହୋଇଥିଲା । ୨୬ନଂ ଜୋନର ବିଭିନ୍ନ ପଞ୍ଚାୟତରୁ ଶତାଧିକ କର୍ମୀ ବିଶାଳ ପଟୁଆରରେ ସଭାସ୍ଥଳରେ ପହଁଚିଥିଲେ । ସଦର ବିଧାୟକ ଜୀବନ ପ୍ରଦୀପ ଦାଶ ଏହି ସାଧାରଣ ସଭାରେ ସଭାପତିତ୍ୱ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ସାଙ୍ଗକୁ ଜନକଲ୍ୟାଣ ଯୋଜନା ପାଇଁ ବିଜୁ ଜନତା ଦଳକୁ ଲୋକମାନେ ଗ୍ରହଣ କରିଛନ୍ତି ବୋଲି କହିଥିଲେ । ବାଲେଶ୍ୱର ଲୋକସଭା ସାଂସଦ ତଥା ଜିଲ୍ଲା ବିଜେଡ଼ି ସଭାପତି ରବୀନ୍ଦ୍ର କୁମାର ଜେନା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସରକାରଙ୍କର ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିବା ସହ ୨୬ନଂ ଜୋନରେ ହେବାକୁ ଥିବା ଉପ ନିର୍ବାଚନରେ ବିଜୁ ଜନତା ଦଳର ବିଜୟ ସୁନିଶ୍ଚିତ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଜେଡି ପର୍ଯ୍ୟବେକ୍ଷକ ପୂର୍ବତନ ବିଧାୟକ ସତୀଶ ଧଳ, ବିଜୁ ଯୁବ ଜନତା ଦଳ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ବ୍ରିଟ ଅଧ୍ୟକ୍ଷ ଗୌରୀ ରାଉତ, ପୌରପାଳ ଆଲୋକ ସାହୁ,  ବିଜେଡି ଜିଲ୍ଲା ସଧାରଣ ସଂପାଦକ ବରଦା ପ୍ରସନ୍ନ ପଟ୍ଟନାୟକ,ସଦର ବ୍ଲକ ଅଧ୍ୟକ୍ଷ ନରାୟଣ ପ୍ରଧାନ, ବିଜେଡ଼ି ଟାଉନ ସଭାପତି ଆଶିଷ ଘୋଷ, ଜିଲ୍ଲା ବିଜେଡ଼ି ସଂପାଦକ  ପ୍ରଭାତ ବିଶ୍ୱାଳଙ୍କ ସମେତ ଦିଲ୍ଲୀପ ନାୟକ, ନଳିନୀ ପଣ୍ଡା,  ନବକିଶୋର ବେହେରା ଏଥିରେ ଯୋଗଦେଇ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଶ୍ରୀକୋଣା ଗ୍ରାମ ପଞ୍ଚାୟତର ଯୁବନେତା ରାଜକିଶୋର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସାରଗାଁ ସରପଞ୍ଚ ରବି ନାୟକ, ଶ୍ରୀକୋଣା ସରପଞ୍ଚ ପାୟେଲ ପ୍ରଧାନ, ସମିତି ସଭ୍ୟ ଅରୁଣ କୁମାର ମଣ୍ଡଳ, ପାତ୍ରପଡା ସରପଞ୍ଚ ଅଂଜନା ଦାସ, ଚାନ୍ଦିପୁର ସମିତି ସଭ୍ୟ ସଂଜୟ କୁମାର ଦଳେଇ, ବାଲେଶ୍ୱର ଜିଲ୍ଲା ବିଜେଡ଼ି ମିଡ଼ିଆ ସଂଯୋଜକ ରଘୁନାଥ ଲେଙ୍କା, ବାଲେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀର ଯୁବ ବିଜେଡ଼ି ସଭାପତି ଶକ୍ତିପଦ ରାୟ, ସଦର ବ୍ଲକ ଯୁବ ବଜେଡି ସଭାପତି ସୁଜିତ କୁମାର ପଣ୍ଡା, ରେମୁଣା ବିଧାନସଭା ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ସଭାପତି ପୀତାମ୍ବର ବେହେରାଙ୍କ ସମେତ ଚନ୍ଦ୍ରଶେଖର ରାଉତ, ତନ୍ମୟ ମହାନ୍ତି, ଭବାନୀ ପଣ୍ଡା, ବ୍ରଜକିଶୋର ପ୍ରଧାନ ପ୍ରମୁଖ ଏଥରେ ମଂଚାସୀନ  ଥିଲେ । ବାଲେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀର ମିଡିଆ ସଂଯୋଜକ ଧିରେନ ନାୟକଙ୍କ ସମେତ ଗୋପାଳ ଜେନା, ସେକ୍ ମମତାଜ, ରଘୁନାଥ ଟୁଡୁ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

0
0
0
s2sdefault